ବର୍ମିଂହାମରେ ନିରଜ ଚୋପ୍ରାଙ୍କ ରେକର୍ଡ ଭାଙ୍ଗିଲେ ପାକିସ୍ତାନର ଅଶରଦ ନଦୀମ


ଇଂଲଣ୍ଡର ବର୍ମିଂହାମରେ ଆୟୋଜିତ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ପାକିସ୍ତାନର ଅଶରଦ ନଦୀମ ୯୦.୧୮ ମିଚର ଜାଭିଲିନ ଥ୍ରୋ କରି ସ୍ୱର୍ଣ୍ଣପଦକ ଜିିତିଛନ୍ତି । ନିରଜ ଚୋପ୍ରାଙ୍କ ଶେଷ ରେକର୍ଡ ୮୮ ଥିବା ବେଳେ ପାକିସ୍ତାନର ନଦୀମ ଏହି ରେକର୍ଡକୁ ଭାଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହା ପାକିସ୍ତାନର ପ୍ରଥମ ସ୍ୱର୍ଣ୍ଣପଦକ ଅଟେ ।
ନିରଜ ଚୋପ୍ରା ଆହାତ କାରଣରୁ ଜାଭଲିନ ଥ୍ରୋରେ ସେ ଅଂଶଗ୍ରହଣ କରିପାରିଲେ ନାହିଁ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଗ୍ରେନେଡାର ଆଣ୍ଡରସନ ପିଟର୍ସ ୮୮.୬୪ ମିଟର ଜାଭେଲିନ ଥ୍ରୋ କରି ଦ୍ୱିତୀୟ ସ୍ଥାନରେ ଏବଂ କେନିଆର ୟୋଗୋ ୭୫.୭୦ମିଟର ସହ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି ।


Share It

Comments are closed.