ମହାରାଷ୍ଟ୍ରରେ ପୁଣି ଲାଗିପାରେ ବିଜେପିକୁ ଶକ୍ତ ଝଟକା


ମହାରାଷ୍ଟ୍ରରେ ରାଜନୀତିରେ ନିଜ ଫେସବୁକ ପୋଷ୍ଟ ଜରିଆରେ ହଇଚଇ ସୃଷ୍ଟି କରୁଥିବା ନେତ୍ରୀ ତଥା ପୂର୍ବତ୍ତନ ମନ୍ତ୍ରୀ ପଙ୍କଜା ମୁଣ୍ଡେ ବର୍ତ୍ତମାନ ଟ୍ୱିଟରେ ଚାଞ୍ଚଲ୍ୟ ଖେଳାଇ ଦେଇଛନ୍ତି । ସେ ଟ୍ୱିଟର ବାୟୋରେ ନିଜ ଦଳର ନାମ କାଟି ଦେଇଥିବାବେଳେ ଏହା ପରେ ତାଙ୍କ ଦଳ ଅଦଳବଦଳକୁ ନେଇ ଲାଗି ରହିଥିବା ଚର୍ଚ୍ଚା ପୁଣିଥରେ ଜୋର ଧରିଛି ।


ସେ ଖୁବ ଶୀଘ୍ର ବିଜେପି ଛାଡି ଶିବସେନାରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଜୋରସେ ହେଉଥିବାବେଳେ ଅନ୍ୟପଟେ ଶିବସେନା ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାୱତ ଏହି ସଂପର୍କରେ ଇସାରାରେ ଇସାରାରେ ସୂଚନା ମଧ୍ୟ ଦେଇ ସାରିଲେଣି । ଏହା ପୂର୍ବରୁ ଫଙ୍କଜା, ନିଜ ରାଜନୈତିକ ଭବିଷ୍ୟତକୁ ନେଇ ଖୁବ ଶୀଘ୍ର କୌଣସି ନିଷ୍ପତି ନେବେ ଫେସବୁକରେ କହିଥିଲେ ।
ଏହି ସଂପର୍କରେ ସୂଚନା ଦେଇ ସଞ୍ଜୟ କହିଥିଲେ ଯେ, “ବିଜେପିର ଅନେକ ନେତା ଆମ ସଂପର୍କରେ ରହିଛନ୍ତି । ”


Share It

Comments are closed.