ଚୀନକୁ ପାକିସ୍ତାନ ଦେଲା ଝଟକା, ବିଗୋକୁ କଲା ବ୍ୟାନ ଓ ଟିକ୍‌ଟକକୁ ଦେଲା କଡା ଚେତାବନୀ


ପାକିସ୍ତାନ ଲାଇଭ ଷ୍ଟ୍ରିମିଙ୍ଗ ଆପ୍ଲିକେସନ ବିଗୋ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇ ଦେଇଛି ଏହା ସହ ଭିଡିଓ-ସେୟାରିଙ୍ଗ ଆପ ଟିକ୍‌ଟକରେ ଅଶ୍ଳୀଳ ଏବଂ ଅନୈତିକ ଭିଡିଓ ପରିବେଷଣ ଚାଲିଥିବା ହେତୁ ତାହାକୁ କଡା ଚେତାବନୀ ମଧ୍ୟ ଦେଇଛି । ଡିଜିଟାଲ ଅଧିକାରୀ ସମୂହଙ୍କ କହିବା ଅନୁଯାୟୀ, ସେମାନେ ଏହି ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରିବେ କାରଣ ଭିଡିଓ ଗେମକୁ ସେନସର କରାଯିବାର କୌଣସି କାରଣ ନାହିଁ ।
ଚଳିତ ମାସର ଆରମ୍ଭରେ ଲାହୋର ହାଇକୋର୍ଟରେ ଜଣେ ନାଗରିକ ଆବେଦନ କରିଥିଲେ ଯେ, ଯେଉଁଥିରେ ଟିକ୍‌ଟକରେ ତତ୍‌କାଳ ପ୍ରତିବନ୍ଧକ ଲଗାଇବା ପାଇଁ ଦାବୀ କରିଥିଲେ । ଆବେଦନକାରୀ କହିଥିଲେ ଯେ, ଆଧୁନିକ ଯୁଗର ସବୁଠାରୁ ବଡ ପ୍ଲାଟଫର୍ମ ହେଉଛି ଆପ୍ ଏବଂ ସୋସିଆଲ ମିଡିଆରେ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାର କରିବାରେ ମୁଖ୍ୟ ଉତ୍ସ ପାଲଟିଛି । ଦୂର ସଂଚାର ନିୟାମକ ପାକିସ୍ତାନ ଟେଲି କମ୍ୟୁନିକେସନ ଅଥରିଟି ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ସୋସିଆଲ ମିଡିଆ ତଥା ବିଶେଷ କରି ଟିକ୍‌ଟକ ଏବଂ ବିଗୋରେ ଅଶ୍ଳୀଳ କଣ୍ଟେଣ୍ଟ ପ୍ରସାରଣକୁ ନେଇ ସମାଜର ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିଥିଲା ।
ବୟାନରେ କୁହାଯାଇଛି ଯେ, ପିଟିଏ ଦେଶର ଆଇନ ଏବଂ ନୈତିକ ସୀମା ଭିତରେ ସାମାଜିକକରଣ ଏବଂ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ଆଇନ ଅଧିନରେ ପୂର୍ବୋକ୍ତ ସୋସିଆଲ ମିଡିଆ କମ୍ପାନୀକୁ ଆବଶ୍ୟକୀୟ ନୋଟିସ ଜାରି କରାଯାଇଛି । ପ୍ରକାଶ ଥାଉକି ଏହା ପୂର୍ବରୁ ଭାରତ ୫୯ ଚାଇନିସ ଆପକୁ ବ୍ୟାନ କରିଦେଇଥିଲା, ଯାହାକୁ ଚୀନ ବିପକ୍ଷରେ ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ କୁହାଯାଉଛି ।


Share It

Comments are closed.