ଆଇସିଜିଙ୍କ ରାୟରେ ଭାରତକୁ ମାତ ଦେଇଛି ବୋଲି ଦାବୀ କଲା ପାକିସ୍ତାନ


କୁଳଭୂଷଣ ଯାଦବଙ୍କୁ ପାକିସ୍ତାନର ସୈନ୍ୟ ଅଦଲାତ ଦ୍ୱାରା ଦିଆଯାଇଥିବା ଫାଶୀ ଦଣ୍ଡାଦେଶ ଉପରେ ଆନ୍ତର୍ଜାତିୟ ନ୍ୟାୟ ଅଦାଲତ (ଆଇସିିଜି) ବୁଧବାର ଦିନ ନିଜର ଚୂଡାନ୍ତ ରାୟ ଶୁଣାଇଛନ୍ତି । ଆଇସିିଜି ନିଜର ଚୂଡାନ୍ତ ରାୟ ସ୍ୱରୁପ କୁଳଭୂଷଣଙ୍କ ଫାଶୀ ଉପରେ ରହିତାଦେଶ ଲାଗଇବା ସହ ପାକିସ୍ତାନକୁ ପୁଣି ଥରେ ଏହି ନିଷ୍ପତି ଉପରେ ସମୀକ୍ଷା ଏବଂ ପୁନଃବିଚାର କରିବା ପାଇଁ ଆଦେଶ ଦେଇଛନ୍ତି ।
ସବୁ ଆଡେ ଏହାକୁ ଭାରତର ବିଜୟ ବୋଲି କୁହାଯାଉଥିବାବେଳେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ପାକିସ୍ତାନ ମଧ୍ୟ ଏହାକୁ ନିଜର ବିଜୟ ବୋଲି ଘୋଷଣା କରୁଛି ।
ଏହି ସଂପର୍କରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ, ‘ଆମେ ଆଇନ ବ୍ୟବସ୍ଥା ସହ ଆଗକୁ ବଢିବା ।’ କେବଳ ଏତିକି ନୁହେଁ ଇମ୍ରାନ ଟ୍ୱିଟ କରି (ଆଇସିିଜି)ଙ୍କ ଏହିକୁ ସ୍ୱାଗତ ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ, “କୋର୍ଟ କୁଳଭୂଷଣଙ୍କୁ ଜାମିନ କିମ୍ବା ଭାରତକୁ ପ୍ରତ୍ୟାବର୍ତ୍ତନ ନକରିବା ପାଇଁ ନିଷ୍ପତି ନେଇଛି । କାରଣ ସେ ପାକିସ୍ତାନୀ ଲୋକଙ୍କ ଦୋଷୀ ଅଟନ୍ତି । ”
ଏହା ପୂର୍ବରୁ ପାକିସ୍ତାନର ବିଦେଶ ମନ୍ତ୍ରୀ ମହମ୍ମୁଦ କ୍ୟୁରେସି କହିଥିଲେ ଯେ, “(ଆଇସିିଜି)ଙ୍କ ଏହି ନିଷ୍ପତି ଦ୍ୱାରା ପାକିସ୍ତାନର ବିଜୟ ହୋଇଛି । କମାଣ୍ଡର ଯାଦବଙ୍କୁ ବର୍ତ୍ତମାନ ପାକିସ୍ତାନରେ ରହିବାକୁ ପଡିବ । ତାଙ୍କୁ ଏଠାରେ ପାକିସ୍ତାନ ଆଇନ ଅନୁଯାୟୀ ରହିବାକୁ ପଡିବ । ଏହା ପାକିସ୍ତାନର ବିଜୟ ଅଟେ ।”
ପ୍ରକାଶ ଥାଉକି ଭାରତ ୨୦୧୭ରେ (ଆଇସିିଜି)ଙ୍କ ସମ୍ମୁଖରେ କୁଳଭୂଷଣଙ୍କ ମାମଲାର ପ୍ରସ୍ତାବ ଉଠାଇଥିଲେ ।


Share It

Comments are closed.