ଯନ୍ତ୍ରଯୁଗ ’୨୨ ହ୍ୟାକାଥନର ବିଜେତା ହେଲେ ଓୟୁଟିଆର୍‌, ଭୁବନେଶ୍ୱରର ଛାତ୍ରଛାତ୍ରୀ


ଭୁବନେଶ୍ୱର: ଏସ୍‌ଟିପିଆଇ, ଭୁବନେଶ୍ୱରରେ ଗତ ଏପ୍ରିଲ ୨ ଓ ୩ ତାରିଖରେ ରେଭେରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍ ସହ ସହଭାଗିତାରେ ମୁଲ୍ ଇନୋଭେଶନ ଲ୍ୟାବ୍‌ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଯନ୍ତ୍ରଯୁଗ ’୨୨: ଉତ୍କଳ ଦିବସ ହ୍ୟାକାଥନର ଆୟୋଜନ କରାଯାଇଛି । ଏହି ହ୍ୟାକାଥନ ସମୟରେ ଓୟୁଟିଆର୍‌, ଭୁବନେଶ୍ୱରର ଆଶିଷ ମହାପାତ୍ର, ପ୍ରତିକ୍ ଅଗ୍ରୱାଲ ଓ ଆଦ୍ୟାଶା ସାହୁ ଏକ ସ୍ମାର୍ଟ କୋର୍ସ ମ୍ୟାନେଜ୍‌ମେଂଟ୍ ସିଷ୍ଟମ ନିର୍ମାଣ କରିବା ଯୋଗୁଁ ପ୍ରଥମ ସ୍ଥାନ ଅଧିକାର କରିବା ସହ ୫୦,୦୦୦ ଟଙ୍କାର ଏକ ନଗଦ ପୁରସ୍କାର ହାସଲ କରିଛନ୍ତି । ସେହିପରି ଓୟୁଟିଆର୍‌, ଭୁବନେଶ୍ୱରର ପ୍ରଚେଷ୍ଟା ପାଢି, ମୌସୁମୀ ଦାସ ଓ ଦୀପକ କୁମାର ସାହୁ ୨ୟ ସ୍ଥାନ ଅଧିକାର କରିଛନ୍ତି । ସାଇ ଇଂଟର୍‌ନ୍ୟାଶନାଲ ସ୍କୁଲ୍‌ର ବଂଶିକା ଅଗ୍ରୱାଲ ଓ ସୁନୈନା ସାହୁ ୩ୟ ସ୍ଥାନ ହାସଲ କରିଛନ୍ତି । ଏହି ହ୍ୟାକାଥନକୁ ରିଭେରି ଲାଙ୍ଗୁଏଜ୍ ଟେକ୍ନୋଲୋଜିସ୍‌ର ସହ-ପ୍ରତିଷ୍ଠାତା ଓ ସିଇଓ ଅରବିନ୍ଦ ପାଣି ଉଦ୍‌ଘାଟନ କରିଛନ୍ତି ।

ଯନ୍ତ୍ରଯୁଗ ‘୨୨ରେ କ୍ୟୋର୍‌ବେ’ର ପ୍ରତିଷ୍ଠାତା ଓ ସିଇଓ ପ୍ରିୟଦର୍ଶୀ ମହାପାତ୍ରା, ଇନ୍‌ଭେଂଟାର ସହପ୍ରତିଷ୍ଠାତା ଓ ସିଇଓ ଆନନ୍ଦ ବିରାନି ଏବଂ ଟିସିଏସ୍‌ରେ ବିଏଫ୍‌ଏସ୍‌ଆଇ ସିବିଓ, ଜେନେରାଲ ମ୍ୟାନେଜର: ହେଡ୍ ବିଜ୍‌ନେସ୍ ଫଙ୍କ୍‌ଶନ ଆଣ୍ଡ ସପୋର୍ଟ ସର୍ଭିସେସ୍ ଅର୍କ ଜେନାଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନଙ୍କ ଏକ ଜୁରୀ ଯୋଗ ଦେଇଥିଲେ । ଏହି ହ୍ୟାକାଥନରେ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ହ୍ୟାକାଥନ ପାଇଁ ଆବେଦନ କରିଥିବା ୩୮ଟି ଟିମ୍ ମଧ୍ୟରୁ ୧୮ଟି ଟିମ୍‌କୁ ହ୍ୟାକାଥନରେ ଅଂଶଗ୍ରହଣ କରିବା ପାଇଁ ଚୟନ କରାଯାଇଥିଲା । ୨୪ ଘଂଟିଆ ହ୍ୟାକାଥନ ସମୟରେ, ଅଂଶଗ୍ରହଣକାରୀ ଦଳଗୁଡିକ ଦିନରାତି କାମ କରିଛନ୍ତି ଏବଂ ନାଗରିକ ଯୋଗଦାନ, ସ୍ମାର୍ଟ ଫାଇଲ୍ ଷ୍ଟୋରେଜ୍ ସିଷ୍ଟମ, କୋର୍ସ ମ୍ୟାନେଜ୍‌ମେଂଟ୍ ସିଷ୍ଟମ, ଗୁଡ୍‌ସ ଆଣ୍ଡ ସର୍ଭିସେସ୍ ମ୍ୟାନେଜ୍‌ମେଂଟ୍ ସିଷ୍ଟମ ଓ ଡିଜିଟାଲ ମାଧ୍ୟମରେ ଓଡ଼ିଆ ଭାଷାର ପ୍ରସାର ଭଳି ବିଭିନ୍ନ ଆହ୍ୱାନଗୁଡ଼ିକ ପାଇଁ କାର୍ଯ୍ୟକାରୀ ପ୍ରୋଟୋଟାଇପ୍ ବିକଶିତ କରିଛନ୍ତି ।

ଏସମ୍ପର୍କରେ ମୁଲ୍ ଇନୋଭେଶନ ଲ୍ୟାବ୍‌ସର ସହପ୍ରତିଷ୍ଠାତା ଶୁଭଶ୍ରୀ ମିଶ୍ର କହିଛନ୍ତି, “ଯନ୍ତ୍ରଯୁଗ କେବଳ ଏକ ପ୍ରତିଯୋଗିତା ନୁହେଁ । ଏହା ହେଉଛି ଏକ ଡିଜିଟାଲ ଓଡିଶାର ମୂଳଦୁଆ ପକାଇବା ପାଇଁ ଲୋକ, ସେମାନଙ୍କ ବିଚାରଧାରା ଓ ଟେକ୍ନୋଲୋଜିର ସହଭାଗିତା ପାଇଁ ଏକ ପ୍ଲାଟ୍‌ଫର୍ମ । କେବଳ ୩ଟି ଦଳ ପୁରସ୍କାର ଜିତିଥିବା ବେଳେ, ସମସ୍ତ ଅଂଶଗ୍ରହଣକାରୀ ଦଳଗୁଡିକ ଖୁବ୍ କମ୍ ସମୟାବଧିରେ ‘ବିଲ୍ଡ ଫର୍ ଓଡିଶା’ ଓ ‘ବିଲ୍ଡ ଫ୍ରମ୍ ଓଡିଶା’ ପ୍ରତି ନିଜର ସର୍ବୋତମ ଚେଷ୍ଟା କରିଛନ୍ତି ।”

ସେହିପରି ରେଭେରି ଲାଙ୍ଗୁଏଜ୍ ଟେକ୍ନୋଲୋଜିର ସହପ୍ରତିଷ୍ଠାତା ଓ ସିଇଓ ଅରବିନ୍ଦ ପାଣି କହିଛନ୍ତି, ‘ଏହି ହ୍ୟାକାଥନର ଲକ୍ଷ୍ୟ ଥିଲା ସମାଜର କେତେକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନଗୁଡିକର ସମାଧାନ ନିର୍ମାଣ କରିବା ପାଇଁ ନିଜେ ଦାୟିତ୍ୱ ଗ୍ରହଣ କରିଥିବା ସ୍ମାର୍ଟ ଓ କଠିନ ପରିଶ୍ରମୀ ଲୋକମାନଙ୍କୁ ଚିହ୍ନଟ ଓ ସହଯୋଗ କରିବା । ଭାରତ ପାଇଁ ସମାଧାନ ନିର୍ମାଣ କରିବାର ଅର୍ଥ ନୁହେଁ ଯେ, ପାଶ୍ଚାତ୍ୟ ଦେଶଗୁଡିକରୁ ଏକ ଟେକ୍ନୋଲୋଜି କିମ୍ବା ବିଜ୍‌ନେସ୍ ମଡେଲ୍‌କୁ ନକଲ କରିବା ଏବଂ ଭାରତରେ ତାହାକୁ ପ୍ରୟୋଗ କରିବା, ବରଂ ସ୍ୱତନ୍ତ୍ର ଭାବେ ଭାରତ ପାଇଁ ଅଭିନବ ଉପକରଣ, ସେବା ଓ ଉତ୍ପାଦ ନିର୍ମାଣ କରିବା ।’


Share It

Comments are closed.