ଆଲେକ୍ସା ମାଧ୍ୟମରେ କେଏଫସିରୁ ଖାଦ୍ୟ ଅର୍ଡର କରନ୍ତୁ


କେଏଫସି ଗ୍ରାହକମାନେ ବର୍ତ୍ତମାନ ଆଲେକ୍ସା ଆପ୍ ବ୍ୟବହାର କରି ସେମାନଙ୍କ ମନ ପସନ୍ଦର ଖାଦ୍ୟ ଅର୍ଡର କରିପାରିବେ । ଗ୍ରାହକମାନେ ବର୍ତ୍ତମାନ ଘରେ ବସି କେଏଫସି ବକେଟର ଲାଭ ଉଠାଇପରିବେ । ଏଥିପାଇଁ ଆପଣଙ୍କୁ କେବଳ ଆଲେକ୍ସା ଆପ୍ରେ କେଏଫସି ସ୍କିଲ୍କୁ ସକ୍ରିୟ କରିବାକୁ ହେବ ଏବଂ କହିବାକୁ ହେବ, “ଆଲେକ୍ସା, ଷ୍ଟାର୍ଟ କେଫ୍ସେି”; “ଆଲେକ୍ସ ଲଞ୍ଚ କେଏଫସି”; “ଆଲେକ୍ସା ଟେଲ୍ କେଏଫସି ଆଇ ଆମ୍ ହଙ୍ଗରୀ” । ଏହା ପରେ ଗ୍ରାହକମାନେ ଅର୍ଡର କରିଥିବା ଖାଦ୍ୟ ସେମାନଙ୍କ ଘରେ ପାଇପାରିବେ ।
ଏହି ଶୁଭାରମ୍ଭ ବିଷୟରେ, ମୋକ୍ସ ଚୋପ୍ରା, ସିଏମ୍ଓ, କେଏଫସି ଇଣ୍ଡିଆ ପ୍ରକାଶ କରିଛନ୍ତି, “ଭଏସ୍ ଚିହ୍ନଟ ଆଜି ଏକ ଗେମ୍ ଚେଞ୍ଜର ଭାବେ ଉଭା ହୋଇଛି, ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ପସନ୍ଦ କରୁଛନ୍ତି ଓ ଏହି ନୂଆ ଜ୍ଞାନକୌଶଳ ଦ୍ୱାରା ସମସ୍ତେ ଆରାମ ପାଉଛନ୍ତି । ତେଣୁ କେଏଫସିର ଫିଙ୍ଗର ଲିକିନ’ ଗୁଡ଼ ବର୍ତ୍ତମାନ ଆଲେକ୍ସ ପ୍ଲାଟଫର୍ମରେ ଇଣ୍ଟରଆକ୍ଟିଭ୍ ଭଏସ୍ ଜ୍ଞାନକୌଶଳ ସହିତ ଅର୍ଡର କରିବାକୁ ଉପଲବ୍ଧ । ଏହା ଏପଭୋକ୍ତାମାନଙ୍କୁ ଘରେ ସେମାନଙ୍କ ପ୍ରିୟ ଖାଦ୍ୟଗୁଡ଼ିକର ଅର୍ଡରକୁ ସହଜ ଓ ଦୃତ କରିଛି ।” ଦୀଲିପ ଆର.ଏସ., କଣ୍ଟ୍ରି ମ୍ୟାନେଜର ଆଲେକ୍ସ ସ୍କିଲ୍ସ, ଆମାଜନ ଇଣ୍ଡିଆ କହିଛନ୍ତି ଯେ, “ଯେଉଁଭଳି ଭଳି ଉପଭୋକ୍ତା ଆଲେକ୍ସ ସହିତ ତଳାମେଳ ରଖୁଛନ୍ତି, ସେମାନେ ଏହି ନୂଆ ଭଏସ ଟେକନୋଲଜିର ବ୍ୟବହାର ନିଜ ଦୈନଦିନ ଜୀବନରେ କରିବାକୁ ଚାହୁଁଛନ୍ତି । ମାତ୍ର କିଛି ଭଏସ କମାଣ୍ଡ ଦ୍ୱାରା ଖାଦ୍ୟ ଅର୍ଡର କରିବା ବହୁତ ସୁବିଧାଜନକ ଅନୁଭବ ହୋଇପାରେ ।”
ଏହା ବହୁତ ସହଜ ଏବଂ ସରଳ ଅଟେ । ଏଥିପାଇଁ ଗ୍ରାହକମାନେ ପ୍ରଥମେ ନିଜ ଆଲେକ୍ସା ଆପରେ କେଏଫସି ସ୍କିଲକୁ ସକ୍ରିୟ କରନ୍ତୁ ଓ କମାଣ୍ଡ ଦିଅନ୍ତୁ – “ଆଲେକ୍ସା, ଲଞ୍ଚ କେଏଫସି” । ଏହା ପରେ ଆପଣଙ୍କର କେଏଫସି ସ୍କିଲ ଲଞ୍ଚ ହୋଇଯିବ । ଏହାପରେ ଡେଲିଭରି ମେନ୍ୟୁରେ ନିଜ ମନପସନ୍ଦିଆ କେଏଫସି ଚିକେନ ଅର୍ଡର କରନ୍ତୁ । ଏହା ପରେ ଆରାମରେ ବସି ଆପଣ ନିଜ କେଏଫସି ବକେଟର ମଜା ଉଠାନ୍ତୁ ।


Share It

Comments are closed.