ଆସନ୍ତା ଶୁକ୍ରବାର ଦିନ ଆମର ଦେୟମୁକ୍ତ ଗ୍ରାହକ ଯୋଗାଯୋଗ ନମ୍ବର ସାମୟିକ ସମୟ ପାଇଁ ବନ୍ଦ ରହିବ: ଟିପିଡବ୍ଲୁଓଡିଏଲ୍
ବୁର୍ଲା, ଜୁଲାଇ ୧୬, ୨୦୨୫: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଜନସାଧାରଣ ତଥା ସମସ୍ତ ବିଦ୍ୟୁତ୍ ଗ୍ରାହକଙ୍କୁ ଜଣାଇ ଦିଆଯାଉଅଛି ଯେ, ଆମର ଗ୍ରାହକ ଯୋଗାଯୋଗ କେନ୍ଦ୍ରର ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ଆମର ଦେୟମୁକ୍ତ ଗ୍ରାହକ ଯୋଗାଯୋଗ ନମ୍ବର ୧୮୦୦-୩୪୫-୬୭୯୮, ଆସନ୍ତା ଶୁକ୍ରବାର ଅର୍ଥାତ (ତା. ୧୮. ୦୭. ୨୦୨୫ ରିଖ) ଦିନ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସାମୟିକ ସମୟ ପାଇଁ ବନ୍ଦ ରହିବ ।
ତେଣୁ ଏହି ସମୟ ମଧ୍ୟରେ ନିରବଚ୍ଛିନ୍ନ ଗ୍ରାହକ ସେବା ସୁନିଶ୍ଚିତ କରିବା ପାଇଁ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଏକ ବିକଳ୍ପ ଯୋଗାଯୋଗ ନମ୍ବର ବ୍ୟବସ୍ଥା କରାଯାଇଅଛି । ଉପରୋକ୍ତ ସମୟ ମଧ୍ୟରେ ଯେକୌଣସି ସେବା-ସମ୍ବନ୍ଧୀୟ ପ୍ରଶ୍ନ କିମ୍ବା ସହାୟତା ପାଇଁ ଗ୍ରାହକମାନଙ୍କୁ ୯୦୭୮୫୬୪୧୧୧ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଅଛି ।
ଏହି ଆଧୁନିକୀକରଣ କାର୍ଯ୍ୟ ଗୁଣାତ୍ମକ ଗ୍ରାହକ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ତେଣୁ ସାମୟିକ ସମୟ ପାଇଁ ସେବାରେ ବ୍ୟାଘାତ ଲାଗି ଟିପିଡବ୍ଲ୍ୟୁଓଡିଏଲ୍ କତୃପକ୍ଷ ପଶ୍ଚିମ ଓଡ଼ିଶାର ସମସ୍ତ ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣଙ୍କ ସହଯୋଗ କାମନା କରୁଅଛନ୍ତି ।
Comments are closed.