ଚତୁର୍ଥ ଶ୍ରେଣୀ କର୍ମଚାରୀ ର ମାନ୍ୟତା ଦାବୀରେ ପାଚିକା ସହାୟିକା ଙ୍କ ରଣପୁର BEO ଅଫିସି ଘେରାଉ

Share It


ରଣପୁର,୭ ମାର୍ଚ୍ଚ :– CITU ନେତୃତ୍ଵରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ରଣପୁର ବ୍ଳକ କମିଟି ତରଫରୁ ୧୪ ଦଫା ଦାବୀରେ ବ୍ଳକ ଶିକ୍ଷା ଅଧିକାରୀଙ୍କ ଅଫିସି ସମ୍ମୁଖରେ ଚେତାବନୀ ସମାବେଶ ଅନୁଷ୍ଠିତ ହୋଇଥିଲା।
ଦିନ ୧୨ ଘଟିକା ସମୟରେ ପଞ୍ଚୁଦୋଳ ପଡିଆ ସହିଦ୍ ରଘୁ-ଦିବାକର ମଣ୍ଡପ ଠାରୁ ପାଚିକା ମାନଙ୍କର ଏକ ଶୋଭାଯାତ୍ରା ବାହାରି ରଣପୁର ବଜାର ପରିକ୍ରମା କରି ରଣପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକା ଙ୍କ ଗଣ ବିକ୍ଷୋଭ ସଂଗଠିତ ହୋଇଥିଲା। ବ୍ଳକ ସଭାପତି ଭିକାରୀ ଚରଣ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତା ମାନେ କେନ୍ଦ୍ର ଓ ରାଜ୍ଯ ସରକାର ଙ୍କ ଶ୍ରମିକ ମାରଣା ନିତୀ କୁ ତୀବ୍ର ସମାଲୋଚନା କରିଥିଲେ। ଦୀର୍ଘ ୩୦ ବର୍ଷ ହେଲା ଶିକ୍ଷା କ୍ଷେତ୍ରରେ ତଳ ସ୍ତରରେ କାର୍ଯ୍ୟ କରୁଥିବା ପାଚିକା ଓ ସହାୟିକା ଙ୍କ ସାମଗ୍ରିକ ସମସ୍ୟା ପାଇଁ ସରକାରଙ୍କ ନୀତି ଦାୟୀ ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ। ରଣପୁର ଅଞ୍ଚଳର ସମସ୍ତ ସ୍କୁଲ କୁ LPG ଗ୍ଯାସ ସଂଯୋଗ,ପରିଚୟ ପତ୍ର ପ୍ରଦାନ,ପାନୀୟ ଜଳ ଯୋଗାଣ,ରୋଷ ଶାଳା ତୁରନ୍ତ ନିର୍ମାଣ ପାଇଁ ସଂଗଠନ ତରଫରୁ ଦାବୀ କରିଥିଲେ।ପାଚିକା ଙ୍କୁ ତାମିଲ୍ ନାଡୁ ସରକାର ଙ୍କ ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ଭଳି ଓ କେରଳ ସରକାର ଙ୍କ ଶ୍ରମିକ ମାନ୍ୟତା ଓ ମାସିକ ସର୍ବନିମ୍ନ ଦରମା ଭଳି ରାଜ୍ଯର ଡବଲ ଇଞ୍ଜିନି ମୋହନ ସରକାର ଯୋଗାଇ ଦେବାକୁ ଦାବୀ କରିଥିଲେ। ସେହିଭଳି ମାସିକ ପେନସନ ଦଶ ହଜାର ଟଙ୍କା , ଅବସର ଓ ମୃତ୍ୟୁ କାଳୀନ ସହାୟତା ପାଞ୍ଚ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ମଧ୍ଯ ଦାବୀ କରିଥିଲେ। ପରିଶେଷରେ ଏକ ପ୍ରତି ନିଧି ମଣ୍ଡଳୀ ବି.ଇ. ଓ. ଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯ ରେ ଦାବୀପତ୍ର ଦେବା ସହ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ଅଡିବସି ଥିଲେ। ଗ୍ଯାସ ସଂଯୋଗ , ପରିଚୟ ପତ୍ର ପ୍ରଦାନ , ରୋଷ ଘର ନିର୍ମାଣ ଆଦି ଉଦ୍ୟମ କରିବା ପାଇଁ ଶିକ୍ଷାଧିକାରୀ ନିଜେ ସର୍ବ ସମ୍ମୁଖ ରେ ପ୍ରତିଶ୍ରୁତି ଦେବା ସହ କାର୍ଯ୍ଯକାରୀ କରିବା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବାରେ ଆନ୍ଦୋଳନ ପ୍ରତ୍ୟାହାର ହୋଇ ଥିଲା।
ଏହି ଆନ୍ଦୋଳନ ରେ ସିଟୁ ର ରାଜ୍ଯ ନେତା ସୁରେଶ ସ୍ଵାଇଁ, ଚାଷି ନେତା ହରିଶ୍ଚନ୍ଦ୍ର ମିଶ୍ର,ମହିଳା ନେତ୍ରୀ ସଞ୍ଜୁକ୍ତା ସେଠୀ,ଭିକାରୀ ଚରଣ ସାହୁ,ସବ୍ୟସାଚୀ ସେନାପତି,ଦୁଃଶାସନ ଜେନା,ନିତ୍ୟାନନ୍ଦ ପରିଡ଼ା,ସୁଶୀଲ ମହାନ୍ତି,କୁଳମଣି ପଲେଇ,ପ୍ରଭାତୀ ବେହେରା ଓ ଅନୁପମା ବେହେରା ପ୍ରମ୍ମୁଖ ବକ୍ତବ୍ଯ ଦେଇଥିଲେ।


Share It

Comments are closed.