ଦୀପାବଳିର ଶୁଭେତ୍ସା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ


ଦୀପାବଳି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ଖାନ ଟ୍ୱିଟରରେ ଏକ ସରଳ ବାର୍ତ୍ତା ଦେଇ ନିଜର ଶୁଭେତ୍ସା ଜଣାଇଛନ୍ତି। ଭାରତ ସହ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦୀପାବଳି ଧୂମଧାମରେ ପାଳନ କରାଯାଇଛି। ଦୀପାବଳି ଅବସରରେ କରାଚୀର ସ୍ୱାମୀ ନାରାୟଣ ମନ୍ଦିରକୁ ନାନା ରଙ୍ଗର ଲାଇଟରେ ସୁସଜ୍ଜିତ କରାଯାଇଥିଲା। ଲୋକେ ମନ୍ଦିର ଯାଇ ଦୀପ ଲଗାଇ ଦୀପାବଳି ପାଳନ କରିଥିଲେ। ଦୀପାବଳି ଅବସରରେ ଲୋକେ ନିଜ ନିଜ ଘରେ ମଧ୍ୟ ଦୀପ ଓ ବିଭିନ୍ନ ରଙ୍ଗର ଲାଇଟ ଲଗାଇ ଧୂମଧାମରେ ପାଳନ କରିଛନ୍ତି। ସ୍ୱାମୀ ନାରାୟଣ ମନ୍ଦିରରେ ଲୋକଙ୍କ ଭିଡ ଜମିଥିଲା।

ପାକିସ୍ତାନ କରାଚୀରେ ହିନ୍ଦୁ ସମ୍ପ୍ରଦାୟର ଲୋକେ ରୀତିନୀତି ଅନୁସାରେ ଦୀପାବଳି ପାଳନ କରିଛନ୍ତି। ଦୀପାବଳି ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହିନ୍ଦୁମାନଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ‘ସମସ୍ତ ହିନ୍ଦୁ ନାଗରିକଙ୍କୁ ହାପି ଦୀପାବଳି’


୧୯୪୭ ମସିହାରେ ପାକିସ୍ତାନରେ ହିନ୍ଦୁଙ୍କ ଜନସଂଖ୍ୟା ମୋଟ ଜନସଂଖ୍ୟାର ପାଖାପାଖି ୨୪ ପ୍ରତିଶତ ଥିଲା। ବର୍ତ୍ତମାନ ହିନ୍ଦୁଙ୍କ ଜନସଂଖ୍ୟା ହ୍ରାସ ପାଇ ପାଖାପାଖି ଏକ ପ୍ରତିଶତ ରହିଛି। ପାକିସ୍ତାନରେ ବହୁ ସଂଖ୍ୟାରେ ହିନ୍ଦୁଙ୍କ ଧର୍ମାନ୍ତରୀକରଣ କରିଦିଆଯାଇଛି। ଏଥିପାଇଁ ଅନେକ ଲୋକ ଏଠାରୁ ପଳାୟନ ମଧ୍ୟ କରିଛନ୍ତି।


Share It

Comments are closed.