ଓରିଏଂଟ୍ ଇଲେକ୍‌ଟ୍ରିକ୍ ପକ୍ଷରୁ ଆଇଓଟି-ସକ୍ଷମ ଆଇ-ଫ୍ଲୋଟ୍ ଇନ୍‌ଭର୍ଟର୍ ଫ୍ୟାନ୍‌ର ଉନ୍ମୋଚନ


ଭୁବନେଶ୍ୱର: ସିକେ ବିର୍‌ଲା ଗ୍ରୁପ୍‌ର ଅଂଶବିଶେଷ, ଓରିଏଂଟ୍ ଇଲେକ୍‌ଟ୍ରିକ୍ ଲିମିଟେଡ୍ ନୂଆ ଆଇଓଟି-ସକ୍ଷମ ଓ ୫୦% ଶକ୍ତି ସଂଚୟକାରୀ ଇନ୍‌ଭର୍ଟର୍ ଫ୍ୟାନ୍‌୍‌ର ଶୁଭାରମ୍ଭ ସହିତ ଏହାର ପ୍ରିମିୟମ ଫ୍ୟାନ୍‌ସ ପୋର୍ଟଫୋଲିଓର ସମ୍ପ୍ରସାରଣ କରିଛି । ଏହି ନୂତନ ଆଇ-ଫ୍ଲୋଟ୍ ଫ୍ୟାନ୍ ହେଉଛି ପ୍ରିମିୟମ ଇନ୍‌ଭର୍ଟର୍ ଫ୍ୟାନ୍‌ଗୁଡିକର ଓରିଏଂଟ୍ ଆଇ-ସିରିଜ୍ ରେଞ୍ଜ୍‌ର ଏକ ଅଂଶବିଶେଷ ଯାହାକୁ କମ୍ପାନୀ ଗତ ବର୍ଷ ଶୁଭାରମ୍ଭ କରିଥିଲା । ଏହା ୨୩୦ ସିଏମ୍‌ଏମ୍‌ର ଏକ ଚମତ୍କାର ବାୟୁ ପ୍ରବାହ ପ୍ରଦାନ କରୁଥିବା ବେଳେ ସାଧାରଣ ଫ୍ୟାନ୍ ତୁଳନାରେ ୫୦% କମ୍ ଶକ୍ତି ବ୍ୟବହାର କରିଥାଏ ଏବଂ କମ୍ ଓ ଫ୍ଲକ୍‌ଚୁଏଟିଙ୍ଗ୍ ଭୋଲ୍‌ଟେଜ୍‌ରେ ମଧ୍ୟ ବିନା କୌଣସି ଶବ୍ଦରେ ଦକ୍ଷତାର ସହିତ ଚାଲିପାରେ । ଏହି ଫ୍ୟାନ୍ ଆଇଓଟି-ସକ୍ଷମ ହୋଇଥିବା ବେଳେ ଏହାକୁ ଓରିଏଂଟ୍ ସ୍ମାର୍ଟ ମୋବାଇଲ ଆପ୍ ମାଧ୍ୟମରେ କିମ୍ବା ଆଲେକ୍ସା ଓ ଗୁଗଲ୍ ଆସିଷ୍ଟାଂଟ୍ ମାଧ୍ୟମରେ ଭଏସ୍ କମାଣ୍ଡ ସହିତ ସହଜରେ ପରିଚାଳନା କରାଯାଇପାରିବ । ଏହି ଫ୍ୟାନ୍ ଏକ ରିମୋଟ୍ କଂଟ୍ରୋଲ ସହିତ ଆସୁଛି । ୪ଟି ସ୍ୱତନ୍ତ୍ର ଫିନିସ୍‌ରେ ଉପଲବ୍ଧ ହେଉଥିବା ଆଇ-ଫ୍ଲୋଟ୍ ଫ୍ୟାନ୍ ପାଇଁ ମୂଲ୍ୟ ୪୭୦୦ ଟଙ୍କା ରହିଛି । ଓରିଏଂଟ୍ ଆଇ-ସିରିଜ୍ ଫ୍ୟାନ୍‌ଗୁଡିକ ବିଇଇ ୫-ଷ୍ଟାର୍ ରେଟେଡ୍ ହୋଇଥିବା ବେଳେ ସାଧାରଣ ଫ୍ୟାନ୍ ତୁଳନାରେ ଏଥିରେ ୫୦% ଉନ୍ନତ ସର୍ଭିସ୍ ଭାଲ୍ୟୁ ରହିଛି । କମ୍ପାନୀର ବର୍ତମାନ ପ୍ରିମିୟମ ଫ୍ୟାନ୍ ବଜାରରେ ୪୮% ଅଂଶ ରହିଥିବା ବେଳେ ଏହା ଏବେ ହାଇ-ଏଣ୍ଡ୍ ପ୍ରଡକ୍ଟଗୁଡିକ ପାଇଁ ବର୍ଦ୍ଧିତ ଚାହିଦା ଆଧାରରେ ଆହୁରି ବୃହତ୍ ଅଂଶ ହାସଲ କରିବାକୁ ନଜର ରଖିଛି ।
ଓରିଏଂଟ୍ ଇଲେକ୍‌ଟ୍ରିକ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଅତୁଲ ଜୈନ୍ କହିଛନ୍ତି ଯେ, ପ୍ରିମିୟମ ଫ୍ୟାନ୍ ବର୍ଗରେ ୪୮% ବଜାର ଅଂଶ ସହିତ ଆଜି ଆମର ନିର୍ଣ୍ଣାୟକ ବଜାର ନେତୃତ୍ୱ ରହିଛି । ଆଜିର ଉପଭୋକ୍ତାମାନେ ଏକ ସ୍ମାର୍ଟ, ଷ୍ଟାଇଲିଶ୍‌, ଶକ୍ତି ସଂଚୟକାରୀ ଓ ଜୀବନରେ ସୁବିଧାକୁ ସାମିଲ କରୁଥିବ ଫ୍ୟାନ ଚାହୁଁଥିବାବେଳେ, ଆମେ ଏକାସଙ୍ଗେ ଅଭିନବ, ଚମତ୍କାର, ସ୍ମାର୍ଟ ଓ ଶକ୍ତିସଂଚୟକାରୀ ଫ୍ୟାନ୍‌ଗୁଡିକ ସହିତ ଆମର ପ୍ରିମିୟମ ଏରୋ ସିରିଜ୍ ଓ ଆଇ-ସିରିଜ୍ ରେଞ୍ଜ୍‌ର ସମ୍ପ୍ରସାରଣ ଜାରି ରଖିବୁ ।”
ପାରମ୍ପରିକ ଇଣ୍ଡକ୍‌ସନ-ମୋଟର୍ ଆଧାରିତ ଫ୍ୟାନ୍‌ଗୁଡିକ ୭୦ରୁ ୭୫ ୱାଟ୍‌ର ବିଜୁଳି ବ୍ୟବହାର କରୁଥିବା ବେଳେ ଓରିଏଂଟ୍ ଆଇ-ସିରିଜ୍ ଫ୍ୟାନ୍ କେବଳ ୩୨ ୱାଟ୍ ବିଜୁଳି ବ୍ୟବହାର କରିଥାଏ । ଯାହାଫଳରେ ବିଜୁଳି ବ୍ୟବହାର ୫୦%ରୁ ଅଧିକ ହ୍ରାସ ପାଇଥାଏ । ଏକ ସାମାନ୍ୟ ଅନୁମାନ ସହିତ, ଯଦି ଭାରତରେ ଇନ୍‌ଷ୍ଟଲ୍ ହୋଇଥିବା ସମସ୍ତ ଫ୍ୟାନ୍‌ଗୁଡିକୁ ଆଇ-ସିରିଜ୍ ଫ୍ୟାନ୍ ସହିତ ରିପ୍ଲେସ୍ ବା ସ୍ଥାନାନ୍ତର କରାଯାଏ, ତେବେ ଏହା ଦେଶକୁ ହାରାହାରି ୭୨,୮୬୪ କୋଟି ଟଙ୍କାର ସଂଚୟ ସହିତ ବାର୍ଷିକ ୧.୧୨ ଲକ୍ଷ ଜିଡବ୍ଲ୍ୟୁଏଚ୍‌ର ଶକ୍ତି ସଂଚୟ କରିବା ଏବଂ କାର୍ବନ ଉତ୍ସର୍ଜନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ହ୍ରାସରେ ସାହାଯ୍ୟ କରିବ । ଯଦି ବିକ୍ରି ହୋଇଥିବା ନୂଆ ସିଲିଙ୍ଗ୍ ଫ୍ୟାନ୍‌ଗୁଡିକ ଇନ୍‌ଭର୍ଟର୍ ମୋଟର ସହିତ ଆସନ୍ତି ତେବେ ଏହା ଭାରତକୁ ବାର୍ଷିକ ୭୫୩୦ ଜିଡବ୍ଲ୍ୟୁଏଚ୍ ଶକ୍ତି ସଂଚୟ କରିବାରେ ସାହାଯ୍ୟ କରିପାରିବେ । ଓରିଏଂଟ୍ ଇଲେକ୍‌ଟ୍ରିକ୍ ଏହାର ଫରିଦାବାଦ ଓ କୋଲ୍‌କାତା ପ୍ଲାଂଟ୍‌ଗୁଡିକରୁ ବାର୍ଷିକ ୧୦ ମିଲିୟନ ୟୁନିଟ୍ ଉତ୍ପାଦନ କରୁଛି ।


Share It

Comments are closed.