ଟିଭି ଉପସ୍ଥାପିକାଙ୍କୁ ମାଡ ମାରି ବିବାଦ ଘେରରେ ପାକିସ୍ତାନ ମନ୍ତ୍ରୀ


ସବୁବେଳେ ଭାରତ ବିପକ୍ଷରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀ ଚୌଦୁରୀ ଫୱଦ ହୁସେନ ପୁଣିଥରେ ଏକ ବିବାଦକୁ ନିଜ ଆଡକୁ ଡାକି ଆଣିଛନ୍ତି । ଏକ ଉତ୍ସବରେ ସେ ଜଣେ ଟିଭି ଉପସ୍ଥାପିକାଙ୍କୁ ଚାପୁଡା ମାରି ବିବାଦ ଘେରକୁ ଚାଲି ଆସିଛନ୍ତି ।
ମିଳିଥିବା ସୂଚନା ମୁତାବକ, ଉପସ୍ଥାପିକା ଜଣକ ଚୌଦୁରୀଙ୍କୁ ଟିକ୍ ଟକ ଷ୍ଟାର ହାରିମ ଶାହାଙ୍କ ସହ ଥିବା ସଂପର୍କକୁ ନେଇ ପ୍ରଶ୍ନ କରିବାରୁ ସେ ଉତକ୍ଷୀପ୍ତ ହୋଇପଡିଥିଲେ ଏବଂ କୌଣସି ବ୍ୟକ୍ତିଗତ ପ୍ରଶ୍ନକୁ ସେ ପ୍ରଶୟ ଦେବେ ନାହିଁ ବୋଲି କହି ଚାପୁଡା ମାରିଥିଲେ । କେବଳ ଏତିକି ନୁହେଁ, ଚୌଦୁରୀ ଏହି କାର୍ଯ୍ୟକୁ ଠିକ ବୋଲି ଦର୍ଶାଇ କହିଛନ୍ତି ଯେ, “ମୁଁ ଜଣେ ମଣିଷ ତେଣୁ କୌଣସି ମିଛ ଅରୋପରେ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ । ମନ୍ତ୍ରପଦ ରହୁ ବା ରହୁ ସେଥିରେ ମୋତେ କୌଣସି ଫରକ ପଡୁ ନାହିଁ କିନ୍ତୁ କୌଣସି ମିଛ ଆରୋପକୁ ଗ୍ରହଣ କରିବି ନାହିଁ । ”

ପୂର୍ବରୁ ମଧ୍ୟ ଚୌଦୁରୀ ଏଭଳି ଅନ୍ୟ ଏକ ଘଟଣାରେ ଜଣେ ଟିଭି ସାମ୍ବାଦିକା ମୁବାସର ଲୁକମାନଙ୍କୁ କାମଳ ସାମ୍ବାଦିକ କହି ମାଡ ମାରିଥିଲେ । ସେହି ଭଳି ଚୌଦୁରୀ ପୂର୍ବରୁ ଟିଭି ଉପସ୍ଥାପିକା ସାମି ଇବ୍ରାହିମଙ୍କୁ ମଧ୍ୟ ଏକ ବିବାହ ଉତ୍ସବରେ ମାଡ ମାରିଥିଲେ ।


Share It

Comments are closed.