ଭୁବନେଶ୍ୱରକୁ ସିମନ୍ସ ବିୟୁଟିରେଷ୍ଟ ଆଣିଛି ଓପୁଲେଂଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ସ

Share It

ଭୁବନେଶ୍ୱର :  ପୂର୍ବ ଭାରତର ପ୍ରିମିୟମ ହୋମ ଫର୍ଣ୍ଣିଶିଙ୍ଗ ଡେଷ୍ଟିନେଶନ ଓପୁଲେଂଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ସ ଭୁବନେଶ୍ୱରର ଲକ୍ଷ୍ମୀ ବିହାରସ୍ଥିତ ଏହାର ଫ୍ଲାଗସିପ ଷ୍ଟୋରକୁ ବିଶ୍ୱବ୍ୟାପୀ ସୁପରିଚିତ ଲକ୍‌ଜରୀ ମ୍ୟାଟ୍ରେସ ବ୍ରାଣ୍ଡ ସିମନ୍ସ ବିୟୁଟିରେଷ୍ଟ ଆଣିଥିବା ସମ୍ପର୍କରେ ଘୋଷଣା କରିଛି । ଭିଏଫଆଇ ଗ୍ରୁପ ସହ ସହଯୋଗିତାରେ ଏହି ସହଭାଗିତା ଅଂଚଳ ପାଇଁ ଲକ୍‌ଜରୀ ସ୍ଲିପ ସେଗମେଂଟ କ୍ଷେତ୍ରରେ ଏକ ନିର୍ଣ୍ଣାୟକ ମୁହୂର୍ତକୁ ଚିହ୍ନିତ କରିଛି ।

ଭୁବନେଶ୍ୱରର ଜନପଥ ରୋଡଠାରେ ୧୯୭୦ରେ ଆରମ୍ଭ ହୋଇଥିବା ଏକ ବିରାସତ ସହିତ ହରିଆନା ହ୍ୟାଣ୍ଡଲୁମ୍‌ସ ହେଉଛି ହୋମ ଫର୍ଣ୍ଣିଶିଙ୍ଗ କ୍ଷେତ୍ରରେ ଓଡିଶାରୁ ସବୁଠାରୁ ପୁରାତନ ଓ ସମ୍ମାନିତ ନାମ । ଲାଜପତ ଚାୱଲାଙ୍କ ଦ୍ୱାରା ସ୍ଥାପିତ ଏହି ବ୍ରାଣ୍ଡ ତାଙ୍କ ପୁଅ ଗୌରବ ଚାୱଲାଙ୍କ ନେତୃତ୍ୱରେ  ସାଧାରଣ ଦୋକାନରୁ ଏକ  ବିସ୍ତୃତ ଡିଜାଇନ-ଭିତିକ ରିଟେଲ ଡେଷ୍ଟିନେଶନରେ ପରିଣତ ହୋଇଛି । ତାଙ୍କ ସ୍ୱପ୍ନର ପ୍ରକଳ୍ପ ଓପୁଲେଂଟ ଡେକୋର  ଏବେ ପୂର୍ବ ଭାରତର ଅନ୍ୟତମ ସର୍ବବୃହତ ଓ ସବୁଠାରୁ ବିଳାସପୂର୍ଣ୍ଣ ଫର୍ଣ୍ଣିଶିଂ ଷ୍ଟୋର ଭାବେ ଉଭା ହୋଇଛି

ନିକଟରେ ଓପୁଲେଂଟ ଡେକୋରରେ ଲଂଚ ହୋଇଥିବା ସିମନ୍ସ ବିୟୁଟିରେଷ୍ଟ ଏକ୍ସପେରିଏନ୍ସ ସେଂଟର୍ ସ୍ୱତନ୍ତ୍ର ଭାବେ ବ୍ରାଣ୍ଡର ଆଇକୋନିକ ବିୟୁଟିରେଷ୍ଟ ବ୍ଲାକ କଲେକ୍ସନକୁ ପ୍ରଦର୍ଶିତ କରୁଛି, ଯାହାକି ଏହାର ଅତ୍ୟାଧୁନିକ ସ୍ଲିପ ଟେକ୍ନୋଲୋଜି ଓ କାରିଗରୀ ପାଇଁ ବିଶ୍ୱବ୍ୟାପୀ ସୁପରିଚିତ । ଏହି ଲଂଚ ସହିତ ଭୁବନେଶ୍ୱର  ଆନ୍ତର୍ଜାତୀୟ ମାନର ଶୟନ ଅନୁଭୂତି ପ୍ରଦାନ କରୁଥିବା ସହରଗୁଡିକର ପ୍ରତିଷ୍ଠିତ ତାଲିକାରେ ସାମିଲ ହୋଇଛି ।

ଏହି ଷ୍ଟୋର୍‌ରେ ଭାରତୀୟ ଆରାମ ପାଇଁ ପ୍ରସ୍ତୁତ ଏହାର ଆଡଭାନ୍ସଡ ଏର୍ଗୋନୋମିକ ଟେକ୍ନୋଲୋଜି ପାଇଁ ପରିଚିତ ଏକ ବ୍ରାଣ୍ଡ  ସ୍ପ୍ରିଙ୍ଗଫିଟ୍ ଏବଂ  ପ୍ରାକୃତିକ ସୁସ୍ଥତା ଓ ସ୍ଥାୟିତ୍ୱ ପାଇଁ ଡିଜାଇନ କରାଯାଇଥିବା  ଏକ ପ୍ୟୋର ଲାଟେକ୍ସ ଫୋମ୍ ମ୍ୟାଟ୍ରେସ ରେଞ୍ଜ ଅର୍‌ଗାନାର ପ୍ରିମିୟମ ଉତ୍ପାଦ ଉପଲବ୍ଧ ରହିଛି । ଏହି ସ୍ୱତନ୍ତ୍ର ସ୍ଲିପ କଲେକ୍ସନ ସୁନିଶ୍ଚିତ କରୁଛି ଯେ, ଗ୍ରାହକମାନେ  ସେମାନଙ୍କର ଆରାମ, ସୁସ୍ଥତା ଓ ଜୀବନଶୈଳୀ  ଆବଶ୍ୟକତା ସହ ମେଳ ଖାଉଥିବା ଏକ ପର୍ସନାଲାଇଜ୍‌ଡ ସ୍ଲିପ ସଲ୍ୟୁଶନ ସନ୍ଧାନ କରିପାରିବେ ।

ଓପୁଲେଂଟ ଡେକୋରର ମାଲିକ ଓ ପରିଚାଳନା ନିର୍ଦ୍ଦେଶକ ଗୌରବ ଚାୱଲା କହିଛନ୍ତି, “ଏହା କେବଳ ବଜାରକୁ ଏକ ଉତ୍ପାଦ ଆଣିବା ପାଇଁ ନୁହେଁ , ବରଂ ଏହା ଆମର ଗ୍ରାହକଙ୍କ ପାଇଁ ସମଗ୍ର ନିଦ୍ରା ଅନୁଭୂତିକୁ ଉନ୍ନତ କରିବା ସହ ଜଡିତ । ଭିଏଫଆଇ ଗ୍ରୁପ ସହ ଆମର ସହଭାଗିତା  ଗୁଣବତା, ବିଶ୍ୱାସ ଓ ଉତ୍କର୍ଷତା ପ୍ରତି ଏକ ପ୍ରତିଶ୍ରୁତିବଦ୍ଧତାର ମିଳିତ ମୂଲ୍ୟବୋଧ ଉପରେ ନିର୍ମିତ ଅଟେ ।”

ଏହି ଭାବନାକୁ ବ୍ୟକ୍ତ କରି ଭିଏଫଆଇ ଗ୍ରୁପର କାର୍ଯ୍ୟକାରୀ ନିର୍ଦ୍ଦେଶକ ନିତିନ ଗୁପ୍ତା କହିଛନ୍ତି, “ଆମେ ଓପୁଲେଂଟ ଡେକୋରକୁ  ଏହାର ମଜବୁତ ବିରାସତ , ନୈତିକ ବ୍ୟବସାୟିକ ଅଭ୍ୟାସ ଓ  ପ୍ରିମିୟମ ହୋମ ଡେକୋର ସେଗ୍‌ମେଂଟରେ ଏହାର ଅତୁଳନୀୟ ଉପସ୍ଥିତି ପାଇଁ ଚୟନ କରିଛୁ । ସିମନ୍ସ ବିୟୁଟିରେଷ୍ଟ ଏହି ଷ୍ଟୋରରେ ଉପଯୁକ୍ତ ସହଯୋଗୀ ସନ୍ଧାନ କରିଛି ।”

ନିମଜ୍ଜିତ ଇନ୍‌-ଷ୍ଟୋର ଡିସ୍‌ପ୍ଲେ, ନିଦ୍ରା ପରାମର୍ଶ ଓ ଗ୍ରାହକଙ୍କ ବିଶ୍ୱାସର ଏକ ବିରାସତ ସହିତ ଓପୁଲେଂଟ ଡେକୋର ବାଏ ହରିଆନା ହ୍ୟାଣ୍ଡଲୁମ୍‌ସ ଓଡିଶାର ନିଦ୍ରା ଅନୁଭୂତିକୁ ପୁନଃପରିଭାଷିତ କରିବା ଜାରି ରଖିଛି ।


Share It

Comments are closed.