ଗତ ୨୪ ଘଣ୍ଟାରେ ଦେଶରେ ୮୬ ହଜାରରୁ ଉର୍ଦ୍ଧ୍ୱ ନୂଆ ମାମଲା


ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮ ଲକ୍ଷ ୧୮ ହଜାର ୫୭୧ରେ ପହଁଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୮୬ ହଜାର ୫୨ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ୧୧୪୧ଜଣ ପ୍ରାଣ ହରାଇଛନ୍ତି । ଫଳରେ ମୃତକଙ୍କ ସଂଖ୍ୟା ୯୨,୨୯୦ ହୋଇଯାଇଛି । ଏହାସହ ୭୭ ହଜାର ୪୮୮ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ତେବେ ୬ ଦିନ ପରେ ସଂକ୍ରମିତଙ୍କ ମାମଲା ସୁସ୍ଥ ସୁଖ୍ୟାଠୁ ଅଧିକ ହୋଇଛି । ଗତ ୬ ଦିନରେ ନୂଆ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଥିଲା । ଏହାସହ ଦେଶରେ ୪୭ ଲକ୍ଷ ୫୬ ହଜାର ୧୬୫ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଏବେବି ୯ ଲକ୍ଷ ୭୦ ହଜାର ୧୧୬ଟି ସକ୍ରିୟ କେସ୍ ରହିଛି ।

ସେହିପରି ଆମେରିକା ଓ ବ୍ରାଜିଲ ଭଳି ଦେଶରେ କରୋନା ମାମଲା ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଭାରତ ବିଶ୍ୱର ସବୁଠାରୁ ସଂକ୍ରମିତ ସଂଖ୍ୟା ଦେଶ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଭାରତରେ ମହାମାରୀ ସ୍ଥିତି ଅଧିକ ସଙ୍ଗୀନ ରହିଛି । ସବୁଠାରୁ ଅଧିକ ମୃତ୍ୟୁ ମାମଲାରେ ଭାରତ ତୃତୀୟରେ ରହିଛି । ଅଧିକ ସକ୍ରିୟ କେସ୍ ଥିବା ଦେଶ ମଧ୍ୟରେ ଭାରତ ଦ୍ୱିତୀୟରେ ରହିଛି । ସୂଚନାଯୋଗ୍ୟ, ସବୁଠାରୁ ଅଧିକ କରୋନା ପ୍ରଭାବିତ ଦେଶ ମଧ୍ୟରେ ଆମେରିକା ପ୍ରଥମରେ ରହିଛି । ଏଠାରେ ୭୧ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଲେଣି ।


Share It

Comments are closed.