ସରଫରାଜଙ୍କୁ ସର୍ବସାଧାରଣରେ ‘ଘୁସୁରି’ କହି ସମାଲୋଚନା କଲେ ପାକିସ୍ତାନୀ ଯୁବକ


ଗତ ରବିବାର ଦିନ ପରାଜୟ ବରଣ କରିବା ପରେ ଏହା ହେଉଛି ବିଶ୍ୱକପରେ ଭାରତ ଠାରୁ ପାକିସ୍ତାନର କ୍ରମାଗତ ସପ୍ତମ ପରାଜୟ । ପ୍ରକାଶ ଥାଉକି ବିଶ୍ୱକପରେ ଗତ ୧୬ ତାରିଖ ଦିନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ, ଭାରତ ଠାରୁ ୮୯ ରନ ବୃହତ୍ତ ବ୍ୟବଧାନରେ ପରାଜୟ ବରଣ କରିଥିଲା । ଆଜି ପର୍ଯ୍ୟନ୍ତ ପାକିସ୍ତାନ, ଭାରତ ଠାରୁ କେବେବି ବିଶ୍ୱକପରେ ବିଜୟ ହାସଲ କରି ନାହିଁ । ସେପଟେ ପାକିସ୍ତାନୀ ପ୍ରଶଂସକମାନେ ଭାରତ ଠାରୁ ପାକିସ୍ତାନର ଏହି ପରାଜୟକୁ ହଜମ କରିପାରୁ ନାହାନ୍ତି । ସେଥିପାଇଁ ପାକିସ୍ତାନୀ କ୍ରିକେଟ ପ୍ରେମୀମାନେ ଦଳ ଖେଳାଳୀ ମାନଙ୍କୁ ମଧ୍ୟ ସିଧାସଳଖ ଟାର୍ଗେଟ କରିବା ପାଇଁ ମଧ୍ୟ ପଛ ଘୁଞ୍ଚା ଦେଉ ନାହାନ୍ତି । ଠିକ ଏହି ଭଳି ଏକା କାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କି ଜଣେ ପାକିସ୍ତାନୀ ସର୍ବସାଧାରଣରେ ଦଳର ଅଧିନାୟକ ସରଫରାଜ ଅହମ୍ମଦଙ୍କୁ ବେଜିତ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।


ଏକ ମଲରେ ସରଫରାଜ ତାଙ୍କ ପୁଅକୁ କାଖେଇ ନେଇକି ଯାଉଥିବା ସମୟରେ ଜଣେ ପାକିସ୍ତାନୀ ଯୁବକ ତାଙ୍କୁ ମଲରେ ଅଟକାଇ ଦେଇଥିଲେ । ଏହି ସମୟରେ ସରଫରାଜଙ୍କୁ ଲାଗିଥିଲା ଯେ, ପାକିସ୍ତାନୀ ଯୁବକ ଜଣକ ତାଙ୍କ ସହ ସେଲଫି ନେବା ପାଇଁ ଚାହିଁଛନ୍ତି ଏବଂ ସେ ଏଥି ପାଇଁ ଅଟକୀ ଯାଇଥିଲେ ମଧ୍ୟ । କିନ୍ତୁ ତାହା ପରେ ଯାହା ହେଲା ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ଉକ୍ତ ପାକିସ୍ତାନୀ ଯୁବକ ଜଣକ ସର୍ବସାଧାରଣରେ ସରଫରାଜ ସମାଲୋଚନା କରି କହିଥିଲା ଯେ, “ଭାଇ, ଆପଣ ଘୁସୁରି ଭଳି କାହିଁକି ମୋଟା ହେଇ ଯାଉଛନ୍ତି ।”
ପ୍ରକାଶ ଥାଉକି ଭାରତ ସହ ମ୍ୟାଚ ଚାଲିଥିବା ସମୟରେ ସରଫରାଜ ପଡିଆ ମଧ୍ୟରେ ଦୁଇଥର ହାଇ ମାରିଥିଲେ । ଯାହାକି କ୍ୟାମେରାରେ କଏଦ ମଧ୍ୟ ହୋଇ ଯାଇଥିଲା । ଏହାକୁ ନେଇ ଅନେକ ସୋସିଆଲ ମିଡିଆ ୟୁଜର୍ସ ସରଫରାଜଙ୍କ ମିମି ପ୍ରସ୍ତୁତ କରି ଛାଡିଥିବାବେଳେ ବର୍ତ୍ତମାନ ସର୍ବସାଧାରଣରେ ଜଣେ ପାକିସ୍ତାନୀ କ୍ରିକେଟ ପ୍ରେମୀ ଅଧିନାୟକଙ୍କୁ ସମାଲୋଚନା କରିଛନ୍ତି ।


Share It

Comments are closed.