ଓଡ଼ିଶାର ପଦ୍ମାବତୀ ନାୟକ ପ୍ଲାନ୍ ଇଣ୍ଡିଆ ଇମ୍ପାକ୍ଟ ଆୱାର୍ଡ ୨୦୧୯ ସମ୍ମାନରେ ସମ୍ମାନିତ


ଭୁବନେଶ୍ୱର: ପ୍ଲାନ୍ ଇଣ୍ଡିଆ ସଂସ୍ଥା ପକ୍ଷରୁ ଜାତୀୟ ସ୍ତରରେ ପ୍ଲାନ୍ ଇଣ୍ଡିଆ ଇମ୍ପାକ୍ଟ ଆୱାର୍ଡ ୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଆୱାର୍ଡ କାର୍ଯ୍ୟକ୍ରମରେ ସମାଜରେ ସକରାତ୍ମକ ଚିନ୍ତାଧାରା ତଥା ପରିବର୍ତ୍ତନ ଆଣିବାକୁ ଉତ୍ସର୍ଗ କରିଥିବା ୯ଟି ବର୍ଗରୁ ବିଭିନ୍ନ ସମାଜସେବୀଙ୍କୁ ପୁରସ୍କୃତ କରାଯାଇଛି, ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି- ଅଙ୍ଗନୱାଡ଼ି କର୍ମୀ, ସାମାଜିକ ସ୍ୱାସ୍ଥ୍ୟ କର୍ମୀ/ ଏଏନ୍ଏମ୍, ସାମାଜିକ ସ୍ୱେଚ୍ଛାସେବି କର୍ମୀ, ଆଉଟ୍ରିଚ୍ କର୍ମୀ, ଝିଅଙ୍କ ଅଧିକାର ପାଇଁ ଯୁବ ଚାମ୍ପିୟନ୍ – ପୁରୁଷ ଓ ମହିଳା, ସର୍ବୋତ୍କୃଷ୍ଟ ଶିଶୁ କଲ୍ୟାଣ କମିଟି ପ୍ରମୁଖ ବର୍ଗ । ଏହି କ୍ରମରେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାର ପଦ୍ମାବତୀ ନାୟକ ଏକ ଆଶା/ ଏଏନଏମ ହିସାବରେ ସମାଜ ପାଇଁ ଥିବା ତାଙ୍କର ଅତୁଳନୀୟ ଅବଦାନ ନିମନ୍ତେ ପୁରସ୍କୃତ ହୋଇଛନ୍ତି ।
ତାଙ୍କ ଅଧିନରେ ଉକ୍ତ ଅଞ୍ଚଳ ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ୟୁ ହାର ଦୃଷ୍ଟିରୁ ଶୁନ୍ୟ ହୋଇଥିବାବେଳେ ୮୫୨ ପ୍ରତିଷେଧକ ବୋହି ୧୦୦% ପ୍ରତିଷେଧକ କରିବାରେ ସଫଳ ହୋଇଛନ୍ତି । ସେ ଆହୁରୀ ମଧ୍ୟ ଅଙ୍ଗନବାଡ଼ି କର୍ମିଙ୍କ ସହିତ ମିଶି ଅଙ୍ଗନବାଡ଼ି କେନ୍ଦ୍ର ମାନଙ୍କରେ ମିଳିତ ବୈଠକ ମାଧ୍ୟମରେ ସ୍ତନ୍ୟପାନ କରାଉଥିବା ମା’ ମାନଙ୍କୁ ଶିଶୁ ପୋଷଣ ସମ୍ପର୍କରେ ଶିକ୍ଷା ପ୍ରଦାନ କରିପାରିଛନ୍ତି । ସେ ଶିଶୁ ସୁରକ୍ଷା ସଦସ୍ୟଙ୍କ ସହାୟତାରେ ଉକ୍ତ ଅଞ୍ଚଳରେ ୧୫ଟି ବାଲ୍ୟ ବିବାହକୁ ରୋକିବାରେ ସଫଳ ମଧ୍ୟ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ୨୧ଟି ରାଜ୍ୟରୁ ୧୯୦ରୁ ଅଧିକ ଏନ୍ଜିଓ ଅଂଶୀଦାର ଅଂଶଗ୍ରହଣ କରିଥିଲେ । ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣୁଥିବା ପ୍ରମୁଖ୍ୟ ବ୍ୟକ୍ତିବିଶେଷଙ୍କୁ ଏହି ସଂସ୍ଥା ୨୦୧୭ରୁ ପୁରସ୍କୃତ କରିଆସୁଛି ।

ଏହି ଅବସରରେ ଅନୁଜା ବଂଶଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ପ୍ଲାନ୍ ଇଣ୍ଡିଆ ପ୍ରକାଶ କରିଛନ୍ତି, “୨୦୧୭ରୁ ପ୍ଲାନ୍ ଇଣ୍ଡିଆ ସମାଜରେ ସକାରତ୍ମକତା ଅଣୁଥିବା ତଥା ପ୍ରତିକୂଳ ପରିସ୍ଥିତି ମାନଙ୍କରେ ସେବା ପ୍ରଦାନ କରୁଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରିଆସୁଛି । ମୁଁ ଆଶା କରୁଛି ଯେ ଏହା ସେମାନଙ୍କୁ ଆହୁରି ଅଧିକ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ପ୍ରୋତ୍ସାହିତ କରିବ ।” ଅନୁଜା ବଂଶଲ, ଜାତୀୟ ପୁରସ୍କାର ବିଜେତା ତଥା ଅବିନେତ୍ରୀ ଏହି ଅବସରରେ କହିଛନ୍ତି, “ପ୍ଲାନ୍ ଇଣ୍ଡିଆ ଇମ୍ପାକ୍ଟ ଆୱାର୍ଡ ସହିତ ତୃତୀୟ ବର୍ଷ ପାଇଁ ମୋତେ ଏକ ଅଭୁତପୂର୍ବ ଅନୁଭୂତି ପ୍ରଦାନ କରିଛି । ଏହି ଅନୁଷ୍ଠାନ ସମାଜରେ ପରିବର୍ତ୍ତନ ଆଣୁଥିବା ନିମ୍ନ ସ୍ତରର କର୍ମଚାରୀଙ୍କୁ ପୁରସ୍କୃତ କରୁଛି ।” ଅଙ୍ଗନୱାଡ଼ି କର୍ମୀ ବର୍ଗର ବିଜେତା କାଞ୍ôଚପୁରମ୍, ତାମିଲ୍ନାଡ଼ୁରୁ ଶ୍ରୀମତୀ ଆର୍ ସୁନ୍ଦରୀ ପ୍ରକାଶ କରିଛନ୍ତି, “ଏହି ଆୱାର୍ଡ ଦର୍ଶାଉଛି ଯେ, ଆମର କାର୍ଯ୍ୟକୁ ଅଣଦେଖା କରାଯାଉନାହିଁ । ଏହା ଆମର ପ୍ରଚେଷ୍ଟାକୁ ଜାରି ରଖିବା କ୍ଷେତ୍ରରେ ଆମକୁ ଆହୁରି ପ୍ରୋତ୍ସହିତ କରୁଛି ।” ଝିଅଙ୍କ ଅଧିକାର ପାଇଁ ଯୁବ ଚାମ୍ପିୟନ୍ – ପୁରୁଷ ବର୍ଗର ଚାମ୍ପିୟନ୍, ମୁମ୍ବାଇ, ମହାରାଷ୍ଟ୍ରରୁ ଶ୍ରୀଯୁକ୍ତ ପ୍ରଫୁଲ୍ଲ କହିଛନ୍ତି, “ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ, ଶିକ୍ଷା ପାଇଁ ମୂଲ୍ୟ ରହିବା ଉଚିତ ନୁହେଁ । ଏହା ଅତ୍ୟନ୍ତ ହୃଦୟବିଦାରକ କଥା କି, ଅନେକ ଅନୁନ୍ନତ ଶ୍ରେଣୀର ପରିବାରରେ ଝିଅମାନେ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି, ଯେବେକି ସେମାନେ କେବଳ ପୁଅଙ୍କୁ ବିଦ୍ୟାଳୟକୁ ପଠାଉଛନ୍ତି । ଏହା ମୋର କର୍ତ୍ତବ୍ୟ ଯେ, ମୁଁ ସେମାନଙ୍କ ପାଇଁ କିଛି କରିବି ।”
ଉକ୍ତ କାର୍ଯ୍ୟକ୍ରମରେ ରଥି ବିନୟ ଝା, ପ୍ଲାନ୍ ଇଣ୍ଡିଆ ବୋର୍ଡ ମୁଖ୍ୟ; ଶ୍ରୀଯୁକ୍ତ କମଲ ସିଂହ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ୟୁନାଇଟେଡ଼ ନେସନ୍ ଗ୍ଲାବାଲ୍ କମ୍ପ୍ୟାକ୍ଟ; ରବି ଭଟ୍ଟନାଗର, ନିର୍ଦ୍ଦେଶକ, ଏକ୍ସଟର୍ନାଲ୍ ଆଫେୟାର୍ସ ଆଣ୍ଡ ପାର୍ଟନରସିପ୍ ଆଫ୍ରିକା, ମଧ୍ୟ ପୂର୍ବ, ଦକ୍ଷିଣ ଏସିଆ; ଶୈଳେନ୍ଦ୍ର ସିଂହ, ଏପ ସଭାପତି ଇଏକ୍ସଏଲ୍ ସର୍ଭିସ୍ ପ୍ରମୁଖ ଯୋଗ ଦେଇଥିଲେ ।


Share It

Comments are closed.