‘ବିକ୍ରମ ଲ୍ୟାଣ୍ଡର’ ଠାବ କରିବାରେ ନାସା ଠାରୁ ବହୁ ଆଗରେ ରହିଛି ଇସ୍ରୋ, କିଛି ଏପରି କହି ସ୍ପଷ୍ଟ କଲେ କେ.ଶିବନ


ଚନ୍ଦ୍ରପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଲ୍ୟାଣ୍ଡର ବିକ୍ରମକୁ ନାସାର ଏଲଆରଓ ଠାବ କରିବା ପୂର୍ବରୁ ଚନ୍ଦ୍ରାୟାନ-୨ର ଅରବିଟର ଏହାକୁ ଠାବ କରିସାରିଥିଲା ବୋଲି ଇସ୍ରୋ ମୁଖ କେ. ଶିବନ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଅନେକ ଦିନ ପୂର୍ବରୁ ଆମେ ଆମ ୱେବସାଇଟ ମାଧ୍ୟମରେ ଏହି ସଂପର୍କରେ ସୂଚନା ଦେଇ ସାରିଥିଲୁ । ଆପଣ ଏଥିପାଇଁ ୱେବସାଇଟ ଯାଇ ଯାଞ୍ଚ ମଧ୍ୟ କରିପାରିବେ ।”

ଇସ୍ରୋ ପକ୍ଷରୁ ୧୦ ସେପ୍ଟେମ୍ବରରେ ନିଜ ୱେବସାଇଟରେ ଏକ ସୂଚନା ଅପଡେଟ କରାଯାଇଛି । ଯେଉଁଥିରେ ସ୍ପଷ୍ଟ ରୂପେ ଲେଖାଯାଇଛି ଯେ, ଚନ୍ଦ୍ରାୟାନ-୨ର ଲ୍ୟାଣ୍ଡର ବିକ୍ରମକୁ ଠାବ କରାଯାଇବାବେଳେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତା’ ସହ କୌଣସି ସଂପର୍କ ସ୍ଥାପନ କରାଯାଇ ପାରୁ ନାହିଁ । ସଂପର୍କ ସ୍ଥାପନ କରାଯିବା ପାଇଁ ସମସ୍ତ ପ୍ରଚେଷ୍ଟା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି ।


ପ୍ରକାଶ ଥାଉକି, ନାସା ମଙ୍ଗଳବାର ସକାଳେ ନିଜ ଏଲଆରଓ ଦ୍ୱାରା ଉଠାଯାଇଥିବା ଏକ ଫଟୋକୁ ସେୟାର କରିଥିଲା । ଯେଉଁଥିରେ ବିକ୍ରମ ଲ୍ୟାଣ୍ଡର ଦ୍ୱାରା ପ୍ରଭାବିତ ସ୍ଥାନକୁ ଠାବ କରାଯାଇଥିଲା । ଏହା ପରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରକୁ ଠାବ କରାଯାଇଥିବା ସୂଚନା ନାସା ଦେଇଥିଲା । ଫଟୋରେ ନୀଳ ଏବଂ ହଇରିଆ ଡଟ୍ସ ଦ୍ୱାରା ବିକ୍ରମ ଲ୍ୟାଣ୍ଡର କ୍ରାସ ଲ୍ୟାଣ୍ଡିଙ୍ଗ ସ୍ଥାନକୁ ଚିହ୍ନଟ କରାଯାଇଛି ।


Share It

Comments are closed.