ଓପୋ ପକ୍ଷରୁ ଗ୍ରେଟର ନୋଏଡାରେ ବୈଦ୍ୟୁତିକ ନିର୍ମାଣ କ୍ଲଷ୍ଟରରେ ନିବେଶ


ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ, ଓପୋ ପକ୍ଷରୁ ଗ୍ରେଟର ନୋଏଡାରେ ଗ୍ରିନଫିଲ୍ଡ ଇଲେକଟ୍ରୋନିକ ମାନ୍ୟୁଫ୍ୟାକଚରିଂ କ୍ଲଷ୍ଟର (ଇଏମସି)ର ସ୍ଥାପନା କରାଯାଇଛି । ଏହି କାର୍ଯ୍ୟକ୍ରମ ଟେଗନା ଇଲେକଟ୍ରୋନିକ ପ୍ରାଇଭେଟ ଲିଃ. (ଟିଇଜିଏନଏ) , ଏକ ତାଇୱାନ ଇଲେକଟ୍ରିକାଲ ଏବଂ ଇଲୋକଟ୍ରୋନିକ ମାନୁଫ୍ୟାକଚର ଆସୋସିଏସନ (ଟିଇଇଏମଏ)ର ଏସପିଭି ସହିତ ଓପୋ ଏବଂ କିଛି ଭାରତୀୟ କମ୍ପାନୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବାବେଳେ ଉତ୍ତର ପ୍ରଦେଶ ସରକାରଙ୍କ ଆଇଟି ଆଣ୍ଡ ଇଲୋକଟ୍ରୋନିକ୍ସ ବିଭାଗ ଦ୍ୱାରା ସମର୍ଥନପ୍ରାପ୍ତ । ଏଥି ସହିତ ଏହା ଭାରତ ସରକାରଙ୍କ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫରମେସନ ଟେକ୍ନୋଲୋଜି (ଏମଇଆଇଟିୱାଇ)ର ମନ୍ତ୍ରଣାଳୟ ଦ୍ୱାରା ଏହାର ଇଲୋକଟ୍ରୋନିକ୍ସ ମାନୁଫ୍ୟାକରିଂ କ୍ଲଷ୍ଟର ସ୍କିମ ଦ୍ୱାରା ସ୍ୱୀକୃତିପ୍ରାପ୍ତ ।
ଇଏମସି ମହଜୂଦଥିବା ଇଲୋକଟ୍ରୋନିକ୍ସ ନିର୍ମାଣକାରୀ ଏବଂ ରପ୍ତାନୀକାରୀ ମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକତ୍ର ହେବା ପାଇଁ ଏବଂ ଇଲେକଟ୍ରୋନିକ ଏବଂ ହାର୍ଡଓୟାର ନିର୍ମାଣ ତଥା ପ୍ରାଥମିକଭାବେ ସ୍ମାର୍ଟଫୋନ ପ୍ରସ୍ତୁତ ପାଇଁ ଇଣ୍ଟିଗ୍ରେଟେଡ ଗନ୍ତବ୍ୟସ୍ଥଳ ନିମନ୍ତେ ସୁବିଧା ପ୍ରଦାନ କରିବ । ଇଏମସି କେବଳ ଉତ୍ପାଦର ମାତ୍ରା ବୃଦ୍ଧିକରି କ୍ରେତା ମାନଙ୍କୁ ଆକର୍ଷଣୀୟ ସ୍କେଲର ପରିଚାଳନା ପ୍ରଦାନ କରିବ ତାହା ନୁହେଁ ବରଂ ଷ୍ଟେକ ହୋଲ୍ଡର ମାନଙ୍କ ପାଇଁ ଷ୍ଟେଟ-ଅଫ-ଦି- ଆର୍ଟ ନିର୍ମାଣ ସୁବିଧା ପ୍ରଦାନ କରିବ । କ୍ଲଷ୍ଟର ହାଉସରେ ଇଲେକଟ୍ରୋନିକ ଉତ୍ପାଦ ପ୍ରସ୍ତୁତି ପାଇଁ ବିଭିନ୍ନ ସୁବିଧା ତଥା ଟୁଲ ରୁମ, ଆରଆଣ୍ଡଡି ଲ୍ୟାବ ଇତ୍ୟାଦି ରହିବା ସହିତ ଅନ୍ୟାନ୍ୟ ନିର୍ମାଣ ଏବଂ ସହଯୋଗୀ ସେବା ରହିଛି । ଏହା ଇଲୋକଟ୍ରୋନିକ୍ସ ଏବଂ ସହଯୋଗୀ ଉପକରଣର ପ୍ରସ୍ତୁତିରେ ବିଶ୍ୱସ୍ତରୀୟ ଅଗ୍ରଣୀ ହାଉସସମ । ଇଏମସି ମଧ୍ୟ ରାଜ୍ୟରେ ବହୁମାତ୍ରାରେ ନିଯୁକ୍ତି ସେବା ତଥା ପାଖାପାଖି ୨୫,୦୦୦ ରୁ ୩୦,୦୦୦ ଲୋକମାନଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୃଷ୍ଟି କରିପାରିବ ।
ଏହି ଅବସରରେ ଓପୋ ଇଣ୍ଡିଆର ଉପସଭାପତି ଏବଂ ଆର ଆଣ୍ଡ ଡି ମୁଖ୍ୟ, ଶ୍ରୀଯୁକ୍ତ ତସଲିମ ଅରିଫ କହିଛନ୍ତିଯେ, “ଏହି ବ୍ରାଣ୍ଡଟି ଗ୍ରାହକ ମାନଙ୍କୁ କ୍ରମାଗତଭାବେ ନୂତନ ଏବଂ ଅତ୍ୟାଧୁନିକ ଉତ୍ପାଦ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଥିବାବେଳେ ଏହି ସୁଯୋଗ ଆମ୍ଭମାନଙ୍କୁ ଭାରତରେ ନୂତନ କୌଶଳର ହାର୍ଡଓୟାର ଏବଂ ଇଲୋକଟ୍ରୋନିକ୍ସ ଉତ୍ପାଦର ନିର୍ମାଣ ଏବଂ ବିକାଶ ପାଇଁ ସାହାଯ୍ୟ କରିବ । ଗ୍ରେଟର ନୋଏଡାରେ ଇଏମସି ଭାରତରେ ଭିବଷ୍ୟତରେ ଶୁଭାରମ୍ଭ କରାଯାଉଥିବା ଉତ୍ପାଦରେ ଅତ୍ୟାଧୁନିକ ଏବଂ ଆକର୍ଷଣୀୟ କୌଶଳ ପ୍ରୟୋଗ କରିବା ପାଇଁ ସାହାଯ୍ୟ କରିବା ସହିତ ସ୍ମାର୍ଟଫୋନ ଉପକରଣ ପାଇଁ ଲୋକାଲ ଇକୋସିଷ୍ଟମ ସୃଷ୍ଟି କରିପାରିବ ।”
ଗ୍ରେଟର ନୋଏଡା, ଉତ୍ତର ପ୍ରଦେଶର ଉଦ୍ୟୋଗ ଟାଉନସିପରେ ଇକୋ-ଟେକରେ ସ୍ଥାନିତ ଇଏମସି ୫ରୁ ୧୦ ବର୍ଷ ମଧ୍ୟରେ ଟ.୩,୫୦୦ କୋଟି ନିବେଶ ଗ୍ରହଣ କରିବ ଏବଂ ପ୍ରତିଦିନ ୨ଲକ୍ଷ ଉତ୍ପାଦ ୟୁନିଟ ଉତ୍ପନ୍ନ କରିବାର ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମ ୧୮ମାସର ସମୟ ଅବଧିରେ ସମାପ୍ତ ହେବ ।


Share It

Comments are closed.