ଭାରତୀୟଙ୍କ ଠାରୁ ପାକିସ୍ତାନୀ ଅଧିକ ସୁଖୀ


ଭାରତୀୟମାନଙ୍କଠାରୁ ପଡ଼ୋଶୀ ଦେଶ ପାକିସ୍ତାନର ଲୋକେ ଅଧିକ ସୁଖୀ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ବିଶ୍ୱର ସବୁଠାରୁ ସୁଖୀ ରାଷ୍ଟ୍ର ତାଲିକାରୁ ଜଣା ପଡ଼ିଛି । ଜାତିସଂଘର ‘ସଷ୍ଟେନେବଲ୍ ଡେଭେଲପ୍ମେଣ୍ଟ୍ ସଲ୍ୟୁସନ୍ ନେଟ୍ୱାର୍କ’ ପକ୍ଷରୁ ପ୍ରକାସିତ ୱାର୍ଲଡ ହାପିନେସ୍ ରିପୋର୍ଟ ଅନୁଯାୟୀ ଗତବର୍ଷ ଭାରତ ସୁଖୀ ରାଷ୍ଟ୍ର ତାଲିକାର ୧୨୨ତମ ସ୍ଥାନରେ ରହିଥିବାବେଳେ ଚଳିତ ବର୍ଷ ୧୧ଟି ସ୍ଥାନ ତଳକୁ ଖସି ଆସି ୧୩୩ ତମ ସ୍ଥାନରେ ରହିଛି ।

୨୦୧୬ରେ ଭାରତ ୧୧୮ତମ ସ୍ଥାନରେ ରହିଥିଲା । ଅପରପକ୍ଷେ ପାକିସ୍ତାନ ୨୦୧୭ରେ ୭୦ ତମ ସ୍ଥାନରେ ରହିଥିବାବେଳେ ଚଳିତ ବର୍ଷ ଏହା ଆଉ ୫ଟି ସ୍ଥାନ ଉପରକୁ ଉଠି ୭୫ ତମ ସ୍ଥାନରେ ରହିଛିି । ଭାରତର ଅନ୍ୟ ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ ବାଂଲାଦେଶ ୧୧୫, ନେପାଳ ୧୦୧, ଭୂଟାନ୍ ୯୭, ଶ୍ରୀଲଙ୍କା ୧୧୬, ମ୍ୟାଁମାର ୧୩୦ ତମ ସ୍ଥାନରେ ରହିଛନ୍ତି । ସବୁଠାରୁ ବଡ଼ କଥା ହେଲା ସାମାଜିକ ଓ ଆର୍ôଥକ ସ୍ଥିତିରେ ଭାରତଠାରୁ ନିମ୍ନରେ ରହିଥିଲେ ମଧ୍ୟ ଏମାନେ ଭାରତୀୟମାନଙ୍କଠାରୁ ବେଶ୍ ସୁଖୀ । ୧୫୬ଟି ଦେଶମାନଙ୍କ ମଧ୍ୟରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଫିନ୍ଲ୍ୟାଣ୍ଡ ଏହି ତାଲିକାର ଶୀର୍ଷରେ ରହିଛି । ନରୱେ ଏହି ତାଲିକାର ଦ୍ୱିତୀୟରେ ଥିବାବେଳେ ଆମେରିକା ୧୮ ଓ ବ୍ରିଟେନ୍ ୨୦ ତମ ସ୍ଥାନରେ ରହିଛନ୍ତି ।


Share It

Comments are closed.