ଓପୋ ପକ୍ଷରୁ ଏହା ନୂତନ ରେନୋ୨ର ବିକ୍ରି ଆରମ୍ଭ


ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂତନ ରେନୋ୨ ସ୍ମାର୍ଟଫୋନର ବିକ୍ରୟ ଘୋଷଣା କରାଯାଇଛି, ଯାହାକି ସେପ୍ଟେମ୍ବର ୨୦, ୨୦୧୯ରୁ ଆରମ୍ଭ ହେବାକୁ ଯାଉଛି । ଭାରତକୁ ପ୍ରଥମ କରି ଆସୁଥିବା ଏଇ ଡିଭାଇସ୍ଟି ୨୦ଏକ୍ସ ଜୁମ ବିଶିଷ୍ଟ କ୍ୱାର୍ଡ କ୍ୟାମେରାରେ ବ୍ୟବସ୍ଥିତ, ଯାହାର ମୂଲ୍ୟ ମାତ୍ର ୩୬,୯୯୦/- ଟଙ୍କା ରହିଥିବାବେଳେ ଏହା ସମସ୍ତ ଅଫଲାଇନ ଷ୍ଟୋର ସମେତ ଆମାଜନ ଓ ଫ୍ଲିପକାର୍ଟ ଭଳି ଅଗ୍ରଣୀ ଅନ୍ଲାଇନ୍ ଷ୍ଟୋର ଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ । ଗ୍ରାହକ ମାନଙ୍କୁ ଉନ୍ନତ ଅନୁଭୁତି ପ୍ରଦାନର ମନୋଭାବ ସହ କ୍ରୟକୁ ଅଧିକ ସହଜ କରିବା ପାଇଁ ଓପୋ ପକ୍ଷରୁ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି । ବିକ୍ରୟ ସମୟରେ ଗ୍ରାହକମାନେ ଏଚଡିଏଫସି ଡେବିଟ/କ୍ରେଡିଟ କାର୍ଡ ଇଏମଆଇ ଟ୍ରାଞ୍ଜାକ୍ସନ ଏବଂ କଞ୍ଜ୍ୟୁମର ଲୋନ ଉପରେ ୧୦% ପର୍ଯ୍ୟନ୍ତ କ୍ୟାସ୍ବ୍ୟାକ୍ ପାଇ ପାରିବେ ।

ଅତିରିକ୍ତ ଭାବେ ଗ୍ରାହକମାନେ ବଜାଜ ଫିନସର୍ଭ ଉପରେ ଜିରୋ ଡାଉନ ପେମେଣ୍ଟ ଇଏମଆଇ ସୁବିଧା ପାଇ ପାରିବେ । ଓପୋ ରେନୋ୨ ସହ ଜିଓ ଗ୍ରାହକମାନେ ଟ.୧୯୮ ଏବଂ ଟ.୨୯୯ ପ୍ଲାନରେ ୧୦୦% ଅତିରିକ୍ତ ଡାଟା ଉପଭୋଗ କରି ପାରିବେ । ଭୋଡ଼ାଫୋନ ଆଇଡିଆ ଗ୍ରାହକ ମାନେ ଟ.୩,୭୫୦ କ୍ୟାସ୍ବ୍ୟାକ୍ ଏବଂ ଟ.୨୫୫ର ରିଚାର୍ଜରେ ୨୫୦ ଜିବି ଅତିରିକ୍ତ ଡାଟା ପାଇ ପାରିବେ । ଏୟାରଟେଲ୍ ଉପଭୋକ୍ତାମାନେ ଟ.୨୪୯ର ରିଚାର୍ଜରେ ଦୁଇଗୁଣ ଡାଟା ଏବଂ ଅସୀମିତ କଲିଙ୍ଗ ସୁବିଧା ପାଇପାରିବେ ।

ଗ୍ରାହକମାନେ ଇନଷ୍ଟାକ୍ୟାସରୁ ବିନିମୟ ମୂଲ୍ୟ ଉପରେ ଅତିରିକ୍ତ ୧୦%ର ଲାଭ ଉଠାଇ ପାରିବେ । ବ୍ୟବହାରକାରୀ ମାନେ ଆମାଜନ ଏବଂ ଫ୍ଲିପକାର୍ଟରେ ସ୍ମାର୍ଟଫୋନ ବଦଳାଇବା ଦ୍ୱାରା ଅତିରିକ୍ତ ଟ.୩୦୦୦ ରିହାତି ପାଇ ପାରିବେ । ପ୍ରଥମ ତିନି ଦିନ ସେଲ ମଧ୍ୟରେ ଏଚଡିଏଫସି ଡେବିଟ/କ୍ରେଡିଟ କାର୍ଡ ଇଏମଆଇ ଟ୍ରାଞ୍ଜାକ୍ସନ ଉପରେ ୧୦%ର ଏକ ତୁରନ୍ତ ରିହାତି ମଧ୍ୟ ଉପଲବ୍ଧ । ଅନ୍ଲାଇନ୍ରେ ଏହି ଡିଭାଇସଟି ୩,୬ ଏବଂ ୯ ମାସର ନୋ କଷ୍ଟ ଇଏମଆଇରେ ଉପଲବ୍ଧ । ମନୋଲୋଭା ଡିଜାଇନ ଏବଂ ଶକ୍ତିଶାଳୀ କ୍ୟାମେରା ସାମର୍ଥ୍ୟତା ପାଇଁ ପ୍ରଶଂସିତ ଏହି ଓପୋ ରେନୋ୨, ସୌନ୍ଦର୍ଯ୍ୟ ଏବଂ ଅଭିନବତାକୁ ଏକତ୍ର ନେଇ ଆସିଛି । ଏହା ୪୮ ଏମପି କ୍ୱାର୍ଡ କ୍ୟାମେରାରେ ବ୍ୟବସ୍ଥିତ ଯାହା ଅତ୍ୟଧିକ ପରିଷ୍କାର ଇମେଜ ପ୍ରଦାନ କରେ । ଏହା ସମେତ ଏହି ଡିଭାଇସ୍ରେ ଥିବା ଅଲଟ୍ରା ଡାର୍କ ମୋଡ଼ ରାତିରେ ଏପରିକି କମ ଆଲୋକରେ ମଧ୍ୟ ଉପଯୁକ୍ତ ସଟ ଦେଇଥାଏ ଏବଂ ଚଳନ୍ତି ମୁହୂର୍ତ୍ତ ଗୁଡ଼ିକୁ ସାଇତିବା ପାଇଁ ଏଥିରେ ଅଲଟ୍ରା ଷ୍ଟେବଲ ଭିଡିଓ ମୋଡ଼ ମଧ୍ୟ ରହିଛି । ସ୍ମାର୍ଟଫୋନର ସମ୍ମୁଖ ଭାଗରେ ଓପୋର ଅଧିକ ପ୍ରଶଂସିତ ୧୬ଏମପି ସାର୍କ ଫିନ ରାଇଜିଙ୍ଗ କ୍ୟାମେରା ରହିଛି । ଉନ୍ନତ ପ୍ରଦର୍ଶନ ପାଇଁ ଓପୋ ରେନୋ୨, ୮ + ୨୫୬ ଜିବି ଷ୍ଟୋରେଜ ସଂସ୍କରଣରେ ଉପଲବ୍ଧ ହେଉଥିବା ବେଳେ ଲୁମିନସ୍ ବ୍ଲାକ ଏବଂ ଓସନ୍ ବ୍ଲୁ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗ ରେ ଉପଲବ୍ଧ ହେବ । ଏକ ନିରବଚ୍ଛିନ୍ନ ଗ୍ରାହକ ଅନୁଭୁତି ନିମନ୍ତେ ଏହି ସ୍ମାର୍ଟଫୋନଟି ଏକ ଶକ୍ତିଶାଳୀ ୪୦୦୦ ମେଗାହର୍ଜ ବ୍ୟାଟେରୀ ସମର୍ଥିତ ଭୁକ୍ ୩.୦ ଫ୍ଲାସ ଚାର୍ଜ କୁ ସମର୍ଥନ କରୁଛି ।


Share It

Comments are closed.