ଶାହାରୁଖ ଖାନଙ୍କୁ ଭାରତ ଛାଡ଼ି ପାକିସ୍ତାନ ଆସିବାକୁ ଆମନ୍ତ୍ରିତ କଲେ ପାକିସ୍ତାନ ଆଙ୍କର


ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଛି । ଡ୍ରଗ୍ସ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ସେବେଠାରୁ ବିବାଦ ବଢିବାରେ ଲାଗିଛି । ଆର୍ଯ୍ୟନଙ୍କ ଜାମିନ ବାରମ୍ବାର ଖାରଜ ହେଉଛି । ୨୩ ବର୍ଷୀୟ ଆର୍ଯ୍ୟନଙ୍କ ଗିରଫ ମାମଲା ପାକିସ୍ତାନରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ପାକିସ୍ତାନର ନାମିଦାମି ସେଲିବ୍ରିଟି ଓ ଷ୍ଟାର୍ ଆର୍ଯ୍ୟନଙ୍କ ଗିରଫଦାରି ମାମଲାରେ ଶାହରୁଖ ଖାନଙ୍କୁ ସମର୍ଥନ କରୁଛନ୍ତି । ଏପରିକି ପାକର ପ୍ରସିଦ୍ଧ ଆଙ୍କର ଓ୍ୱକାର ଜାକା ଶାହରୁଖଙ୍କ ସମର୍ଥନରେ ଟ୍ୱିଟ୍ କରିଛନ୍ତି ।


ଓ୍ୱକାର ଟ୍ୱିଟ୍ କରି କହିଛନ୍ତି ଯେ, ଶାହରୁଖ ସାର୍, ଆପଣ ଭାରତ ଛାଡି ଦିଅନ୍ତୁ । ସପରିବାର ପାକିସ୍ତାନ ଚାଲିଆସନ୍ତୁ । ଏଠାରେ ରୁହନ୍ତୁ । ନରେନ୍ଦ୍ର ମୋଦୀ ସରକାର ଆପଣଙ୍କ ସରକାର ସହ ଯାହା କରୁଛନ୍ତି ତାହା ଭୁଲ ଅଟେ । ସେ ଶାହରୁଖ ଖାନଙ୍କ ସହ ଛିଡା ହୋଇଥିବା କହିଛନ୍ତି । ଏହି ଟ୍ୱିଟ୍ ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ସାମ୍ନା କରିବାକୁ ପଡିଛି ।

କିଛି ୟୁଜର ଓ୍ୱକାରଙ୍କ ଟ୍ୱିଟର ସମର୍ଥନ କରୁଥିଲେ ବି ଆଉ କିଛି ଏହାର ମଜାକ ଉଡାଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ଶାହରୁଖଙ୍କ ପତ୍ନୀ ହିନ୍ଦୁ ଆଉ ସେ ହିନ୍ଦୁ ପର୍ବ ପାଳନ କରୁଛନ୍ତି । କିଛି ୟୁଜର ଓ୍ୱକାରଙ୍କୁ ପାକ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଅବସ୍ଥା ବାବଦରେ କହିଛନ୍ତି । ଫୁରକାନ ନାମକ ଜଣେ ଯୁଜର ପାକ୍ ଚଳଚ୍ଚିତ୍ର ଶିଳ୍ପକୁ ଟାର୍ଗେଟ୍ କରିବା ସହ ଭଲ ପିଲ୍ମ ଆସୁନଥିବା କହିଛନ୍ତି ।

ସୂଚନାଯୋଗ୍ୟ, ପାକିସ୍ତାନରେ ଆର୍ଯ୍ୟନଙ୍କ ଗିରଫଦାରିକୁ ଅନେକ ସଂପ୍ରଦାୟ ଓ ଧର୍ମର ଚଷମାରେ ଦେଖୁଛନ୍ତି । ପାକ୍ ପ୍ରମୁଖ ଖବରକାଗଜ ଏକ୍ସପ୍ରେସ୍ ଟ୍ରିବ୍ୟୁନ କିଛି ଦିନ ପୂର୍ବରୁ ଆର୍ଯ୍ୟନଙ୍କ ଗିରଫଦାରି ସବୁଠାରୁ ବଡ ମୁସଲିମ ହିରୋଙ୍କୁ ଟାର୍ଗେଟ୍ କରିବା ସହ ସମାନ ବୋଲି ଖବର ପ୍ରକାଶ କରିଥିଲା ।


Share It

Comments are closed.