କୋଲଗେଟ ପକ୍ଷରୁ କୋଲ୍‌ଗେଟ୍ ଫର୍ ଡାଇବେଟିକ୍‌ସର ଶୁଭାରମ୍ଭ


ଭୁବନେଶ୍ୱର: କୋଲ୍‌ଗେଟ୍‌-ପାଲ୍‌ମୋଲିଭ୍‌(ଇଣ୍ଡିଆ) ଲିମିଟେଡ୍ ଦନ୍ତ ଚିକିତ୍ସକ ଓ ମଧୁମେହ ବିଶେଷଜ୍ଞଙ୍କ ସହଯୋଗରେ ମଧୁମେହ ରୋଗରେ ପିଡ଼ୀତ ଲୋକମାନଙ୍କ ପାଇଁ ଅନୁସନ୍ଧାନ କରି ଏକ ସ୍ୱତନ୍ତ୍ର ଟୁଥ୍‌ପେଷ୍ଟ , କୋଲ୍‌ଗେଟ୍ ଫର୍ ଡାଇବେଟିକ୍‌ସ ବିକଶିତ କରିଛି । ଏହି ନୂତନ ଉତ୍ପାଦର ଶୁଭାରମ୍ଭ ସାମଗ୍ରିକ ମଧୁମେହ ପରିଚାଳନାରେ ସହଯୋଗ କରିବା ଏବଂ ମଧୁମେହ ରୋଗୀମାନେ ସମ୍ମୁଖୀନ ହେଉଥିବା ପାଟି ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପ୍ରଭାବୀ ସମାଧାନ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି ।
କୋଲ୍‌ଗେଟ୍ ଫର୍ ଡାଇବେଟିକ୍‌ସ ଟୁଥ୍‌ପେଷ୍ଟ ହେଉଛି ଆର‌୍ୟୁବେଦିକ୍ ଉପାଦାନ ଯେପରିକି ମଧୁନାସିନି, ନୀମ, ଜାମୁନ୍ ସିଡ୍ ଏକ୍‌ଟ୍ରାକ୍ଟ ଓ ଅଁଳା ଆଦିର ଏକ ସ୍ୱତନ୍ତ୍ର ମିଶ୍ରଣ ସହିତ ଏକ ଚିକିତ୍ସକୀୟ ରୂପେ ପ୍ରମାଣିତ ଫର୍ମୂଲା । ଏହି ସ୍ୱତନ୍ତ୍ର ଫର୍ମୂଲା ପାଟିରେ ଆନାଏରୋବିକ୍ ବ୍ୟାକ୍ଟେରିଆକୁ ନଷ୍ଟ କରିଥାଏ, ଯାହାକି ହେଉଛି ମଧୁମେହ ପାଇଁ ଅନେକ ପାଟି ସ୍ୱାସ୍ଥ୍ୟ ସମସ୍ୟାର ମୂଳ କାରଣ । ଏହି ସ୍ୱତନ୍ତ୍ର ଆୟୁର୍ବେଦିକ ମିଶ୍ରଣ ଏଫ୍‌ଡିଏ ଦ୍ୱାରା ମନୋନିତ ହୋଇଥିବା ବେଳେ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଫାର୍ମାସିଗୁଡିକରେ ବିକ୍ରି ପାଇଁ ଉପଲବ୍ଧ ହେଉଛି । ଭାରତରେ ବର୍ତମାନ ମଧୁମେହ ରୋଗୀଙ୍କ ସଂଖ୍ୟା ୭୭ ମିଲିୟନ ରହିଥିବାବେଳେ ସେଥିରୁ ପ୍ରାୟ ୪୩.୯ ମିଲିୟନ ଲୋକଙ୍କର ନିଦାନ ହୋଇନଥିବା ଆକଳନ କରାଯାଉଛି, ଯାହାକି ମଧୁମେହ ରୋଗରେ ପୀଡିତ ସର୍ବାଧିକ ସଂଖ୍ୟକ ବୟସ୍କ ଓ ଶିଶୁଙ୍କ ସମେତ ଭାରତକୁ ବିଶ୍ୱରେ ୨ୟ ସ୍ଥାନରେ ରଖିଛି ।
ଭାରତର ପ୍ରଥମ ଡାଇବେଟିକ୍ ସ୍ପେଶିଫିକ୍ ଓରାଲ୍ କେୟାର ଉତ୍ପାଦର ଶୁଭାରମ୍ଭ ସମ୍ପର୍କରେ କୋଲ୍‌ଗେଟ୍‌-ପାଲ୍‌ମୋଲିଭ୍ (ଇଣ୍ଡିଆ) ଲିମିଟେଡ୍‌ର ମାର୍କେଟିଙ୍ଗ ବିଭାଗର ଉପାଧ୍ୟକ୍ଷ, ଅରବିନ୍ଦ ଚିନ୍ତାମଣି କହିଛନ୍ତିଯେ, \”ଭାରତ ମଧୁମେହର ଏକ ଚିନ୍ତାଜନକ ବୃଦ୍ଧି ଦେଖିବାକୁ ପାଇଛି ଏବଂ ଦୁର୍ଭାଗ୍ୟବଶତଃ ମୁଖ ସ୍ୱାସ୍ଥ୍ୟ ପରିଚାଳନା ଓ ମଧୁମେହ ପରିଚାଳନା ମଧ୍ୟର ରହିଥିବା ସଂଯୋଗକୁ ନେଇ ଖୁବ୍ କମ୍ ସଚେତନତା ରହିଛି । କୋଲ୍‌ଗେଟ୍ ଫର୍ ଡାଇବେଟିକ୍‌ସ କୁହାଯାଉଥିବା ଏହି ସ୍ୱତନ୍ତ୍ର ନିୟମିତ ବ୍ୟବହୃତ ଥିବା ଟୁଥ୍‌ପେଷ୍ଟକୁ ବିକଶିତ କରିବା ପାଇଁ କୋଲ୍‌ଗେଟ୍ ମଧୁମେହ ବିଶେଷଜ୍ଞ ଓ ମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିଛି ।’
ଇଣ୍ଡିଆ ସୋସାଇଟି ଅଫ୍ ପିରିଓଡୋନ୍‌ଟୋଲୋଜିର ପୂର୍ବତନ ଅଧ୍ୟକ୍ଷ ଓ ‘ଗୁଡ୍ କ୍ଲିନିକାଲ ପ୍ରାକ୍ଟିସ୍ ଗାଇଡ୍‌ଲାଇନ୍ସ ଫର୍ ଦ ମ୍ୟାନେଜ୍‌ମେଂଟ୍ ଅଫ୍ ପିରିଓଡୋନ୍‌ଟାଲ ଡିଜିଜ୍ ଇନ୍ ପେସେଂଟ୍‌ସ ୱିଥ୍ ଡାଇବେଟିସ୍‌’ର ଲେଖକ, ଡଃ ଆଶିଷ ଜୈନ୍ କହିଛନ୍ତିଯେ, ” ଏକ ଦକ୍ଷ ଆଂଟି-ଜର୍ମ ଓ ଆଂଟି-ଇନ୍‌ଫ୍ଲାମେଟୋରୀ ଉପାଦାନ ଥିବା ଏକ ମୁଖ ଯତ୍ନ ଟେକ୍ନୋଲୋଜିର ବିକାଶ ସହିତ ଏହା ଏବେ ଏକ ସମାଧାନ ଖୋଜି ପାଇଥିବା ଭଳି ମନେ ହେଉଛି । ତେବେ ଏହି କ୍ଷେତ୍ରରେ ଅଧିକ ପ୍ରକାଶିତ ଚିକିତ୍ସକୀୟ ତଥ୍ୟ ଏଭଳି ଟେକ୍ନୋଲୋଜିଗୁଡିକର କାର୍ଯ୍ୟକାରିତାକୁ ଆହୁରି ସୁଦୃଢ କରିବ ।’ ମୁମ୍ବାଇର ପ୍ରଖ୍ୟାତ ଡାଇବେଟୋଲୋଜିଷ୍ଟ ଓ ଆର୍‌ଏସ୍‌ଏସ୍‌ଡିଆଇର ସଦସ୍ୟ, ଡଃ ମନୋଜ ଚାୱଲା କହିଛନ୍ତି, ଆମର ଅନେକ ମଧୁମେହ ରୋଗୀ ଜାଣିନାହାନ୍ତି ଯେ, ଖରାପ ଗ୍ଲିସେମିକ୍ ନିୟନ୍ତ୍ରଣ ଓ ପିରିଓଡୋନ୍‌ଟାଇଟିସ୍ ଭଳି ମୁଖ ରୋଗର ଏକ ଶକ୍ତିଶାଳୀ ଦ୍ୱି-ପାକ୍ଷିକ ସମ୍ବନ୍ଧ ରହିଛି ଏବଂ ଉଭୟ ଅନ୍ୟାନ୍ୟ ସଂଯୋଜିତ ଜଟିଳତା ସହିତ ପରସ୍ପରର ପ୍ରଗତି ଉପରେ ପ୍ରତିକୂଳ ପ୍ରଭାବ ପକାଇପାରନ୍ତି । ତେଣୁ ମଧୁମେହରେ ପୀଡିତ ଜଣେ ରୋଗୀଙ୍କୁ ନିଜର ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣ କରିବା ବ୍ୟତୀତ ନିଜ ମୁଖ ଯତ୍ନ ଓ ଦାନ୍ତର ଯତ୍ନ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।


Share It

Comments are closed.