ଓୟୁ ଇନଫ୍ରା ପ୍ରୋଜେକ୍ଟ ପକ୍ଷରୁ ନୱା’ ର ଶୁଭାରମ୍ଭ


ଭୁବନେଶ୍ୱର: ଓୟୁ ଇନଫ୍ରା ପ୍ରୋଜେକ୍ଟ ପକ୍ଷରୁ ‘ନୱା’ର ଶୁଭାରମ୍ଭ କରାଯାଇଛି । ରିୟଲି ଇଷ୍ଟେଟ କ୍ଷେତ୍ରରେ ଏହାର ନୂତନ ପରିଚୟ ଭାରତୀୟ ଏବଂ ବିଶ୍ୱସ୍ତରୀୟ ଜୀବନଧାରଣ ମାନଦଣ୍ଡର ବ୍ୟବଧାନକୁ ଦୂର କରିବାର ଉଦ୍ଦେଶ୍ୟ ସହିତ ଏହାର ଫ୍ଲାଗସିପ ବ୍ରାଣ୍ଡରେ ପରିଣତ ହେବାକୁ ଯୋଜନା ରଖିଛି । ଏକ ନବୀକୃତ ଦୃଷ୍ଟିକୋଣ, ଉଚ୍ଚ ଲକ୍ଷ୍ୟ ଏବଂ ବୃହତ ଲକ୍ଷ୍ୟ ସହିତ ନୱା’ ଏକ ନୂତନ ପରିଚୟ ହୋଇଥିବାବେଳେ ଓୟୁ ଇନଫ୍ରା ପ୍ରୋଜେକ୍ଟର ଗୌରବ ଏବଂ ପ୍ରତିଶ୍ରୁତି ଆଗକୁ ମଧ୍ୟ ବଜାୟ ରହିବ ।
ଏହି ଶୁଭାରମ୍ଭର ଘୋଷଣା କରି ଶ୍ରୀ ସିଦ୍ଧାର୍ଥ ଶେଖର ମହାପାତ୍ର କହିଛନ୍ତିଯେ, “ଓୟୁ ଇନଫ୍ରା ପ୍ରକଳ୍ପଠାରେ ନୱା ର ଉନ୍ମୋଚନ କରି ଆମେ ବେଶ ଗର୍ବିତ । ଏହା ଆମ ନିଜର ଏକ ଅନନ୍ୟ ପରିଚୟ ଯାହାକି ‘୯’ର ଭାବନାକୁ ଜୀବନ୍ତ ରଖିଛି ! ଯେବେକି ନୱା’ ର ଅର୍ଥ ୯ ହୋଇଥିବାବେଳେ, ଏହାର ଅର୍ଥ ‘ନୂତନ’ ମଧ୍ୟ ହୋଇଥାଏ । ନାମଟି ନୂଆ କିନ୍ତୁ ଆତ୍ମା ସେଭଳି ସମାନ ରହିଛି । ଏହି କ୍ଷେତ୍ରକୁ ସତେଜତା, ନବସୃଜନ ଏବଂ ସୃଜନଶୀଳତା ଆଣି ଓଡ଼ିଶାର ରିୟଲ ଇଷ୍ଟେଟ ଦୃଶ୍ୟପଟକୁ ମୂଳତଃ ରୂପାନ୍ତରିତ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ନୱା ଜନସାଧାରଣ ଏବଂ ସେମାନଙ୍କ ଜୀବନଶୈଳୀ ସ୍ୱପ୍ନ ମଧ୍ୟରେ ରହିଥିବା ବ୍ୟବଧାନ ଦୂର କରିବାକୁ ଲକ୍ଷ୍ୟ ରଖିଛି ।”
୯ ରୁ ନୱାକୁ ସ୍ଥାନାନ୍ତରିତ ହେବାର କାରଣ ସମ୍ପର୍କରେ ବର୍ଣ୍ଣନା କରି ସେ କହିଛନ୍ତିଯେ, “ଆମର ସମସ୍ତ ପ୍ରକଳ୍ପରେ ଏପର୍ଯ୍ୟନ୍ତ ୯’ ସଂଖ୍ୟାଟି ରହିଥିଲା ଏବଂ ନ୍ୟୁମୋରୋଲୋଜି ଏବଂ ଏହାର ମହତ୍ୱ ଅନୁଯାୟୀ ଏହା ଆମର ନାମକରଣ ନୀତିର କେନ୍ଦ୍ର ଅଟେ । ତଥାପି ସଂଖ୍ୟା ୯’ର ବ୍ୟବହାର ହଠାତ ବୃଦ୍ଧି ପାଇବାରେ ଲାଗିଛି ଏବଂ ରେଷ୍ଟୁରାଂଟ ଠାରୁ ଆରମ୍ଭ କରି ରିୟଲ ଇଷ୍ଟେଟ ପର୍ଯ୍ୟନ୍ତ ବ୍ରାଣ୍ଡଗୁଡ଼ିକରେ ଦୃଷ୍ଟି ଦିଆଯାଉଛି । ଫଳସ୍ୱରୂପ ଏହାର ପ୍ରକୃତ ମହତ୍ୱର କ୍ଷୟ ଏବଂ ବ୍ରାଣ୍ଡ ପରିଚୟର ହ୍ରାସ ଘଟୁଛି । ସଙ୍ଗଠନର ବହୁ ବିଚାର ବିମର୍ଶ ପରେ ୯’ରୁ ନୱାକୁ ପୁନର୍ବାର ନାମକରଣ କରିବାର ନିଷ୍ପତି ନିଆଯାଇଛି ।”
ନୱା’ର ଅର୍ଥ ହେଉଛି ୯ । କିନ୍ତୁ ଏହାର ଅର୍ଥ ନୂତନ’ ମଧ୍ୟ ଅଟେ । ଏହା ନ୍ୟୁମୋରୋଲୋଜି ଏବଂ ବାସ୍ତୁଶାସ୍ତ୍ରର ସୀମାରେଖାରେ ରହିଥାଏ । ଏକ ସଂଖ୍ୟା ଭାବେ ଏହା ହିନ୍ଦୁ ପୁରାଣରେ ଏକ ରହସ୍ୟମୟ ଉପସ୍ଥିତି ରହିଆସିଛି ଏବଂ ଏହିପରି ଶୁଭ ବୋଲି ବିବେଚନା ମଧ୍ୟ କରାଯାଏ । ଏକ ସଂଖ୍ୟା ଭାବେ ଏହା ମୌଳିକ ସଂଖ୍ୟାର ଶେଷରେ ଦଣ୍ଡାୟମାନ ରହିଥାଏ ଏବଂ ଅଧିକ ସମ୍ଭାବନା ପାଇଁ ମାର୍ଗ ପ୍ରଦାନ କରେ । ଏହା ପରାମର୍ଶଦାୟକ ଯେ ପ୍ରତ୍ୟେକ ସମାପ୍ତି ଏକ ନୂତନ ଆରମ୍ଭ ଏବଂ ନୂଆ ତଥା ବୃହତ ଆଶା ଦିଗରେ ନେଇଯାଇଥାଏ ।”
ଓୟୁ ଇନଫ୍ରା ପ୍ରକଳ୍ପର ପ୍ରଥମ ଉଦ୍ୟମ, ୯ ଗ୍ରାଣ୍ଡ ଆଭେନ୍ୟୁ ଏକ ବିଳାସପୂର୍ଣ୍ଣ ଆବାସିକ କଣ୍ଡୋମିନିୟମ ଯାହାକି ୨୦୧୮ରେ ଶୁଭାରମ୍ଭ ହୋଇଥିଲା ଏବଂ ଏହାର ଅନନ୍ୟ ମୂଲ୍ୟ ପ୍ରସ୍ତାବ ପାଇଁ ତତ୍‌କ୍ଷଣାତ ସଫଳ ହୋଇଥିଲା । ଏହି କ୍ରମରେ ପରବର୍ତୀରେ ରହିଛି ୯ ଆର୍କାାଡିଆ, ଅତି ସୁନ୍ଦର ସ୍ଥାପତ୍ୟ ଡିଜାଇନ ସହିତ ମିଳିତ ଏକ ପ୍ରିମିୟମ ଜୀବନଶୈଳୀ ଯାହାକି ଏକ ବିଳାସପୂର୍ଣ୍ଣ ଆବାସିକ କଣ୍ଡୋମିନିୟମ ସୃଷ୍ଟି କରେ । ଏହି ପ୍ରକଳ୍ପ ମଧ୍ୟ ବେଶ ଭଲ ଭାବେ ଆଦୃତ ହୋଇଛି । ୨୦୨୧ ବର୍ଷ ପ୍ରଶସ୍ତ ଆପାର୍ଟମେଂଟ, ସ୍ୱତନ୍ତ୍ର ପେଂଟହାଉସ ଏବଂ ବ୍ରିଟିଶ ଯୁଗର ସ୍ଥାପତ୍ୟ ଆକାରରେ ନୱା ବୌଲେବାରଦତ ରଘୁନାଥପୁର ର ପ୍ରଭାତକୁ ଚିହ୍ନିତ କରୁଛି । ଏପରିକି ଏହି ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ କମ୍ପାନୀ ଏହାର ନିର୍ଭିକ ପଦକ୍ଷେପ ଏବଂ ଆଇକନିକ ଲ୍ୟାଣ୍ଡମାର୍କ ଚିନ୍ତାଧାରା ପାଇଁ ପ୍ରଶଂସା ଲାଭ କରିଛି ।


Share It

Comments are closed.