୧୫୫୦ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ


ଗତ ୨୦ ଦିନ ମଧ୍ୟରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସିଛନ୍ତି । ସେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ବଲାଙ୍ଗୀର ଠାରେ ଆସି ପହଞ୍ଚିବା ସହ ସେଠାରେ ୧୫୫୦ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନା ଓ ଶିଳାନ୍ୟାସ ମଧ୍ୟ କରିଛନ୍ତି ।
ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ କହିଛନ୍ତି ଯେ, “ପୂର୍ବ ଭାରତ ଉଦୟ ସହ ଓଡିଶାର ଉଦୟ ପାଇଁ କେନ୍ଦ୍ର ସରକାର ଅହରହ ଉଦ୍ୟମ ଚଳାଇଛି । ସେଥିପାଇଁ ଓଡିଶାର ପଶ୍ଚିମାଞ୍ଚଳରେ ଶିକ୍ଷା, ଯୋଗାଯୋଗ ଓ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ର ସରକାର ସର୍ବଦା ଉଦ୍ୟମ କରୁଛନ୍ତି ।”
ଏହି ଅବସରରେ ପ୍ରଧାନମନ୍ତ୍ରୀ ସବୁଜ ପତକା ଦ୍ଖୋଇ ନୂଆ ରେଳପଥର ଉଦଘାଟନ କରିଥିଲେ । ସେହିପରି ରାୟଗଡା ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିବା ସହ ସୁବର୍ଣ୍ଣପୁରରେ ନୂତନ କେନ୍ଦ୍ରିୟ ବିଦ୍ୟାଳୟର ଶିଳାନ୍ୟାସ ମଧ୍ୟ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ବିରୋଧି ଦଳ ନେତା ନରସିଂହ ମିଶ୍ର, ମନ୍ତ୍ରୀ ସ୍ନେହାଙ୍ଗୀନି ଛୁରିଆ, ସାଂସଦ କଳିକେଶ ସିଂହ ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।


Share It

Comments are closed.