ପାକିସ୍ତାନକୁ ପୁଣି ଲାଗିବ ଶକ୍ତ ଧକ୍କା


ଆତଙ୍କବାଦର ଉତ୍ସ କୁହାଯାଉଥିବା ପାକିସ୍ତାନକୁ ପୁଣି ଏକ ଝଟକା ଲାଗିବାକୁ ଯାଉଛି । ଆତଙ୍କବାଦୀ ଏବଂ ଏହାର ସଙ୍ଗଠନକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିବା ଏହି ଦେଶକୁ ଏକଘରିଆ କରିବାପାଇଁ ଯୋଜନା ଚାଲିଛି । ଏହି ସମ୍ବନ୍ଧରେ ସୋମବାର ଠାରୁ ପ୍ୟାରିସରେ ‘ଫାଇନାନସିଆଲ ଆକ୍ସନ ଟ୍ୟାକ୍ସ ପୋର୍ସ’(ଏଫଏଟିଏଫ)ର ୬ ଦିନିଆ ଏକ ଆଲୋଚନା ଚକ୍ର ଆରମ୍ଭ ହୋଇଯାଇଛି ।
ବିଗତ କିଛି ମାସ ଧରି ପାକିସ୍ତାନ ନିଜକୁ ଏଫଏଏଫ ମନି ଲଣ୍ଡରିଙ୍ଗ ଏବଂ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ନହେବା ପାଇଁ ଜୋରଦାର ପ୍ରୟାସ କରିଆସୁଛି । ସେଥିପାଇଁ ପାକିସ୍ତାନ ‘ଏଫଏଟିଏଫି’ର ‘ଗ୍ରେ ଲିଷ୍ଟ’ରେ ସାମିଲ ହେବାର ଅନେକ ସମ୍ଭାବନା ରହିଥିବା ହେତୁ ସେ ବର୍ତ୍ତମାନ ବହୁ ଚିନ୍ତାରେ ରହିଛି ।
କାରଣ ଏହି ସୂଚୀରେ ଅନ୍ତର୍ଗତ ହେଉଥିବା ଦେଶମାନଙ୍କର ଆର୍ଥିକ ବ୍ୟବସ୍ଥା ଉପରେ କୁପ୍ରଭାବ ପଡିଥାଏ । ଏହି ବର୍ଷ ଫେବୃଆରୀରେ ପାକିସ୍ତାନ ‘ଗ୍ରେ ଲିଷ୍ଟ’ରେ ସାମିଲ ହେବାରୁ ମାତ୍ର ଅଳ୍ପକେ ବର୍ତ୍ତିଯାଇଥିଲା । ଏଫଏଟିଏଫର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ ପାକିସ୍ତାନ ଏହି ବର୍ଷ ଜୁନ ମାସରେ ଏଫଏଟିଏଫର ସରିଭିଲେନ୍ସ ଲିଷ୍ଟରେ ଅନ୍ତର୍ଗତ ହୋଇଯିବ ।
ଏଫଏଟିଏଫ ଦ୍ୱାରା ପରିଚାଳିତ ହେଉଥିବା ଏହି ୬ ଦିନର ଆଲୋଚନା ଚକ୍ର ପରେ ପାକିସ୍ତାନ ଏହି ସୂଚୀରେ ଅନ୍ତର୍ଗତ ହେଉଛି କିମ୍ବା ନାହିଁ ଏହାର ସମସ୍ତ ଫଳାଫଳା ସମନାକୁ ଆସିଯିବ । ପାକିସ୍ତାନର କାମଚଳା ସରକାର ବର୍ତ୍ତମାନର ଅସ୍ଥାୟୀ ଆର୍ଥିକ ମନ୍ତ୍ରୀ ‘ସାମସାଦ ଆକତର’ଙ୍କୁ ଏହି ସମସ୍ୟାରୁ ରକ୍ଷା କରିବା ପାଇଁ ପ୍ୟାରିସ ପଠାଇଛନ୍ତି ।

ଏଫଏଟିଏଫ କ’ଣ ?

ଏଫଏଟିଏଫ ହେଉଛି ଇଣ୍ଟରଗଭରମେଣ୍ଟାଲ ବଡି ଯାହାକୁ ୧୯୮୯ରେ ଗଠନ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ମନି ଲଣ୍ଡରିଙ୍ଗ, ଆତଙ୍କବାଦି ସଙ୍ଗଠନକୁ ଆର୍ଥିକ ସହାୟତା ଏବଂ ଅନ୍ୟାନ୍ୟ ବିରୋଧରେ ଲଢେଇ କରିବା । ପାକିସ୍ତାନ ଏହା ପୂର୍ବରୁ ୨୦୧୨-୧୫ରେ ଏଫଏଟିଏଫର ଏହି ବ୍ଲାକଲିଷ୍ଟରେ ରହିସାରିଛି ।


Share It

Comments are closed.