ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା 5 ଲକ୍ଷ ଟଙ୍କା ଜରିମାନା

Share It

ଟିପି ୱେଷ୍ଟର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପଶ୍ଚିମ ଓଡିଶାର ଗ୍ରାହକଙ୍କୁ ନିର୍ଭରଯୋଗ୍ୟ ତଥା ଗୁଣାତ୍ମକ ବିଦ୍ୟୁତ୍ ଶକ୍ତି ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ । ବିଶେଷକରି ଦୁର୍ଗମ ଅଞ୍ଚଳମାନଙ୍କରେ ବେଆଇନ ବିଦ୍ୟୁତ୍ ବ୍ୟବହାରକୁ ରୋକିବା ପାଇଁ କମ୍ପାନୀ ମିଳିତ ପ୍ରୟାସ ଜାରି ରଖିଛି, ଯାହା ଦ୍ୱାରା ସଚ୍ଚୋଟ ଗ୍ରାହକମାନେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇପାରିବେ।

ବିଦ୍ୟୁତ୍ ଚୋରି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ, ଟିପିଡବ୍ଲୁଓଡିଏଲ୍ ରୀତିମତ୍ ଭାବେ ବିଭିନ୍ନ ଅଞ୍ଚଳରେ ଯାଞ୍ଚ ଅଭିଯାନ ଜାରି ରହିଛି । ଏହିପରି ଏକ ଯାଞ୍ଚ ସମୟରେ ଟିପିଡବ୍ଲୁଓଡିଏଲର ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକ ସ୍ଥିତ ବକ୍ଟି ଗ୍ରାମରେ ଧାନ ମିଲ୍ ଓ ଏକ ଆଇସ୍କ୍ରିମ ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇଥିଲା । ନିକଟସ୍ଥ ଏଲଟି ବିଦ୍ୟୁତ୍ ତାରରୁ ବେଆଇନ ହୁକିଂ ମାଧ୍ୟମରେ ଅନଧିକୃତ ଭାବରେ ଏହି ଦୁଇ କାରାଖାନ ବିଗତ କିଛି ଦିନ ଧରି ଚାଲୁ ରହିଥିବା ଆମ ନଜରକୁ ଆସିଥିଲା । ଫଳରେ ଏହି ଦୁଇ କାରାଖାନ ଉପରେ ଚଢାଉ କରାଯାଇ ଉକ୍ତ କାରଖାନାର ମାଲିକଙ୍କ ଉପରେ 5 ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିବା ବେଳେ 25.75 କିଲୋୱାଟ ବିଦ୍ୟୁତ୍ ଚୋରିକୁ ରୋକା ଯାଇପାରିଛି ।

ଏଠାରେ ଉଲ୍ଲେଖଥାଉ କି, ଟିପିଡବ୍ଲ୍ୟୁଓଡିଏଲ୍ ତରଫରୁ ଆମେ ସମସ୍ତ ଗ୍ରାହକ ତଥା ଜନସାଧାରଣଙ୍କୁ ପୁଣିଥରେ ଅନୁରୋଧ କରିବା ସହ ସୂଚାଇ ଦେବାକୁ ଚାହୁଁଅଛୁ ଯେ, ବିଦ୍ୟୁତ୍ ଚୋରି କେବଳ ଯେ ଏକ ଅନୈତିକ କାର୍ଯ୍ୟ ନୂହେଁ ବରଂ ଏହା ଆଇନ ଅନୁଯାଇ ଏକ ଦଣ୍ଡନୀୟ ଅପରାଧ । ଏହା ମଧ୍ୟ ଏକ ଅମାନବିକ କାର୍ଯ୍ୟ ଅଟେ । ତେଣୁ ଯଦି ଜନସାଧାରଣ କୌଣସି ସ୍ଥାନ, ବ୍ୟକ୍ତି ବା ଅନୁଷ୍ଠାନ ବିରୋଧରେ ଏହି ଅମାନବିକ କାର୍ଯ୍ୟ ପାଇଁ କମ୍ପାନୀକୁ ସୂଚନା ଦେବାକୁ ଚାହାଁନ୍ତି, ତେବେ ସେମାନେ 8093061179 ନମ୍ୱରରେ ଯୋଗଯୋଗ କରିପାରିବେ ।


Share It

Comments are closed.