ଏବେ ଆତଙ୍କବାଦୀଙ୍କୁ ଆଉ କେହିବି ରକ୍ଷା କରିପାରିବେ ନାହିଁ


ଆତଙ୍କବାଦୀଙ୍କ ବିରୋଧରେ ଲଢେଇ କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ବର୍ତ୍ତମାନ ସମସ୍ତ ସ୍ୱାଧୀନତା ପ୍ରଦାନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆତଙ୍କବାଦୀ ବହୁତ ବଡ ଭୁଲ କରିଦେଇଛନ୍ତି ଯେଉଁଥିପାଇଁ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ମୁଁ ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ମାନଙ୍କୁ ଏହା ଅନୁରୋଧ କରୁଛି ଯେ, “ସମସ୍ତ ଆସନ୍ତୁ ମିଶିକରି ଆତଙ୍କବାଦା ବିରୋଧରେ ସ୍ୱର ଉତ୍ତୋଳନ କରିବା । ପଡୋଶୀ ଦେଶ କେବେବି ଭାରତରେ ଅସ୍ଥିରତା ସୃଷ୍ଟି କରିପାରିବେ ନାହିଁ । ଏବଂ ଏହା ସହ ପାକିସ୍ତାନର ଆଶା କେବେବି ପୂରଣ ହୋଇପାରିବ ନାହିଁ ।”
ପ୍ରଧାନମନ୍ତ୍ରୀ ‘ବନ୍ଦେ ଭାରତ ଟ୍ରେନ’ର ଉଦଘାଟନୀ ଉତ୍ସବରେ ଏହି କଥା କହିଥିଲେ । ମୋଦି ଏହି ଉତ୍ସବ ପୂର୍ବରୁ ସହିଦ ହୋଇଥିବା ଯବାନଙ୍କ ପାଇଁ ୨ ମିନିଟ ମୌନ ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା ମଧ୍ୟ କରିଥିଲେ । ମୋଦିଙ୍କ ସହ ସଭା ସ୍ଥଳରେ ରେଳ ମନ୍ତ୍ରୀ ପିୟୁସ ଗୋଏଲ ମଧ୍ୟ ଉପସ୍ଥିତ ଥିଲେ ।


Share It

Comments are closed.