କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ସପକ୍ଷରେ ବାହାରିଲେ ପାକିସ୍ତାନ ସେନାର ମୁଖପାତ୍ର


ଭାରତର ପାରମ୍ପରିକ ପ୍ରତିଦ୍ୱନ୍ଦୀ ତଥା କାଶ୍ମୀର ମାମଲାରେ ଭାରତକୁ ସର୍ବଦା ସମାଲୋଚିତ କରିଆସୁଥିବା ପାକିସ୍ତାନର ଏବେ ଏକ ନୂଆ ରୂପ ଦେଖିବାକୁ ମିଳିଛି । ଭାରତକୁ ସବୁବେଳେ କଟାକ୍ଷ କରିଆସୁଥିବା ପାକିସ୍ତାନ ସେନାର ମୁଖପାତ୍ର “ଆସିଫ ଗଫୁର” ଗୁରୁବାର ଦିନ ରାଫେଲର ଶାସ୍ତ୍ରିୟ ପୂଜାକୁ ନେଇ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ସମର୍ଥନ ଜଣାଇଛନ୍ତି । ଫ୍ରାନ୍ସରେ ଯୁଦ୍ଧ ବିମାନ ରାଫେଲର ଶାସ୍ତ୍ରିୟ ପୂଜା କରୁଥିବା ରାଜନାଥ ସିଂହଙ୍କୁ ପାକିସ୍ତାନ ସେନାର ମୁଖପାତ୍ର “ଆସିଫ ଗଫୁର” ସମର୍ଥନ ଜଣାଇଛନ୍ତି ।

ସେ ସମର୍ଥନ ଜଣାଇ କହିଛନ୍ତି ଯେ, “ଏହି ଶାସ୍ତ୍ରିୟ ପୂଜାରେ କୌଣସି ଭୁଲ ଏହା ଧର୍ମ ସଙ୍ଗତ ଅଟେ ।”ଆସିଫ ଟ୍ୱିଟ କରି କହିଛନ୍ତି ଯେ, “ରାଫେଲ ପୂଜାରେ କୌଣସି ଭୁଲ ନାହିଁ, କାରଣ ଏହା ଧର୍ମ ସଙ୍ଗତ ଅଟେ । ଦୟାକରି ମନେ ରଖନ୍ତୁ ….. ଏହା କେବଳ ଗୋଟିଏ ଯନ୍ତ୍ର, ଏହାର ଚାଳକର ମହତ୍ତ୍ୱ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ । ” ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଆସିଫଙ୍କ ଏହି ବୟାନ ସେହି ସମୟରେ ଆସିଛି, ଯେଉଁ ସମୟରେ ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଭାରତ ଏବଂ ପାକିସ୍ତାନ ନିଜ ନିଜର ସୀମା ବିବାଦକୁ ନେଇ ଅଧିକ ସମ୍ବଦନଶୀଳ ରହିଛନ୍ତି । ଭାରତ, କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବର୍ତ୍ତମାନ ରାଗରେ ଟାଟିଆ କାମୁଥିବାବେଳେ ଅନ୍ୟପଟେ ପାକିସ୍ତାନ ଧାରା ୩୭୦ ଉଚ୍ଛେଦକୁ ନେଇ ସାରା ବିଶ୍ୱ ସମୂହରେ ଭାରତ ବିରୋଧରେ ବିଷ ଓଗାଳୁଛି ।


Share It

Comments are closed.