ପାଣ୍ଟାଲୁନ୍ସ ପକ୍ଷରୁ “ମିସ୍ ରଜ ୨୦୧୮’ ପାଇଁ ଆବେଦନ ଆହ୍ୱାନ


ଦେଶର ଅଗ୍ରଣୀ ଫାମିଲି ଫେସନ୍ ଷ୍ଟୋର୍ ଆଦିତ୍ୟ ବିର୍ଲା ପେଂସନ୍ ଆଣ୍ଡ ରିଟେଲ୍ ଲିମିଟେଡ୍ର ପାଣ୍ଟାଲୁନ୍ସ ପକ୍ଷରୁ ମିସ୍ ରଜ ୨୦୧୮ ପାଇଁ ଆବେଦନ ଆହ୍ୱାନ କରାଯାଇଛି । ପାଣ୍ଟାଲୁନ୍ସ ମିସ ରଜ ୨୦୧୮ ଫେସନ୍ ପ୍ରତିଯୋଗିତାରେ ୧୮-୨୬ ବର୍ଷ ବୟସର ଯୁବତୀମାନେ ଅଂଶ ଗ୍ରହଣ କରିପାରିବେ । ମିସ୍ ରଜ ୨୦୧୮ର ବିଜେତାଙ୍କୁ ପାଣ୍ଟାଲୁନ୍ସ ପକ୍ଷରୁ ପ୍ରସ୍ତୁତ କରାଯିବାକୁ ଥିବା ସ୍ୱତନ୍ତ୍ର ଭିଡିଓରେ ସାମିଲ ହେବାର ସୁଯୋଗ ମିଳିବ ଓ ୨୦ ହଜାର ଟଙ୍କାର ପୁରସ୍କାର ସହିତ ଆହୁରି ବହୁତ କିଛି ।
ପାଣ୍ଟାଲୁନ୍ସ ତରଫରୁ ଆୟୋଜନ କରାଯାଉଥିବା ମିସ୍ ରଜ ୨୦୧୮ରେ ଭାଗ ନେବା ପାଇଁ ପଞ୍ଜିକରଣ କରିବାର ଶେଷ ତାରିଖ ହେଉଛି ୨୦୧୮ ଜୁନ୍ ୩ । ଯେଉଁ ପ୍ରାର୍ଥୀମାନଙ୍କ ବୟସ ୨୦୧୮ ଡିସେମ୍ବର ସୁଦ୍ଧା ୧୮ ରୁ ୨୬ ବର୍ଷ ବୟସ ମଧ୍ୟରେ ହୋଇଥିବ ସେମାନେ ଏଥିପାଇଁ ଆବେଦନ କରିପାରିବେ ।
ଆଶାୟୀ ପ୍ରାର୍ଥୀମାନେ ଉଭୟ ଅନଲାଇନ୍ ଏବଂ ଭୁବନେଶ୍ୱର (ଇନ୍ଫୋସିଟି ପଟିଆ ଛକ,ସହିଦ ନଗର) ଓ କଟକ(କ୍ୟାଂଟନମେଂଟ୍) ସ୍ଥିତ ପାଣ୍ଟାଲୁନ୍ସ ଷ୍ଟୋର ଗୁଡିକରେ ନିଜର ନାମ ପଞିକରଣ କରିପାରିବେ । ଅନ୍ଲାଇନ୍ ପାଇଁ ଆଶାୟୀ ପ୍ରାର୍ଥର୍ୀମାନେ www.facebook.com/pantaloons/ ୱେବସାଇଟ୍କୁ ଯାଇ ଫର୍ମ ପୂରଣ କରିବା ସହିତ ନିଜର ସଦ୍ୟତମ ଫଟୋକୁ ସହଜରେ ଅପ୍ଲୋଡ୍ କରି ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ ।


Share It

Comments are closed.