ଶୁଭାରମ୍ଭ ହେଲା ପାନାସୋନିକର ନୂଆ Eluga I7


ପାନାସୋନିକ ପକ୍ଷରୁ ଏହାର ବ୍ୟୟସାପେକ୍ଷ ମୂଲ୍ୟର ଅନ୍ୟତ୍ର ଏକ ସ୍ମାର୍ଟଫୋନ Eluga I7ର ଶୁଭାରମ୍ଭ କରାଯାଇଛି ।
ଏହି ସ୍ମାର୍ଟଫୋନଟିରେ ୫.୪୫-ଇଞ୍ଚର ବିଗ ଭିୟୁ ଏଚଡି+ ଡିସପ୍ଲସ ସହ ୧୮:୯ର ଆସପେକ୍ଟ ରେସିଓ ଏବଂ ଫୋନଟିର ଉପରି ଭାଗରେ ୨.୫ଡି କର୍ଭଡ ଗ୍ଲାସ ରହିଛି । ପାନାସୋନିକ Eluga I7ରେ ୧.୩ଜିଏଚଜେଡ କ୍ୱାଡ-କୋର ମିଡିଆଟେକ ଏମଟି ୬୭୩୭ଏଚ ପ୍ରୋସେସର ରହିଥିବା ବେଳେ ୨ଜିବି ରାମ ସହ ୧୬ ଜିବିର ଆଭ୍ୟନ୍ତରୀଣ ମେମୋରୀ ରହିଛି, ଯାହାକି ଆବଶ୍ୟକ ମୁତାବକ ୧୨୮ ଜିବି ମାଇକ୍ରୋ ଏସଡି କାର୍ଡ ପର୍ଯ୍ୟନ୍ତ ସଂପ୍ରାସରିତ ହୋଇପାରିବ ।
ଏହାର ପଛ ଭାଗରେ ୮ ଏମପିର ପ୍ରାଇମେରୀ କ୍ୟାମେରା ରହିଥିବା ବେଳେ ଫ୍ରଣ୍ଟ ସୁଟର ସେଲଫି ଏବଂ ଭିଡିଓ କଲିଂ ପାଇଁ ସାମନା ଭାଗରେ ୮ଏମପିର କ୍ୟାମେରା ରହିଛି । ଏଥିରେ ଆଣ୍ଡ୍ରଏଡ ୭.୧ ନୋଗେଟ ଅପରେଟିଂ ସିଷ୍ଟମ ରହିଥିବା ବେଳେ ସଂଯୋଗୀକରଣ ବିକଳ୍ପ ଦୃଷ୍ଟିରୁ ଏଥିରେ ୪ଜି ଏଲଟିଇ, ବ୍ଲୁଟୁଥ ଭି୪.୧, ୱାଇ-ଫାଇ ୮୦୨.୧୧ ବି/ଜି/ଏନ, ମାଇକ୍ରୋ-ୟୁଏସବି ୨.୦, ଏବଂ ଜିପିଏସ ରହିଛି । ଏଥିରେ ୪୦୦୦ ଏମଏଏଚର ବ୍ୟାଟେରୀ ରହିଥିବାବେଳେ ଏହାର ମୂଲ୍ୟ ୬.୫୯୯ ଟଙ୍କା ରହିଛି, ଯାହାକି କେବଳ ଅନଲାଇନ ରିଟେଲର ଫ୍ଲିପକାର୍ଟରେ ହିଁ ଉପଲବ୍ଧ ହେବ ।


Share It

Comments are closed.