ବିସ୍ଫୋଟକରେ ଭରପୁର ଜ୍ୟାକେଟ୍ ପିନ୍ଧି ମୋଦୀଙ୍କୁ ଧମକ ଦେଲେ ପାକ୍ ଗାୟିକା


ନିଜର ଅଜବ ଗୁଜବ କାର୍ଯ୍ୟକଳାପରେ ଭାରତକୁ ଡାରାଇବାକୁ ଡ୍ରାମା କରୁଥିବା ପାକିସ୍ତାନି ପପ୍ ସିଙ୍ଗର ରବି ପିରଜାଦା ଆଉ ଏକ ଡ୍ରାମା ସହିତ ଟ୍ୱିଟରରେ ଆସିଛନ୍ତି । ଏଥର ସେ ଏକ ବିସ୍ଫୋଟରେ ଭରପୂର ଏକ ଜ୍ୟାକେଟ୍ ପିନ୍ଧି ଫଟୋ ପୋଜ୍ ଦେଇଛନ୍ତି । ଏଥିସହିତ ସେ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ତାଙ୍କର ଏହି ଫଟୋରେ ଭାରତୀୟ ପ୍ରଶଂସକମାନେ ବିଭିନ୍ନ କୌତୁହଳପୂର୍ଣ୍ଣ କମେଣ୍ଟ ଦେଇଛନ୍ତି ।

ଏହା ପୂର୍ବରୁ ଜାମ୍ମୁ-କାଶ୍ମୀରରେ ଆର୍ଟିକିଲ୍ ୩୭୦ ଉଠାଇବା ପରେ ଏହି ପାକିସ୍ତାନୀ ଗାୟିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜୀବନରୁ ମାରିଦେବା ପାଇଁ ଏକ ଭିଡିଓ ଜାରି କରିଥିଲେ । ଏହି ଭିଡିଓରେ ସେ ଏକ ଅଜଗର ଓ ମଗର ମାଛ ସହିତ ନଜରରେ ଆସିଥିଲେ ଏବଂ କହିଥିଲେ, “ମୁଁ କାଶ୍ମୀର ଝିଅ ମୋର ସାପମାନଙ୍କ ସହିତ ନିଶ୍ଚିତ ଭାବେ ପ୍ରସ୍ତୁତ । ଏସବୁ ନରେନ୍ଦ୍ର ମୋଦୀଙ୍କ ପାଇଁ ଅଟେ । ତୁମେ କାଶ୍ମୀରକୁ ସବୁବେେଳେ ହଇରାଣ କରୁଛ, ଏବେ ନର୍କରେ ମରିବାକୁ ପ୍ରସ୍ତୁତ ହୋଇଯାଅ । ମୋର ସବୁ ସାଙ୍ଗ ଶାନ୍ତି ଚାହାନ୍ତି ।” ଏହା କହି ସେ ଏକ ଗୀତ ଗାଇଥିଲେ ।

କିନ୍ତୁ ସାମାଜିକ ଗଣମାଧ୍ୟମରେ ଭାରତୀୟ ବ୍ୟବହାରକାରୀମାନେ ତାଙ୍କର ଧୁମ୍ ମଜା ଉଡ଼ାଇଥିଲେ । ପୁଣି ଏହି ନୂଆ ଡ୍ରାମା ପାଇଁ ରବି ପିରଜାଦାଙ୍କୁ କୌତୁହଳପୂର୍ଣ୍ଣ କମେଣ୍ଟ ଶୁଣିବାକୁ ପଡ଼ିଛି ।

 


Share It

Comments are closed.