ସାମ୍ନାକୁ ଆସିଲା ସାଇନାଙ୍କ ବାୟୋପିକରେ ପରିଣୀତିଙ୍କ ପ୍ରଥମ ଲୁକ


ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଦୀର୍ଘ ଦିନ ହେବ ସାଇନା ନେହଓ୍ବାଲଙ୍କ ବାୟୋପିକକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଏବେ ଫିଲ୍ମର ପ୍ରଥମ ପୋଷ୍ଟର ଜାରି କରି ଦିଆଯାଇଛି ଯାହାକୁ ସାଇନା ନେହଓ୍ବାଲ୍ ନିଜେ ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ସେୟାର କରିଛନ୍ତି।


ସାଇନା ନିଜ ଟ୍ବିଟର ହ୍ୟାଣ୍ଡଲରେ ଫିଲ୍ମରେ ପରିଣୀତିଙ୍କ ପ୍ରଥମ ଲୁକ୍ ଜାରି କରିଛନ୍ତି ଯେଉଁଥିରେ ସେ ଖେଳାଳୀ ୟୁନିଫର୍ମ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଫଟୋରେ ପରିଣୀତି ଟିକେ ଟିକେ ସାଇନାଙ୍କ ପରି ଲାଗୁଛନ୍ତି। ଏହି ଫଟୋକୁ ସେୟାର କରି ସାଇନା କ୍ୟାପସନରେ ଲେଖିଛନ୍ତି ଯେ ମୋ ଯାଆଁଳା।ଏହା ସହିତ ସେ ପରିଣୀତିଙ୍କୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ସୋସିଆଲ ମିଡିଆରେ ପରିଣୀତିଙ୍କ ଏହି ଲୁକ୍ ଖୁବ୍ ଚର୍ଚ୍ଚାରେ ରହିଛି। ସାଇନାଙ୍କ ଭୂମିକା ପାଇଁ ପ୍ରଥମେ ଶ୍ରଦ୍ଧା କପୁରଙ୍କୁ ସାଇନ କରାଯାଇଥିଲା।

Image :News Crab

Image :WION

ଏହି ବାୟୋପିକ୍ ପାଇଁ ପରିଣୀତି ଦୀର୍ଘ ଦିନରୁ ବ୍ୟାଡମିଣ୍ଟନର ଟ୍ରେନିଂ ନେଉଛନ୍ତି। ସେହିପରି ନିକଟରେ ପରିଣୀତି ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ। ଏଥିରେ ସେ କ୍ୟାପସନରେ ଲେଖିଥିଲେ ଯେ ସେ ଆଜିକାଲି,ପ୍ରତିଦିନ,ପ୍ରତ୍ୟେକ ଦିନ।
Image :TOI

ଏହା ପୂର୍ବରୁ ମଧ୍ୟ ସେ ଟ୍ବିଟ୍ କରି କହିଥିଲେ ଯେ ସେ ପ୍ରତିଦିନ ସକାଳ ୫ଟାରେ ଉଠୁଛନ୍ତି। ଏହା ପରେ ଓ୍ବାର୍କଆଉଟ୍ କରୁଛନ୍ତି ଏବଂ ୬ଟାରେ କୋର୍ଟ ପହଞ୍ଚି ଯାଉଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ କୌଣସି ପ୍ରକାରର ବିବାଦ ନ ହେବା ପାଇଁ ସେ କୋର୍ଟ ବୁକ୍ କରିଛନ୍ତି। ତାଙ୍କୁ ଏଭଳି ଅନୁଶାସିତ ଜୀବନ ଶୈଳୀ ଆହୁରି ୯ମାସ ବିତାଇବାକୁ ପଡ଼ିବ ତେଣୁ ଏହାକୁ ନେଇ ସେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି।


Share It

Comments are closed.