ଭାରତରେ ପଂଚ୍‌-ହୋଲ୍ କ୍ୟାମେରା ଯୁକ୍ତ ଓପୋ ରେନୋ୩ ପ୍ରୋର ଶୁଭାରମ୍ଭ


ଭୁବନେଶ୍ୱର: ଏକ ଅଗ୍ରଣୀ ଆନ୍ତର୍ଜାତୀୟ ପ୍ରିମିୟମ ସ୍ମାର୍ଟ ଡିଭାଇସ୍ ବ୍ରାଣ୍ଡ ଓପୋ ଏହାର ଲୋକପ୍ରିୟ ରେନୋ ୩ର ବିସ୍ତାର କରି ଭାରତରେ ନୂଆ ରେନୋ୩ ପ୍ରୋର ଉନ୍ମୋଚନ କରିଛି । ଏଥିରେ ବିଶ୍ୱର ପ୍ରଥମ ୪୪ଏମ୍‌ପି+୨ଏମ୍‌ପି ଡୁଆଲ ପଂଚ୍‌-ହୋଲ୍ କ୍ୟାମେରା ରହିଥିବା ବେଳେ ଏହା ନୂତନ କଲର୍‌ଓଏସ୍‌୭ ଦ୍ୱାରା ପରିଚାଳିତ । ରେନୋ୩ ପ୍ରୋକୁ ଦୁନିଆକୁ ଏକ ନୂଆ ରୂପରେ କ୍ୟାପ୍‌ଚର ଓ ଅନୁଭବ କରିବା ନିମନ୍ତେ ଡିଜାଇନ୍ କରାଯାଇଛି । ଏକ ଆଦର୍ଶ ସାଥି ରୂପେ ଏହା ଏଭଳି ଫଟୋ କ୍ୟାପ୍‌ଚର କରିଥାଏ ଯାହା ୰କ୍ଲିୟର୍ ଇନ୍ ଏଭ୍ରିସଟ୍ ହୋଇଥାଏ । ଓପୋ ରେନୋ୩ ପ୍ରୋ ସ୍ମାର୍ଟଫୋନ୍ ଫଟୋଗ୍ରାଫିରେ ନୂଆ ବିବର୍ତ୍ତନ ଆଣିଛି ।
ଶୁଭାରମ୍ଭ ଅବସରରେ ଓପୋ ଇଣ୍ଡିଆର ଅଧ୍ୟକ୍ଷ ଏଲ୍‌ଭିସ୍ ଝୋଉ କହିଛନ୍ତି ଯେ, “ଗ୍ରାହକ-କୈନ୍ଦ୍ରିକ ଉଦ୍ଭାବନ ସବୁବେଳେ ଆମର ଉତ୍ପାଦ ରଣନୀତିର କେନ୍ଦ୍ରରେ ରହିଆସିଛି । ଏହି ପ୍ରୟାସକୁ ଜାରି ରଖିବା ସହ ଆମେ ଓପୋ ରେନୋ୩ ପ୍ରୋକୁ ଭାରତୀୟ ବଜାରକୁ ଆଣିବାକୁ ଖୁବ୍ ଉତ୍ସାହିତ ଅଛୁ ।’’ ଶୁଭାରମ୍ଭ ସମ୍ପର୍କରେ ମତ ରଖି ଓପୋ ଇଣ୍ଡିଆର ଉତ୍ପାଦ ଓ ବିପଣନ ବିଭାଗ ଉପାଧ୍ୟକ୍ଷ ଶ୍ରୀ ସୁମିତ ୱାଲିଆ କହିଛନ୍ତି ଯେ, “ଆମର ମିଲେନିଆଲ ଉପଭୋକ୍ତାଙ୍କ ଆବଶ୍ୟକତା ଓ ଆକାଂକ୍ଷାକୁ ଧ୍ୟାନରେ ରଖି ବିଶ୍ୱର ପ୍ରଥମ ୪୪ଏମ୍‌ପି+୨ଏମ୍‌ପି ଡୁଆଲ ପଂଚ୍‌-ହୋଲ୍ କ୍ୟାମେରା ସହ ରେନୋ୩ ପ୍ରୋକୁ ଶୁଭାରମ୍ଭ କରିବାକୁ ଉତ୍ସାହିତ ଅଛୁ ।’’ ମିଡିଆଟେକ୍‌ର ୱାୟାରଲେସ୍ ବିଜ୍‌ନେସ୍ ୟୁନିଟ୍‌ର ଆସିଷ୍ଟାଂଟ୍ ଜେନେରାଲ ମ୍ୟାନେଜର ଡଃ ୟେଂଚି ଲି କହିଛନ୍ତି ଯେ, “ଓପୋ ରେନୋ୩ ପ୍ରୋ ମିଡିଆଟେକ୍‌ର ହିଲିଓ ପି୯୫, ୪ଜି ସ୍ମାର୍ଟଫୋନ୍ ପାଇଁ ଆମର ଶକ୍ତିଶାଳୀ ଏଆଇ ପ୍ରୋସେସିଂ ଇଞ୍ଜିନ୍ ସହ ଆମର ନୂତନ ହିଲିଓ ଚିପ୍‌ସେଟ୍ ଦ୍ୱାରା ପରିଚାଳିତ । ଏହା ଅତ୍ୟାଧୁନିକ ପୋର୍ଟ୍ରେଟ୍ ଫଟୋଗ୍ରାଫି, ଫାଷ୍ଟ ସିକ୍ୟୋର ଫେସିଆଲ ରେକଗ୍‌ନିସନ ଓ ଫୁଲ୍ ବଡି ମୁଭ୍‌ମେଂଟ୍ ଟ୍ରାକିଙ୍ଗ ଭଳି ଏଆଇ-କ୍ୟାମେରା ଫିଚର ସହ ଏକ ପ୍ରିମିୟମ ଫଟୋଗ୍ରାଫି ଅଭିଜ୍ଞତା ପ୍ରଦାନ କରିଥାଏ । ଆମର ଟେକ୍ନୋଲୋଜି ଓ ଓପୋର ନୂତନ ଡିଭାଇସ୍‌ଗୁଡିକ ସହ ଆମେ ପ୍ରିମିୟମ ସ୍ମାର୍ଟଫୋନ୍ ଫିଚର ଓ ଗ୍ରାହକ ଚାହୁଁଥିବା ଅନୁଭବ ସୃଷ୍ଟି କରିଛୁ ।”
ନୂଆ ରେନୋ୩ ପ୍ରୋ ଆସନ୍ତା ମାର୍ଚ୍ଚ ୬ ତାରିଖରୁ ଦେଶର ସମସ୍ତ ଓପୋ ଷ୍ଟୋର ଓ ରିଟେଲ୍ ଆଉଟ୍‌ଲେଟ୍‌ରେ ଉପଲବ୍ଧ ହେବ । ସେଲ୍‌ର ପ୍ରଥମ ୩ ଦିନରେ ଏହି ସ୍ମାର୍ଟଫୋନ୍ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଡେବିଟ୍‌/କ୍ରେଡିଟ୍ କାର୍ଡ ଇଏମ୍‌ଆଇ ଓ ଉପଭୋକ୍ତା ଋଣ, ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌/ଡେବିଟ୍ କାର୍ଡ ଇଏମ୍‌ଆଇ, ଆର୍‌ବିଏଲ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଇଏମ୍‌ଆଇ ଓ ୟେସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ଇଏମ୍‌ଆଇ ଉପରେ ୧୦%ର କ୍ୟାସ୍‌ବ୍ୟାକ୍ ସହ ଅଫ୍‌ଲାଇନ୍‌ରେ ଉପଲବ୍ଧ ହେବ । ଅଫ୍‌ଲାଇନ୍‌ରେ ରେନୋ୩ ପ୍ରୋ କିଣୁଥିବା ଗ୍ରାହକ ସମ୍ପୂର୍ଣ୍ଣ ଡ୍ୟାମେଜ୍ ପ୍ରୋଟେକ୍ସନ ପାଇପାରିବେ ଏବଂ ୧୦୦୦ ଭାଗ୍ୟଶାଳୀ ଗ୍ରାହକ ଏନ୍‌କୋ ଫ୍ରି ଟ୍ରୁ ୱାୟାରଲେସ୍ ହେଡ୍‌ଫୋନ୍ ପାଇବାର ସୁଯୋଗ ପାଇପାରିବେ । ମାର୍ଚ୍ଚ ୨ ତାରିଖରୁ ଗ୍ରାହକମାନେ ଏହି ସ୍ମାର୍ଟଫୋନ୍‌କୁ ୟେସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଉପରେ ୧୦%ର ଇନ୍‌ଷ୍ଟାଂଟ୍ ବ୍ୟାଙ୍କ ରିହାତି ସହ ଅନ୍‌ଲାଇନ୍‌ରେ ପ୍ରି-ବୁକ୍ କରିପାରିବେ । ଏହି ସ୍ମାର୍ଟଫୋନ୍‌ର ୮+୧୨୮ ଜିବି ଭାରିଆଂଟ୍ ୨୯,୯୯୦ ଟଙ୍କାରେ ଓ ୮+୨୫୬ଜିବି ଭାରିଆଂଟ୍ ୩୨,୯୯୦ ଟଙ୍କାରେ ଉପଲବ୍ଧ ହେବ ।


Share It

Comments are closed.