ପାପୁଲିର ରେଖା କହିବ ବିବାହର ସମୟ


ପ୍ରତ୍ୟେକ ମନୁଷ୍ୟ ନିଜ ବିବାହକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ହେଲେ କେତେକଙ୍କ ଏ ଆଶା ପୁରା ହୁଏତ ଆଉ କାହାର ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ । କିଛି ଲୋକଙ୍କର ଶିଘ୍ର ବାହାଘର ହେଉଥିବାବେଳେ କିଛି ଲୋକ ସର୍ବଗୁଣସମ୍ପର୍ଣ୍ଣ ହୋଇଥିଲେ ମଧ୍ୟ ବିବାହରେ ବହୁ ବିଳମ୍ବ ହୋଇଥାଏ । କିଛି ଏହାକୁ ଭାଗ୍ୟର ଦୋଷ ଭାବିଥିବାବେଳେ କିଛି କର୍ମଫଳ ବୋଲି ଭାବିଥାନ୍ତି । କିନ୍ତୁ ସୁମୁଦ୍ରିକ ବିଦ୍ୟା ଏହା ଉପରେ କିଛି ବିଶେଷ ଧାରଣା ପ୍ରଦାନ କରେ । ଏହା ଅନୁଯାୟୀ ନିଜ ହସ୍ତରେ ଥିବା ବିବାହ ରେଖାରୁ ଜାଣନ୍ତୁ ନିଜ ବିବାହ ସମ୍ପର୍କରେ । ନିଜ ହସ୍ତର କନିଷ୍ଠ ଆଙ୍ଗୁଳି ଏବଂ ହୃଦୟରେଖା ଭିତରେ ଯେଉଁ ସ୍ପଷ୍ଟରେଖା ଦୃଶ୍ୟମାନ ହୁଏ ତାହା ହେଉଛି ବିବାହ ରେଖା । ବିବାହ ରେଖାରୁ ଜାଣିହେବ ଆପଣଙ୍କର କେଉଁ ବୟସରେ ବିବାହ ହେବ, ବୈବାହିକ ଜୀବନ କେମିତି କଟିବ, ପ୍ରେମ ବିବାହ ହେବ କି ନାହିଁ ଇତ୍ୟାଦି ।

୧. ଯେତେବେଳେ ବିବାହରେଖା ହୃଦୟରେଖାର ନିକଟବର୍ତ୍ତି ରହେ ତେବେ ଆପଣଙ୍କ ଶିଘ୍ର ବିବାହ ଯୋଗ ଦର୍ଶାଉଛି ବୋଲି ଜାଣିବାକୁ ହେବ । ଯଦି ଏହି ରେଖା ବୁଧ ପର୍ବତର ମଝିରେ ଥାଏ ତେବେ ଆପଣଙ୍କ ବିବାହ ୨୦ବର୍ଷ ମଧ୍ୟରେ ହେବ ଏବଂ ଯଦି ଏହି ପର୍ବତରେ ୩ରୁ ଅଧିକ ରେଖା ଥାଏ ତେବେ ଆପଣଙ୍କ ବିବାହ ୨୦-୩୦ ବର୍ଷ ଭିତରେ କିମ୍ବା ୩୦ ବର୍ଷ ପରେ ହେବାର ସମ୍ଭାବନା ରହିଛି ।

୨. ଯେଉଁ ପୁରୁଷଙ୍କର ବିବାହ ରେଖା ଏବଂ ହୃଦୟରେଖା ମଧ୍ୟରେ ଅଧିକ ବ୍ୟବଧାନ ରହିଥାଏ ସେମାନଙ୍କର ୩୨ବର୍ଷ ପରେ ବିବାହ ସ୍ଥିର ହୁଏ ଏବଂ ମହିଳାଙ୍କ କ୍ଷେତ୍ରରେ ୨୭ବର୍ଷ ପରେ ବିବାହ ସ୍ଥିର ହୁଏ ।

୩. ସିଧା ବିବାହ ରେଖା ଥିବା ବ୍ୟକ୍ତିମାନେ ୨୫ବର୍ଷ ବୟସରଙ୍କ ହିଁ ସେମାନଙ୍କ ପ୍ରକୃତ ଜୀବନସାଥି ପାଇବାରେ ସକ୍ଷମ ହୋଇଥାନ୍ତି ଯେବେକି ଛୋଟ ଏବଂ ସ୍ପଷ୍ଟ ନଥିବା ବିବାହରେଖା ଅପରିପକ୍ୱ ବିବାହର ସୂଚନା ଦିଏ ।

୪. ଯଦି ବିବାହରେଖାକୁ ଦୃଦୟରେଖା କିମ୍ବା ଅନ୍ୟ ପାଶ୍ୱର୍ବର୍ତ୍ତିରେଖା ଛେଦ କରୁଥାଏ ତେବେ ସେହି ବ୍ୟକ୍ତିର ବିବାହ ୨୩ବର୍ଷ ପୂର୍ବରୁ ହୋଇଯାଏ ।

୫. ଅଧିକ ବିବାହରେଖା କନିଷ୍ଠା ଅଙ୍ଗୁଳି ନିକଟବର୍ତ୍ତି ଥିଲେ ସେହିବ୍ୟକ୍ତିଙ୍କର ବିବାହ ବହୁ ବିଳମ୍ବରେ ହୁଏ କିମ୍ବା ଅନେକଙ୍କର ବିହାହ ଆଦୌ ହୋଇନଥିବାର ମଧ୍ୟ ଦେଖାଯାଇଛି ।

୬. ବିବାହରେଖା ମଝିରୁ ଭଗ୍ନ ରହେ ତେବେ ବୈବାହିକ ଜୀବନରେ ନିଜ ସାଥିଠାରୁ ଅଲଗା ହେବାର ସୂଚନା ଦିଏ ବେଳେବେଳେ ଛାଡପତ୍ର ମଧ୍ୟ ହୋଇଥାଏ ।


Share It

Comments are closed.