ଓରିଏଂଟ୍ ଇଲେକ୍‌ଟ୍ରିକ ପକ୍ଷରୁ ଡିଲର୍ ମିଟ୍ ଆୟୋଜିତ


ଭୁବନେଶ୍ୱର: ଅଗ୍ରଣୀ ଓରିଏଂଟ୍ ଇଲେକ୍‌ଟ୍ରିକ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରରେ ନିଜର ପଙ୍ଖା ବ୍ୟବସାୟ ପାଇଁ ଏକ ଡିଲର୍ ମିଟ୍‌ର ଆୟୋଜନ କରିଥିଲା । ଏହି ବୈଠକରେ ପ୍ରାୟ ୨୦୦ ଡିଲର୍ ଓ ରିଟେଲର୍ ଯୋଗ ଦେଇଥିଲେ । ଏହି ଅବସରରେ କମ୍ପାନୀର ଏମ୍‌ଡି ଓ ସିଇଓ ରାକେଶ ଖାନ୍ନା ଓ କାର୍ଯ୍ୟକାରୀ ଉପାଧ୍ୟକ୍ଷ ଅତୁଲ ଜୈନ୍ ଉପସ୍ଥିତ ଥିଲେ । ନିଜର ପଙ୍ଖା ଶୃଙ୍ଖଳାଗୁଡିକ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, “କମ୍ପାନୀ ନିକଟରେ ଗ୍ରାହକଙ୍କ ପାଇଁ ସମସ୍ତ ପ୍ରକାରର ପଙ୍ଖା ଉପଲବ୍ଧ ରହିଛି ଯେଉଁଥିରେ କମ୍ ମୂଲ୍ୟର ପଙ୍ଖା, ଡିଜାଇନର୍ ଓ ପ୍ରିମିୟମ ପଙ୍ଖା ସାମିଲ ରହିଛି । କମ୍ପାନୀର ପଙ୍ଖାଗୁଡିକର ଆକ୍‌ସୋସରିଜ୍ ରେଞ୍ଜ୍ ଗତ କିଛି ବର୍ଷ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଛି । ସେହିପରି କମ୍ ବିଦ୍ୟୁତ୍ ଶକ୍ତି ବ୍ୟବହାର କରୁଥିବା ପଙ୍ଖା ସମ୍ପର୍କରେ ମତ ରଖି ସେ କହିଛନ୍ତି ଯେ, “ଏହି ପଙ୍ଖାଗୁଡିକର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । କମ୍ପାନୀ ନିକଟରେ ବିଏଲ୍‌ଡିସି ଟେକ୍ନୋଲୋଜି ଯୁକ୍ତ ପଙ୍ଖାର ଏକ ବିସ୍ତୃତ ଶୃଙ୍ଖଳା ରହିଛି ଏବଂ ଏହି ପଙ୍ଖା ୫୦% ପର୍ଯ୍ୟନ୍ତ ବିଜୁଳି ସଂଚୟ କରୁଛି । କମ୍ପାନୀ ଗ୍ରାହକଙ୍କୁ ବିଏଲ୍‌ଡିସି ଟେକ୍ନୋଲୋଜି ସମ୍ପର୍କରେ ସଚେତନ କରିବା ଏବଂ ଉଚିତ୍ ଦର ବିଶିଷ୍ଟ ଶକ୍ତି ଦକ୍ଷ ପଙ୍ଖା ବଜାରକୁ ଆଣିବା ପାଇଁ ଲକ୍ଷ୍ୟ ରଖିଛି ଯାହାଦ୍ୱାରା ଗ୍ରାହକମାନେ ବିଦ୍ୟୁତ୍ ଓ ଅର୍ଥ ସଂଚୟ କରିପାରିବେ । କମ୍ପାନୀ ନିକଟରେ ନିଜର ଏଗ୍‌ଜଷ୍ଟ ଓ ଡେକୋରେଟିଭ୍ ପଙ୍ଖା ଶୃଙ୍ଖଳାର ବିସ୍ତାର କରିଛି । ଗରମ ବଢିବା ସହ କମ୍ପାନୀ ନିଜର ପଙ୍ଖାଗୁଡିକର ବିକ୍ରିରେ ଉଲ୍ଲେଖନୀୟ ବୃଦ୍ଧି ଆଶା ରଖିଛି ।
ଓଡିଶାରେ ପଙ୍ଖାଗୁଡିକର ବ୍ୟବସାୟ ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି, ଓଡିଶା କମ୍ପାନୀ ପାଇଁ ସବୁଠାରୁ ବଡ ଓ ପ୍ରମୁଖ ବଜାର ମଧ୍ୟରୁ ଅନ୍ୟତମ ଅଟେ ଏବଂ ଏହି ରାଜ୍ୟରେ ବ୍ରାଣ୍ଡର ଖୁବ୍ ନାମ ରହିଛି । ଅତୁଲ ଜୈନ୍ କହିଛନ୍ତି, କମ୍ପାନୀ ପାଖରେ ଉଚ୍ଚସ୍ତରୀୟ ନିର୍ମାଣ ଓ ଅନୁସନ୍ଧାନ କ୍ଷମତା ରହିଛି ଯାହାଦ୍ୱାରା ସେମାନେ ଗ୍ରାହକଙ୍କ ପାଇଁ ଉନ୍ନତ ମାନର ଉତ୍ପାଦ ଆଣିବାକୁ ସକ୍ଷମ ଅଟନ୍ତି । ଏଥିସହିତ କମ୍ପାନୀର ଓଡିଶା ସମେତ ପୁରା ଭାରତରେ ଦୃଢ ସର୍ଭିସ୍ ନେଟ୍‌ୱର୍କ ରହିଛି ଯାହା ସେମାନଙ୍କୁ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିବାରେ ସାହାଯ୍ୟ କରୁଛି ।
ଏହି ଡିଲର୍ ମିଟ୍ ଆୟୋଜନ କରିବା ପଛରେ, ଭୁବନେଶ୍ୱରର ଡିଲର୍ ଓ ରିଟେଲରଙ୍କ ସହ ନିଜ ସମ୍ପର୍କ ଉନ୍ନତ କରିବା, ସେମାନଙ୍କୁ ନିଜର ପଙ୍ଖା ଶୃଙ୍ଖଳା, ଗୁଣବତା ଓ ସେବା କ୍ଷମତା ସମ୍ପର୍କରେ ସୂଚିତ କରିବା, ସମଗ୍ର ରାଜ୍ୟରେ ନିଜର ବିତରଣ ନେଟ୍‌ୱର୍କକୁ ଅଧିକ ମଜଭୁତ କରିବା ଆଦି କମ୍ପାନୀର ଉଦ୍ଦେଶ୍ୟ ଥିଲା । କମ୍ପାନୀ ଓଡିଶାରେ ଉପଭୋକ୍ତାଙ୍କୁ ନିଜ ପଙ୍ଖାଗୁଡିକର ବିସ୍ତୃତ ଶୃଙ୍ଖଳା ପ୍ରଦାନ କରିବାକୁ ଚାହୁଁଛି ଏବଂ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ଚାହୁଁଛି ଯେ, ଅଧିକାଂଶ ଦୋକାନରେ ଓରିଏଂଟ୍ ପଙ୍ଖା ଉପଲବ୍ଧ ରହିବ । କମ୍ପାନୀ ଏହି ବୈଠକରେ ପଙ୍ଖାଗୁଡିକର ନିଜର ବ୍ୟାପକ ଶୃଙ୍ଖଳାକୁ ଉପସ୍ଥାପନ କରିଛି ।


Share It

Comments are closed.