ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଲଖବୀକୁ ମାସିକ ଦେଢ ଲକ୍ଷ ଟଙ୍କା ଦେବ ପାକିସ୍ତାନ


ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜକିଉର୍ ରେହମାନ ଲଖବୀର ଖର୍ଚ୍ଚ ବାବଦରେ ମାସିକ ଦେଢ ଲକ୍ଷ ଟଙ୍କା ଦେବାକୁ ଅନୁମତି ଦେଇଛି । ୟୁଏନର ପ୍ରତିବନ୍ଧକ ସମିତି ଏହି ଅନୁମତି ପ୍ରଦାନ କରିଛି । ସମିତି କୌଣସି ବୈଶ୍ୱିକ ଅପରାଧୀକୁ ଆତଙ୍କବାଦୀ ଘୋଷିତ କରିଥାଏ ।ସମିତି ଏହି ସ୍ୱୀକୃତି ପାକିସ୍ତାନ ସରକାରଙ୍କୁ ପ୍ରସ୍ତାବ ଭାବେ ପ୍ରଦାନ କରିଛି । ପ୍ରତିବନ୍ଧକ ସମିତ ଚଳିତ ସପ୍ତାହରେ ଲଖବୀର ଔଷଧ ଖର୍ଚ୍ଚ ବାବଦରେ ୪୫ ହଜାର ଟଙ୍କା ପ୍ରଦାନ କରିଥିଲା । ସେହିପରି ଖାଇବା ପାଇଁ ୫୦ ହଜାର ଟଙ୍କା ଓ ଅନ୍ୟ ଆବଶ୍ୟକତା ପାଇଁ ୨୦ ହଜାର ଟଙ୍କା ପ୍ରଦାନ କରିଥିଲା । ଏହାବାଦ୍ ଓକିଲ ଖର୍ଚ୍ଚ ପାଇଁ ୨୦ ହଜାର ଦେବା ପାଇଁ ଅନୁମତି ପ୍ରଦାନ କରିଛି ।ଏହି ଟଙ୍କା ଲଖବୀର ବ୍ୟାଙ୍କ୍ ଆକାଉଣ୍ଟରେ ଡିପୋଜିଟ୍ କରାଯିବ ।

ସୂଚନାଯୋଗ୍ୟ, ସଂଯୁକ୍ତ ରାଷ୍ଟ୍ର ଲଖବୀକୁ ୨୦୦୮ରେ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲା । ସେ ଲଶ୍କର-ଏ-ତୋଏବା ଓ ଅଲକାଏଦା ସହ ଜଡିତ ଥିବା ପ୍ରମାଣ ମିଳିଥିଲା । ଏହାପରେ ତାର ସମସ୍ତ ସମ୍ପତ୍ତି ଜବତ କରାଯାଇଥିଲା । ଏପରିକି ବ୍ୟାଙ୍କ୍ ନେଣଦେଣ ଉପରେ ରୋକ୍ ଲଗାଯାଇଥିଲା ।

ଏତତ୍ ବ୍ୟତୀତ ୟୁଏନ ପାକିସ୍ତାନ ସରକାରଙ୍କୁ ଲାଦେନ ବାବଦରେ ସୂଚନା ଦେଇତିବା ପରମାଣୁ ବୈଜ୍ଞାନିକ ମହମ୍ମଦ ସୁଲତାନ ବଶୀର-ଉଦ୍ଦୀନଙ୍କୁ ମାସିକ ଖର୍ଚ୍ଚ ପ୍ରଦାନ ପାଇଁ ଥିବା ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି । ସୁଲତାନ ଆମେରିକାକୁ ଏଲ କାଏଦା ମୁଖ୍ୟ ଲାଦେନ ବାବଦରେ ସୂଚନା ଦେଇଥିଲେ ।


Share It

Comments are closed.