ଏୟାରଟେଲ୍ ଥ୍ୟାଙ୍କସରେ ଉପଲବ୍ଧ ହେବ ‘ଓୟୋ ଷ୍ଟୋର’


ଭୁବନେଶ୍ୱର: ଅଗ୍ରଣୀ ହୋଟେଲସ ଏବଂ ହୋମ୍ସ, ଓୟୋ ଏବଂ ଟେଲିକମ୍ୟୁନିକେସନ୍ ସେବା ପ୍ରଦାନକାରୀ କମ୍ପାନୀ ଏୟାରଟେଲ୍ ସହିତ ମିଳିତ ସହଯୋଗରେ ଓୟୋ ଷ୍ଟୋରର ଶୁଭାରମ୍ଭ କରିବାକୁ ଯାଉଛି । ଏୟାରଟେଲ୍ ଗ୍ରାହକମାନେ ବର୍ତ୍ତମାନ ଏୟାରଟେଲ ଥ୍ୟାଙ୍କସ ଆପ୍ ମାଧ୍ୟମରେ ବିନା ପ୍ରତିବନ୍ଧକରେ ପ୍ରତ୍ୟେକ୍ଷ ଭାବରେ ଗୁଣବତ୍ତାଯୁକ୍ତ ଏବଂ ବ୍ୟୟସାପେକ୍ଷ ମୁଲ୍ୟରେ ଆକୋମୋଡ଼େସନ୍ ପାଇପାରିବେ । ଆହୁରୀ ମଧ୍ୟ ଗ୍ରାହକମାନେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ଅନଲାଇନ ପେମେଣ୍ଟ ମଧ୍ୟ କରିପାରିବେ । ଏଥି ପାଇଁ ଗ୍ରାହକ ମାନଙ୍କ ପାଖରେ ବିକଳ୍ପ ସୁରୂପ ସମ୍ପୁର୍ଣ୍ଣ ପେମେଣ୍ଟ କରିପାରିବେ କିମ୍ବା ମାତ୍ର ୧ଟଙ୍କାରେ ବୁକ୍ କରି ପରେ ବାକି ଟଙ୍କା ଦେଇପାରିବେ ।
ଏହି ନୂତନ ଅଫରିଂ ସମ୍ପର୍କରେ ଓୟୋ ହୋଟେଲସ ଏବଂ ହୋମ୍ସ, କନଭରସନର ଉପସଭାପତି, ବୁରହନୌଦିନ୍ ପିଥାୱାଲା କହିଛନ୍ତିଯେ, “ଓୟୋରେ ଆମ୍ଭେମାନେ ଭାରତୀୟ ଯାତ୍ରୀ ମାନଙ୍କୁ ମାନଯୁକ୍ତ ଏବଂ ବିଶ୍ୱସନୀୟ ଆକୋମୋଡ଼େସନ୍ ତାହା ପୁଣି ବ୍ୟୟସାପେକ୍ଷ ମୁଲ୍ୟରେ ପ୍ରଦାନ କରିବା ପାଇଁ ପ୍ରୟାସରତ । ଓୟୋ ଷ୍ଟୋର ସହିତ ଆମ୍ଭେମାନେ ଲକ୍ଷ ଲକ୍ଷ ଏୟାରଟେଲ ଗ୍ରାହକ ମାନଙ୍କ ନିକଟରେ ପହଞ୍ଚକୁ ସମ୍ପ୍ରସାରଣ ସୁରୂପ ଏହି ଦିଗରେ ଆଉ ଏକ ପାଦ ଆଗକୁ ଅଗ୍ରସର ହୋଇଛୁ ।”
ଏହି ଅବସରରେ ଭାରତୀ ଏୟାରଟେଲ୍, ପ୍ରଡ଼କ୍ଟ, ଉପସଭାପତି, ବରୁନ୍ ଦାସ କହିଛନ୍ତିଯେ, “ଏୟାରଟେଲ୍ ଥ୍ୟାଙ୍କସର ଏକ ଅଂଶ ସୁରୂପ ଆମ୍ଭେମାନେ ଆମର ଗ୍ରାହକ ମାନଙ୍କୁ ଅଧିକ କିଛି ମୁଲ୍ୟ ଦେବା ପାଇଁ ଚେଷ୍ଟିତ । ଭାରତରେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ମୋବାଇଲ ସଂଯୋଗ ହେଉଥିବାବେଳେ ଆମ୍ଭେମାନେ ଓୟୋ ସହିତ ସହଯୋଗୀତାକୁ ନେଇ ଅତ୍ୟନ୍ତ ଆନନ୍ଦିତ ।”
ଓୟୋ ଆପ୍ରେ ଉପଭୋକ୍ତା ମାନଙ୍କ ନିମନ୍ତେ ରିହାତି ଏବଂ ପ୍ରମୋସନ ଉପଲବ୍ଧ ଏବଂ ଏୟାରଟେଲ ଥ୍ୟାଙ୍କସ ଆପ୍ରେ ଓୟୋ ଷ୍ଟୋରରେ ୱେସାଇଟ ଉପଲବ୍ଧ । ଜୁନ୍ ୧୫, ୨୦୧୯ ପର୍ଯ୍ୟନ୍ତ ଉପଭୋକ୍ତାମାନେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ଓୟୋ ବୁକିଂ ଉପରେ ୬୦% ରିହାତି ମଧ୍ୟ ପାଇପାରିବେ ।


Share It

Comments are closed.