ଶୀତଦିନେ ଶିଶୁଙ୍କ କେଶର ଯତ୍ନ କିପରି ନେବେ ଜାଣନ୍ତୁ


କଟକ: ନବଜାତକଙ୍କ ମୁଣ୍ଡର ତ୍ୱଚା ଓ କେଶ ତାଙ୍କ ଚର୍ମ ଭଳି କୋମଳ । ଏହା ଉପରେ ଗୁରୁତ୍ୱାରୋପ କରି ହିମାଳୟା ଡ୍ରଗ କଂପାନିର ବିଶେଷଜ୍ଞ ନୂତନ ଭାବେ ହୋଇଥିବା ପିତାମାଙ୍କୁ ସେମାନଙ୍କ ଶିଶୁଙ୍କ କେଶ ପାଇଁ କେତେକ ସ୍ୱତନ୍ତ୍ର ରୁଟିନ୍ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଏହା ସମ୍ପର୍କୀତ ପରାମର୍ଶ ଦେଇ ଦି ହିମାଳୟା ଡ୍ରଗ କଂପାନି, ଆର୍‌ଆଣ୍ଡ୍‌ଡିର ଆୟୁର୍ବେଦ ବିଶେଷଜ୍ଞ, ଡା. ପ୍ରତିଭା ବାବସେଟ୍ କହିଛନ୍ତି ଯେ, “ସୁସ୍ଥକର କେଶ ବୃଦ୍ଧି ପାଇଁ ତୈଳ ବ୍ୟବହାର କରିବା ହେଉଛି ପ୍ରଥମ ପର୍ଯ୍ୟାୟ । ଅଧିକାଂଶ ଶିଶୁଙ୍କ ସ୍କାଲପ୍ ବା ମୁଣ୍ଡର ତ୍ୱଚା ଶୁଷ୍କ ଓ ରୁପି ରହିଥାଏ ଏବଂ କେଶର ବୃଦ୍ଧି ମନ୍ଥର ହୁଏ, ଯାହାକୁ ଦୈନିକ ତୈଳ ମାଲିସ କରିବା ଦ୍ୱାରା ଠିକ କରାଯାଇପାରିବ । ଶିଶୁର କେଶ ପାଇଁ କୋମଳ ଏବଂ ସୁରକ୍ଷିତ ଭାବେ ପରିଚିତ ଏବଂ ପ୍ରାକୃତିକ ଉପାଦାନ ଥିବା ଉତ୍ପାଦ ବ୍ୟବହାର କରିବା ସର୍ବଦା ପରାମର୍ଶ ଯୋଗ୍ୟ ।
ଖଣିଜ ତୈଳ, ଆଲକୋହଲ, ପାରାବିନ୍ସ, ସିନ୍ଥେଟିକ୍ କଲର୍ ଏବଂ ପିଥାଲେଟସ୍ ରହିତ ଥିବା କେଶ ତୈଳ ବ୍ୟବହାରର ଗୁରୁତ୍ୱ ଉପରେ ଆଲୋକପାତ କରି ଡକ୍ଟର ପ୍ରତିଭା ଅଭିଭାବକମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଏଭଳି କେଶ ତୈଳ ଚୟନ କରନ୍ତୁ ଯାହା କୋମଳ ହୋଇଥିବ ଏବଂ ଶିଶୁର କେଶକୁ ସମୃଦ୍ଧ କରିବାରେ ସହାୟକ ହେବ । କୌଣସି ଉତ୍ପାଦକୁ ବ୍ୟବହାର କରିବା ପୂର୍ବରୁ ପ୍ରାକୃତିକ ଜଡ଼ିବୁଟିର ଲାଭ ଏବଂ ପ୍ରତିଟି ଉପାଦାନର ଉପକାରୀତା ବିଷୟରେ ଜାଣିବା ଲାଗି ସେ ପରାମର୍ଶ ଦେଇଛନ୍ତି ।
ଯେଉଁ ତୈଳରେ ଚାରି ପ୍ରକାର ଜଡ଼ିବୁଟି ଯଥା ଅଁଳା, ଗୋଟୁ କୋଲା, ମେଥି, ଭୃଙ୍ଗରାଜର ମିଶ୍ରଣ ଏବଂ ନଡ଼ିଆ, ବାଦାମ, ଅଲିଭ୍ ଏବଂ ସେସାମି ତୈଳ ରହିଛି ତାହା ସ୍କାଲପ୍‌କୁ ମଏଶ୍ଚରାଇଜ କରିବା, ଶୁଖିଲା ପଣ ଏଡ଼ାଇବା, କେଶକୁ ପୁଷ୍ଟି ପ୍ରଦାନ କରିବା ଏବଂ କେଶ ବୃଦ୍ଧିରେ ସହାୟକ ହେବା ସହ ତାହାକୁ କୋମଳ ଓ ସୁସ୍ଥକର କରିଥାଏ । ତେଣୁ ଏଭଳି ଉପାଦାନ ଥିବା କେଶ ତୈଳ ଖୋଜିବା ଲାଗି ସେ କହିଛନ୍ତି । ପୁନଶ୍ଚ, ପ୍ରାପ୍ତ ବୟସ୍କମାନେ ବ୍ୟବହାର କରୁଥିବା ସାମ୍ପୁ/କ୍ଲିଞ୍ଜରକୁ ଶିଶୁଙ୍କଠାରେ ବ୍ୟବହାର କରିବା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ପୁନଶ୍ଚ କେଶ ବୃଦ୍ଧିରେ ଉନ୍ନତି ଆଣିବା ପାଇଁ ଶିଶୁର ସ୍କାଲ୍‌ପକୁ ମାଲିସ କରିବା ଭଲ । ଶିଶୁର କେଶକୁ ଶୁଖିଲା କରିବା ଲାଗି ଅତି କୋମଳ ଟାୱେଲ ବ୍ୟବହାର କରିବାକୁ କହିଛନ୍ତି । କାରଣ ଏହା କେଶ ଝଡ଼ିବାକୁ ରୋକିବାରେ ସହାୟକ ହେବ ।


Share It

Comments are closed.