ଓପୋ ଇଣ୍ଡିଆ ପକ୍ଷରୁ ରେନୋ୧୨ ୫ଜି ସିରିଜର ଶୁଭାରମ୍ଭ


ଭୁବନେଶ୍ୱର: ଓପୋ ଇଣ୍ଡିଆ ପକ୍ଷରୁ ଆଜି ଏହାର ନୂଆ ରେନୋ ୧୨ ୫ଜି ସିରିଜ୍‌ର ଶୁଭାରମ୍ଭ କରାଯାଇଛି । ଯାହା ଦେଶରେ ଏଆଇ ଫୋନ୍‌ଗୁଡିକର ଉପଲବ୍ଧତାକୁ ତ୍ୱରାନ୍ୱିତ କରିବା ଦିଗରେ ଏହାର ପ୍ରଥମ ପଦକ୍ଷେପ ଅଟେ । ଏହି ନୂତନ ସିରିଜରେ ଜଟିଳ ଫଟୋ ଏଡିଟିଙ୍ଗ୍‌ର ସମସ୍ୟା ବିନା ତ୍ରୁଟିହୀନ ଓ ମଜାଦାର ଫଟୋଗୁଡିକ ପାଇଁ ଏଆଇ ଇରେଜର ୨.୦, ଏଆଇ କ୍ଲିୟର ଫେସ୍‌, ଏଆଇ ବେଷ୍ଟ ଫେସ୍ ଓ ସ୍ମାର୍ଟ ଇମେଜ ମ୍ୟାଟିଙ୍ଗ ୨.୦ ରହିଛି । ଏହି ଡିଭାଇସ୍‌ରେ ଗୁଗଲ ଜେମିନି ଏଲ୍‌ଏଲ୍‌ଏମ୍ ଦ୍ୱାରା ପରିଚାଳିତ ଏଆଇ ଟୁଲ୍‌ବକ୍ସ ରହିଛି ଯେଉଁଥିରେ ଦୈନନ୍ଦିନ ଉତ୍ପାଦକତା ବୃଦ୍ଧି କରିବା ପାଇଁ ଏଆଇ ରାଇଟର, ଏଆଇ ସମରୀ ଓ ଏଆଇ ସ୍ପିକ୍ ଭଳି ଫିଚର ସାମିଲ ଅଛି । ରେନୋ ୧୨ ପ୍ରୋ ୫ଜି ଦୁଇଟି ଭାରିଆଂଟ୍‌ରେ ୧୨ଜିବି+୨୫୬ଜିବି ମଡେଲ ପାଇଁ ମାତ୍ର ୩୬,୯୯୯ ଟଙ୍କା ଏବଂ ୧୨ଜିବି+୫୧୨ଜିବି ଭର୍ସନ ପାଇଁ ମାତ୍ର ୪୦,୯୯୯/-ଟଙ୍କାରେ ଉପଲବ୍ଧ ହେବ । ରେନୋ ୧୨ ୫ଜି ର ମୂଲ୍ୟ ମାତ୍ର ୩୨,୯୯୯ ଟଙ୍କା ଏବଂ ଏହା ୮ଜିବି ରାମ୍ ଓ ୨୫୬ଜିବି ଷ୍ଟୋରେଜ ସହିତ ଆସୁଛି । ରେନୋ ୧୨ ପ୍ରୋ ୫ଜି ର ସେଲ୍ ଭାରତରେ ଆସନ୍ତା ଜୁଲାଇ ୧୮ ତାରିଖରୁ ଆରମ୍ଭ ହେବ ଏବଂ ରେନୋ ୧୨ ୫ଜି ଆସନ୍ତା ଜୁଲାଇ ୨୫ ତାରିଖରୁ ଓପୋ ଇ-ଷ୍ଟୋର, ଫ୍ଲିପ୍‌କାର୍ଟ ଓ ମେନ୍‌ଲାଇନ ରିଟେଲ ଆଉଟଲେଟ୍‌ଗୁଡିକରେ ଉପଲବ୍ଧ ହେବାକୁ ଯାଉଛି ।
ଏହି ଅବସରରେ ଓପୋ ପକ୍ଷରୁ ଏହାର ପ୍ରଡକ୍ଟ ଷ୍ଟ୍ରାଟେଜି ବିଭାଗର ମୁଖ୍ୟ, ପିଟର ଡୋୟଙ୍ଗ୍ ଲି କହିଛନ୍ତି, “ରେନୋ ୧୨ ସିରିଜ୍ ଓପୋ ପାଇଁ ଏକ ବଡ ସଫଳତାକୁ ଚିହ୍ନିତ କରିଛି କାରଣ ଆମେ ଏଆଇ ଫୋନ୍‌ର ଗ୍ରହଣୀୟତାକୁ ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧ ରହିଛୁ । ଓପୋର ଆଡ୍‌ଭାନ୍ସଡ ଜେନ୍‌ଏଆଇ କ୍ଷମତା, ଫ୍ୟୁଚରିଷ୍ଟିକ ଫ୍ଲୁଇଡ ଡିଜାଇନ ଓ ଅତୁଳନୀୟ ଶକ୍ତି ଦକ୍ଷତାକୁ ପ୍ରଦର୍ଶିତ କରୁଥିବା ରେନୋ ୧୨ ସିରିଜ୍ ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଆମେ ଆଶା ରଖିଛୁ ଯେ, ଏଆଇ କେବଳ ସ୍ମାର୍ଟଫୋନ୍ କ୍ଷମତାଗୁଡିକୁ ବୃଦ୍ଧି କରିବା ପାଇଁ ନୁହେଁ ବରଂ ଉପଭୋକ୍ତାଙ୍କର ନିଜ ଡିଭାଇସ ସହ ସଂଯୋଜିତ ହେବାର ଶୈଳୀକୁ ପରିବର୍ତନ କରିବା ପାଇଁ ମୋବାଇଲ ଡିଭାଇସଗୁଡିକୁ ଅଧିକ ବ୍ୟକ୍ତିଗତ ଓ ଅନ୍ତର୍ନିିହିତକାରୀ କରିବ ।”


Share It

Comments are closed.