ଓପୋ ପକ୍ଷରୁ ଏଫ୨୭ ପ୍ରୋ+ ୫ଜିର ଶୁଭାରମ୍ଭ


ଭୁବନେଶ୍ୱର : ଓପୋ ପକ୍ଷରୁ ଦେଶର ପ୍ରଥମ ଆଇପି୬୬, ଆଇପି୬୮ ଏବଂ ଆଇପି୬୯-ରେଟେଡ ସୁପର-ରଗ୍‌ଡ, ମନସୁନ – ରେଡି ସ୍ମାର୍ଟଫୋନ ଏଫ୨୭ ପ୍ରୋ+ ୫ଜିର ଶୁଭାରମ୍ଭ କରାଯାଇଛି । ଏହି ଏଫ୨୭ ପ୍ରୋ+ ସ୍ମାର୍ଟଫୋନ ଡସ୍କ ପିଙ୍କ ଏବଂ ମିଡନାଇଟ ନେଭି ଭଳି ଦୁଇଟି ରଙ୍ଗରେ ଉପଲବ୍ଧ ରହିବ । ଏହି ସ୍ମାର୍ଟଫୋନରେ ଓପୋର ଡ୍ୟାମେଜ-ପ୍ରୁଫ ୩୬୦ ଡିଗ୍ରୀ ଆରମୋର ବଡି ରହିଛି ଯାହା ଫୋନକୁ ପଡିବା ଏବଂ ସ୍କ୍ରାଚରୁ ସୁରକ୍ଷା ଦେଇଥାଏ । ଅତିରିକ୍ତ ଭାବରେ ୪ବର୍ଷର ସ୍ଥାୟୀ ୫,୦୦୦ ଏମଏଏଚ ବ୍ୟାଟେରୀ ମଧ୍ୟ ରହିଛି । ୨୦ ଜୁନ ୨୦୨୪ରୁ ଓପୋ ଏଫ୨୭ ପ୍ରୋ+ ୫ଜି ଭାରତରେ ଉପଲବ୍ଧ ହେବ । ୧୨୮ ଜିବି ମଡେଲର ମୂଲ୍ୟ ଟଙ୍କା.୨୭,୯୯୯ ଟଙ୍କା ରହିଥିବାବେଳେ ୨୫୬ ଜିବି ମଡେଲର ମୂଲ୍ୟ ୨୯,୯୯୯ ଟଙ୍କା ରହିଛି । ଏଫ୨୭ ପ୍ରୋ+ ୫ଜି ଏଫ ସିରିଜରେ ପ୍ରଥମ ଥର ପାଇଁ ୩ଡି କର୍‌ଭଡ ଆମୋଲ୍ଡ ଡିସପ୍ଲେ, ରହିଛି, ୭.୮୯ ଏମଏମର ସ୍ଲିମ ପ୍ରୋଫାଇଲ ରହିଛି ଏବଂ ଏହାର ଓଜନ ମାତ୍ରା ୧୭୭ ଗ୍ରାମ ରିହିଛି । ଓପୋ ଏଫ୨୭ ପ୍ରୋ+ ୫ଜି ଜେନ-ଏଆଇ ଚାଲିତ ଏଆଇ ଇରେଜର ଏବଂ ଏଆଇ ପୋଟ୍ରେଟ ରିଟଚିଂ ସହିତ ପ୍ଲାଗସିପ ଗ୍ରେଡ ଏଆଇ ଫିଚରକୁ ମୁଖ୍ୟସ୍ରୋତକୁ ଆଣିଛି । ଫୋନରେ ୬୪ ଏମପିର ମୁଖ୍ୟ କ୍ୟାମେରା, ୨ ଏମପି ଡିସପ୍ଲେ କ୍ୟାମେରା ଏବଂ ୮ ଏମପି ସେଲଫି କ୍ୟାମେରା ରହିଛି । ଏଥିରେ ଏକ ଅକ୍ଟା-କୋର୍ ମିଡିଆଟେକ୍ ୭୦୫୦ ଏସ୍‌ଓସି ରହିଛି ଯେଉଁଥିରେ ୨.୬ ଜିଗାହର୍ତ୍ସ ପର୍ଯ୍ୟନ୍ତ ଏଆରଏମ କର୍ଟେକ୍ସ-ଏ୭୮ କୋର୍ ଏବଂ କର୍ଟେକ୍ସ-ଏ୫୫ ଦକ୍ଷତା କୋର ରହିଛି । ଯାହା ସହଜ ମଲ୍ଟିଟାସ୍କିଂ, ଦକ୍ଷ ପାୱାର ମ୍ୟାନେଜମେଂଟ ଏବଂ ସର୍ବକାଳୀନ ବ୍ୟାଟେରୀ ଜୀବନ ମଧ୍ୟରେ ସଠିକ୍ ସନ୍ତୁଳନ ରକ୍ଷା କରିଥାଏ ।

ଏହା ସମ୍ପର୍କରେ ଓପୋ ଇଣ୍ଡିଆର ପ୍ରଡକ୍ଟ କମ୍ୟୁନିକେସନ ନିର୍ଦ୍ଦେଶକ ସାଭିଓ ଡିସୁଜା କହିଛନ୍ତି ଯେ, ଓପୋ ଏଫ୨୭ ପ୍ରୋ+ ୫ଜି ଏକମାତ୍ର ସ୍ମାର୍ଟଫୋନ ଯାହା ଆଇପି୬୬, ଆଇପି୬୮ ଏବଂ ଆଇପି-୬୯ ରେଟିଙ୍ଗକୁ ବହନ କରୁଛି ଏବଂ ଧୂଳି ଓ ୱାଟର ଡ୍ୟାମେଜ ବିରୋଧରେ ସର୍ବୋଚ୍ଚ ମାନଦଣ୍ଡ ପୂରଣ କରୁଛି । ଏହା ବ୍ୟତୀତ, ଏହାର ୩୬୦ ପ୍ସ ଆର୍ମର ବଡି ଇନସାଇଡ-ଆଉଟ ସୁରକ୍ଷା ପ୍ରଦାନ କରେ, ଯାହାକି ସୁଇସ ଏସଜିଏସ ପ୍ରମିୟମ ପ୍ରଦର୍ଶନ ମାନଦଣ୍ଡ ଏବଂ ଏମଆଇଏଲ-ଏସଟିଡି-୮୧୦ଏଚ ମେଥଡ ୫୧୬.୮ ଦ୍ୱାରା ପ୍ରମାଣିତ ଅଟେ । ୧୩ ରୁ ୧୯ଜୁନ ପର୍ଯ୍ୟନ୍ତ ପ୍ରି ଅର୍ଡର ଅବଧି ମଧ୍ୟରେ ଗ୍ରାହକମାନେ ଆମାଜନ, ଫ୍ଲିପକାର୍ଟ , ଓପୋ ଷ୍ଟୋର ଏବଂ ମେନ ଲାଇନ ରିଟେଲ ଆଉଟଲେଟମାନଙ୍କରେ ସ୍ୱତନ୍ତ୍ର ଅଫରର ଲାଭ ଉଠାଇପାରିବେ । ୧୧୯୯ ଟଙ୍କାରେ ୬ ମାସ ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ଏବଂ ତରଳ କ୍ଷୟକ୍ଷତିରୁ ଚିନ୍ତାମୁକ୍ତ ସୁରକ୍ଷା ପାଇପାରିବେ । ୬ ମାସ ପର୍ଯ୍ୟନ୍ତ ନୋ-କଷ୍ଟ ଇଏମଆଇ ଏବଂ ୯ ମାସ ପର୍ଯ୍ୟନ୍ତ ଉପୋଭକ୍ତା ଋଣ ବିନା ଡାଉନପେମେଂଟରେ ଅଗ୍ରଣୀ ଅଂଶୀଦାରଙ୍କ ସହ ପାଇପାରିବେ । ଓପୋ ଏଫ୨୭ ପ୍ରୋ+ ରେ ଅପଗ୍ରେଡ କରନ୍ତୁ ଏବଂ ୧୦୦୦ ଟଙ୍କାର ଏକ୍ସଚେଞ୍ଜ ବୋନସ ପାଇବେ । ଓପୋର ବିଦ୍ୟମାନ ଗ୍ରାହକମାନେ ମଧ୍ୟ ୧୦୦୦ ଟଙ୍କାର ଅତିରିକ୍ତ ଲୟାଲ୍ଟି ବୋନସ ପାଇବେ । ଏଚଡିଏଫସି ବ୍ୟାଙ୍କ, ଏସବିଆଇ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସମେତ ଅଗ୍ରଣୀ ବ୍ୟାଙ୍କରୁ କ୍ରେଡିଟ ଏବଂ ଡେବିଟ କାର୍ଡ ଉପରେ ୧୦ % ତତ୍କାଳ କ୍ୟାସବ୍ୟାକ ପାଇବେ । (ସର୍ତବଳୀ ଲାଗୁ)


Share It

Comments are closed.