ଲକଡାଉନ ସମୟରେ ବିନା ମାସ୍କରେ ରାସ୍ତାରେ ସାଇକେଲ ଚଳାଇ ସମାଲୋଚିତ ହେଲେ ସୋଏବ, ଭିଡିଓ ଭାଇରାଲ


pakistan covid cases during lockdown former pakistani cricketer shoaib akhtar went for cycle riding in islamabad fans trolled him watch video ମହାମାରୀ କୋରନା ଭାଇରସକୁ ନେଇ ବିଶ୍ୱର ଅଧିକାଂଶ ଦେଶରେ ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପାକିସ୍ତାନ ମଧ୍ୟ ଏହି ମହାମାରୀ ବିରୋଧରେ ନିଜର ଲଢେଇ ଅଭିଯାନ ଜାରି ରଖିଛି । ଏହି ମଧ୍ୟରେ ସୋଏବ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କୁ ଇସଲାମାବାଦ ରାସ୍ତାରେ ସାଇକେଲ ଚଲାଉଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଅଖତର ବିନା କୌଣସି ମାସ୍କରେ ଇସଲାମାବାଦରେ ସାଇକେଲ ଚଲାଉଥିବାର ଦେଖିବାକୁ ମିଳୁଛି ।
ଲକଡାଉନ ସମୟରେ ଏଭଳି ଭାବରେ ସାଇକେଲ ନେଇ ବାହାରକୁ ବାହାରିବାକୁ ନେଇ ଅଖତରଙ୍କୁ ଖୁବ ସମାଲୋଚିତ ହେବାକୁ ମଧ୍ୟ ପଡିଛି । କେତେ ଜଣ ତାଙ୍କୁ ପାକିସ୍ତାନର ସଲମାନ ଖାନ କହିଛନ୍ତି । ପ୍ରକାଶ ଥାଉକି, ସଲମାନ ଖାନ ପ୍ରାୟତଃ ମୁମ୍ବାଇ ରାସ୍ତାରେ ସାଇକେଲ ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ଲେଖିଛନ୍ତି ଯେ, ସୋଏବ ଭାଇ ଆପଣଙ୍କୁ ଲକଡାଉନ ନିୟମ ପାଳନ କରିବାର ଆବଶ୍ୟକତା ରହିଛି, ଯଦି ଆପଣ ଏହାକୁ ପାଳନ କରିବେ ନାହିଁ ତେବେ ଅନ୍ୟମାନେ କିପରି କରିବେ ।

ଅଖତର ଗତ କିଛି ଦିନ ହେବ ଖୁବ ଚର୍ଚ୍ଚାରେ ରହି ଆସୁଛନ୍ତି । କୋଭିଡ-୧୯ ବିରୋଧରେ ଲଢେଇ କରିବା ପାଇଁ ଫଣ୍ଡ ଆଦାୟ କରିବା ଲାଗି ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ପ୍ରସ୍ତାବ ମଧ୍ୟ ସେ ରଖିଥିଲେ । ଏହା ସହ ସେ ଆହୁରୀ ମଧ୍ୟ କହିଥିଲେ ଯେ, ଯଦି ଭାରତ ତାଙ୍କୁ ୧୦,୦୦୦ ଭେଣ୍ଟିଲେଟର ଯୋଗାଇ ଦିଏ, ତେବେ ପାକିସ୍ତାନ ଭାରତର ଏହି ଋଣ କେବେବି ସୁଝି ପାରିବ ନାହିଁ । ଅଖତରଙ୍କ ଏହି ବୟାନକୁ ନେଇ ତାଙ୍କୁ ନିଜ ଦେଶର ଲୋକଙ୍କ ଠାରୁ ଅନେକ ସମାଲୋଚନାର ଶୀକାର ମଧ୍ୟ ହେବାକୁ ପଡିଥିଲା । ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ଖେଳ ପ୍ରସ୍ତାବକୁ ନେଇ ଭାରତୀୟ ଦଳର ପୂର୍ବତ୍ତନ କ୍ରିକେଟର କପିଲ ଦେବ ଏବଂ ମଦନ ଲାଲ ଖୁବ ନିନ୍ଦା ମଧ୍ୟ କରିଛନ୍ତି, ସେ କହିଛନ୍ତି ଏଭଳି ପରିସ୍ଥିତିରେ ଖେଳାଳୀଙ୍କ ଜୀବନକୁ ବିପଦରେ ପକାଇବା ଠିକ ନୁହେଁ ।


Share It

Comments are closed.