ପାକିସ୍ତାନର ପୋଲ ଖୋଲିଲେ ତାଙ୍କରି ଦେଶର ପ୍ରତିରକ୍ଷା ବିଶେଷଜ୍ଞ ‘ସାହିସ୍ତା ସିଦିକ’


ଜମ୍ମୁ କାଶ୍ମୀରରେ ଧାରା ୩୭୦ ଏବଂ ୩୫ଏ ଉଚ୍ଛେଦ ପରେ ବର୍ତ୍ତମାନ ପାକିସ୍ତାନ ସାରା ଦେଶରେ ନିଜ ପ୍ରୋପୋଗେଣ୍ଡା ବିସ୍ତାର କରିବା ପାଇଁ ଚେଷ୍ଟା ଚଳାଇଛି । କେବଳ ଏତିକି ନୁହେଁ ସେ ଭାରତକୁ ନିଜ ସହ ଯୁଦ୍ଧ ପାଇଁ ଉସକାଉ ଥିବାବେଳେ ଏହି ସବୁ ମଧ୍ୟରେ ପାକିସ୍ତାନର ପୋଲ ଖୋଲିଛନ୍ତି ତାଙ୍କରି ଦେଶର ଜଣେ ବିଦ୍ୱାନ ତଥା ଲେଖିକା ଏବଂ ପ୍ରତିରକ୍ଷା ବିଶେଷଜ୍ଞ ‘ସାହିସ୍ତା ସିଦିକ ।’
ସେ କହିଛନ୍ତି ଯେ, ପାକିସ୍ତାନର ଆର୍ଥିକ ମାନ୍ଦାବସ୍ଥା ଏବଂ ଦରଦାମ ବୃଦ୍ଧି ଯୋଗୁଁ ପାକିସ୍ତାନ ନାଗରିକ ବର୍ତ୍ତମାନ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଭାରତକୁ ଯୁଦ୍ଧର ଚେତାବନୀ ଦେବା ଦେଶ ପାଇଁ ଓ ନାଗରିକଙ୍କ ପାଇଁ ଠିକ ନୁହେଁ ବୋଲି ସେ କହିଛନ୍ତି ।
ଆୟେଶା ଆହୁରୀ ମଧ୍ୟ କହିଛନ୍ତି, ସେ ଯେତେବେଳେ ତାଙ୍କ ପାକିସ୍ତାନୀ ମିତ୍ରଙ୍କ ସହ କଥାବାର୍ତ୍ତା କରି ଦେଶର ପରିସ୍ଥିତି ସଂପର୍କରେ ପଚାରିବୁଝୁଥିଲେ ସେତେବେଳେ ତାଙ୍କ ସାଙ୍ଗଙ୍କ ଠାରୁ ଏହା ପ୍ରତିକ୍ରିୟା ଆସିଥିଲା କି, ପ୍ରଥମ ଥର ପାକିସ୍ତାନ ନାଗରିକ ଅନୁଭବ କରିସାରିଲେଣି ଯେ, ପାକିସ୍ତାନ ବର୍ତ୍ତମାନ ଭାରତ ସହ ଯୁଦ୍ଧ କରିବା ଅବସ୍ଥାରେ ନାହିଁ ଏବଂ ଏହି କୋହକୁ ସମସ୍ତେ ନିଜ ସୃଦୟରେ ଦୁଃଖ ପ୍ରକାଶ କରୁଛନ୍ତି ।


Share It

Comments are closed.