ପ୍ୟାକ୍ସ ସଂପାଦକମାନଙ୍କୁ ସଂପତ୍ତି ତାଲିକା ଦାଖଲ ନିର୍ଦ୍ଦେଶ


ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକମାନଙ୍କୁ ସରକାରଙ୍କ ନିକଟରେ ସଂପତ୍ତି ତାଲିକା ଦାଖଲ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସଂପାଦକମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ସଂପତ୍ତି ତାଲିକାର ସଦ୍ୟତ୍ତମ ସ୍ଥିତି ସଂପର୍କରେ ଏକ ରିପୋର୍ଟ ପଠାଇବା ପାଇଁ ସମସ୍ତ ଡିଭିଜନର ଡିଆରସିଏସ ଏବଂ ସମସ୍ତ ସର୍କଲର ଏଆରସିଏସମାନଙ୍କୁ କୁହାଯାଇଛି ।
ନିବନ୍ଧକ, ସମବାୟ ସମିତି ସମୂହଙ୍କ ପକ୍ଷରୁ ଏହି ମର୍ମରେ ଡିଭିଜନାଲ ଡେପୁଟି ରେଜିଷ୍ଟାର କୋଅପରେଟିଭ ସୋସାଇଟି ଏବଂ ସର୍କଲରେ ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟିଙ୍କୁ ପତ୍ର ଲେଖାଯାଇଛି । ଯେଉଁମାନେ ସଂପତ୍ତି ବିବରଣୀ ଦେଇଛନ୍ତି ଏବଂ ଯେଉଁମାନେ ଅଦ୍ୟାବିଧି ଦେଇ ନାହାନ୍ତି, ତା’ର ତାଲିକା ନିର୍ଦ୍ଦିଷ୍ଟ ଫର୍ମାଟରେ ପ୍ରସ୍ତୁତ କରି ତୁରନ୍ତ ବିଭାଗକୁ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।


Share It

Comments are closed.