ଭାରତ ବିପକ୍ଷରେ ୱାର୍ଲଡ କପରେ ଜିତିବା ପାଇଁ ପାକିସ୍ତାନୀ ଅଧିନାୟକଙ୍କ ଦମ୍ଭୋକ୍ତି


ଆସନ୍ତା କ୍ରିକେଟ ୱାର୍ଲଡ କପ ୨୦୧୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ ହେବାକୁ ଯାଉଛି । ୱାର୍ଲଡ କପ ପାଇଁ ପାକିସ୍ତାନୀ ଟିମ ଇଂଲଣ୍ଡ ଗସ୍ତ ପୂର୍ବରୁ ଅଧିନାୟକ ସରଫରାଜ ଅହମ୍ମଦ ନିଜର ମତରଖି କହିଛନ୍ତି ଯେ ଏହି ମ୍ୟାଚରେ ପାକିସ୍ତାନୀ ଟିମ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବ । ଯେବେକି ସେ ଏହି ଶୃଙ୍ଖଳାରେ ପାକିସ୍ତାନର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ ଏବଂ ଇଂଲଣ୍ଡ ମୁଖ୍ୟ ଦାବିଦାର ବୋଲି କୁହାଯାଉଛି କିନ୍ତୁ ପାକିସ୍ତାନଙ୍କୁ କମ୍ ବୋଲି ଭାବିବା ଅନ୍ୟ ଦଳ ପାଇଁ ଘାତକ ହୋଇପାରେବୋଲି ସେ କହିଛନ୍ତି ।
ଆମେ ଯଦି ମୁଖ୍ୟ ଦାବିଦାର ଦଳ ମାନଙ୍କ ମଧ୍ୟରେ ରହିଥାନ୍ତୁ ତେବେ ଏହା ଦଳ ପ୍ରତି ଏକ ଅଦୃଶ୍ୟ ଚାପ ସୃଷ୍ଟି କରିଥାନ୍ତା । କିନ୍ତୁ ବର୍ତ୍ତମାନ ଆମେ ବିନା ଚାପରେ ନିଜର ଉତ୍ତମ ପ୍ରଦର୍ଶନ କରିପାରିବୁ । ଯେହେତୁ ପାକିସ୍ତାନ ୱାର୍ଲଡ କପରେ ଆଜି ପର୍ଯ୍ୟନ୍ତ ଭାରତକୁ କେବେ ମଧ୍ୟ ହରାଇ ପାରିନାହିଁ ତେଣୁ ଆମେ ସବୁ ମ୍ୟାଚକୁ ଭାରତ ବିପକ୍ଷରେ ଖେଳିଳା ଭଳି ଖେଳିବୁ । ଆମ ପାଇଁ ସମସ୍ତ ୯ଟି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେହେତୁ ଆମେ ନିକଟରେ ଏକ ବଡ ମ୍ୟାଚରେ ଭାରତକୁ ହରାଇଛୁ ତେଣୁ ଏହା ଆମ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରୁଛୁ । ଆମେ ଏକ ଶକ୍ତିଶାଳୀ ଦଳ ନେଇ ଇଂଲଣ୍ଡ ଯାଉଛୁ ଯାହା ମଧ୍ୟରେ ୬ଟି ଫାଷ୍ଟ ବୋଲର ରହିଛନ୍ତି ବୋଲି ସରଫରାଜ ଅହମ୍ମଦ କହିଛନ୍ତି ।


Share It

Comments are closed.