ଏବେ ମାନଚିତ୍ରରୁ ପାକିସ୍ତାନର ନକସା ଉଠିବା ସୁନିଶ୍ଚିତ, ଆରମ୍ଭ ହୋଇପାରେ ଜୋରଦାର ଲଢେଇ


ପିଓକେର ‘ବାଲାକୋଟ’ରେ ଭାରତୀୟ ସେନାର ଏୟାର ଷ୍ଟ୍ରାଇକ ପରେ ବର୍ତ୍ତମାନ ପାକିସ୍ତାନରେ ହଇଚଇ ଖେଳିଯାଇଛି । ପୂର୍ବରୁ ଏହି ଘଟଣା ନେଇ ପାକିସ୍ତାନର ବିଦେଶ ମନ୍ତ୍ରୀ ‘ମହମ୍ମୁଦ କ୍ୟୁରେସି’ ଭାରତକୁ ଧମକ ଦେବା ସହ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଥିବାବେଳେ ଆଜି ପାକିସ୍ତାନ ତାର ଓøଧତ୍ୟର ସମସ୍ତ ସୀମାକୁ ଅତିକ୍ରମ କରିଦେଇଛି ।
ଆଜି ପାକିସ୍ତାନର ଦୁଇଟି ଯୁଦ୍ଧ ବିମାନ କାଶ୍ମୀରର ନୌଶେରାରେ ଥିବା ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିଛି । ତେବେ ମିଳିଥିବା ସୂଚନା ମୁତାବକ ପାକିସ୍ତାନର ଏହି ଯୁଦ୍ଧ ବିମାନ କାଶ୍ମୀର ପୁଞ୍ଚ ଏବଂ ରାଜୌରୀରେ ବୋମ ବର୍ଷଣ କରିଥିଲେ କିନ୍ତୁ ପାକିସ୍ତାନ ବାୟୁ ସେନାର ଏହି ଆକ୍ରମଣ ଦ୍ୱାରା ଭାରତର କୌଣସି କ୍ଷତି ହୋଇଉନଥିବାବେଳେ ସୁରକ୍ଷାକୁ ଦୃଷ୍ଟିରେରଖି ଭାରତୀୟ ସେନା ପକ୍ଷରୁ ପାକିସ୍ତାନର ଉକ୍ତ ଯୁଦ୍ଧ ବିମାନକୁ ମାରି ଖସାଇ ଦିଆଯାଇଛି ।
ପ୍ରକାଶ ଥାଉକି କ୍ୟୁରେସି ପାକିସ୍ତାନୀ ଗଣମାଧ୍ୟମକୁ ଭାରତ ବିରୋଧରେ ଧମକପୂର୍ଣ୍ଣ ବାର୍ତ୍ତା ଦେଇ କହିଥିଲେ ଯେ, “ଏହା ଭାରତ ତରଫରୁ ପାକିସ୍ତାନ ବିପକ୍ଷରେ ଆକ୍ରମଣ ଥିଲା । ଏହା ଏଲଓସି ଉଲ୍ଲଘଂନ ଅଟେ ଏବଂ ପାକିସ୍ତାନ ତା’ର ଆତ୍ମରକ୍ଷା ପାଇଁ ପ୍ରତିଆକ୍ରମଣ କରିବାର ନିଶ୍ଚୟ ଅଧିକାର ଅଛି । ”
ଅନ୍ୟପଟେ ପାକିସ୍ତାନ, ଭାରତକୁ ଉତ୍ତେଜିତ କରିବା ପାଇଁ ଏକ ଟ୍ୱିଟ କରି କହିଛି ଯେ, “ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନ୍ଦନ ଏବେ ପାକିସ୍ତାନ ସେନା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପାକିସ୍ତାନ ଗୁଳି ମାରି ଖସାଇଥିବା ଭାରତୀୟ ଯୁଦ୍ଧ ବିମାନ ଭିତରୁ ତାଙ୍କୁ ବନ୍ଦୀ କରାଯାଇଛି ।”
ତେବେ ବିଶେଷଜ୍ଞଙ୍କ କହିବା ମୁତାବକ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଏତେ ବଢିଗଲାଣିଯେ, ଉଭୟଙ୍କ ମଧ୍ୟରେ ଯୁଦ୍ଧ ସୁନିଶ୍ଚିତ । ତେବେ ବର୍ତ୍ତମାନ ସୁରକ୍ଷାକୁ ଦୃଷ୍ଟିରେରଖି ଶ୍ରୀନଗର ପଠାଣ କୋଟରେ ହାଇ ଆଲର୍ଟ ଜାରି କରାଯାଇଛି ।


Share It

Comments are closed.