ଭାରତରେ ଓପୋ ଏଫ୧୫ର ଶୁଭାରମ୍ଭ


ଭୁବନେଶ୍ୱର : ପ୍ରମୁଖ ଗ୍ଲୋବାଲ ସ୍ମାର୍ଟଫୋନ୍ ବ୍ରାଣ୍ଡ ଓପୋ ପକ୍ଷରୁ ଭାରତରେ ଏହାର ନୂତନ ସ୍ମାର୍ଟଫୋନ୍ ଏଫ୍‌୧୫ର ଶୁଭାରମ୍ଭ କରାଯାଇଛି । ଓପୋର ଲୋକପ୍ରିୟ ଏଫ୍ ସିରିଜ୍‌ର ଏହି ନୂତନ ସ୍ମାର୍ଟଫୋନ୍ ଏଫ୍‌୧୫ ମାତ୍ର ୭.୯ ଏମ୍‌ଏମ୍ ପତଳା ଓ ୧୭୨ ଗ୍ରାମ ଓଜନ ସହ ଏକ ଷ୍ଟାଇଲିସ୍ ଡିଜାଇନ୍‌ରେ ଆସିଛି । ଏହି ସ୍ଲିକ୍ ସ୍ମାର୍ଟଫୋନ୍‌ରେ ଆକର୍ଷଣୀୟ ଲୁକ୍ ସହ ଲେଜର୍ ଲାଇଟ୍‌-ରିଫ୍ଲେକ୍ଟିଭ୍ ବ୍ୟାକ୍ କଭର୍ ରହିଛି, ଯାହାକି ଏହାକୁ ନିଜ ଷ୍ଟାଇଲ୍‌କୁ ଦେଖାଇବାକୁ ପସନ୍ଦ କରୁଥିବା ଯୁବ ଗ୍ରାହକମାନଙ୍କ ପାଇଁ ଏକ ଆଦର୍ଶ ସ୍ମାର୍ଟଫୋନରେ ପରିଣତ କରିବ । ଓପୋ ଏଫ୍‌୧୫ରେ ୪୮ ମେଗାପିକ୍ସେଲ ଅଲ୍‌ଟ୍ରା ୱାଇଡ୍‌-ଆଙ୍ଗେଲ ମାକ୍ରୋ କ୍ୱାଡ୍‌କମ୍ କ୍ୟାମେରା ରହିଛି, ଯାହା ଏକ ଚମତ୍କାରୀ ଫଟୋଗ୍ରାଫି ଅନୁଭୂତି ପ୍ରଦାନ କରୁଛି । ଏହା ବ୍ୟତୀତ ଏହି ସ୍ମାର୍ଟଫୋନ କଲରଓଏସ୬.୧.୨ ଏବଂ ୪୦୦୦ ମେଗାହର୍ଜ ବ୍ୟାଟେରୀ ଭଳି ଆହୁରି ଅନେକ ବୈଶିଷ୍ଟ୍ୟରେ ବ୍ୟବସ୍ଥିତ ହୋଇ ଆସିଛି । ଲାଇଟ୍‌ନିଙ୍ଗ ବ୍ଲାକ୍ ଓ ୟୁନିକର୍ଣ୍ଣ ହ୍ୱାଇଟ୍ କଲରରେ ଉପଲବ୍ଧ ହେଉଥିବା ଓପୋ ଏଫ୍‌୧୫ ଆସନ୍ତା ଜାନୁଆରୀ ୨୪ ତାରିଖରୁ ଉଭୟ ଅନଲାଇନ୍ ଓ ଅଫଲାଇନ୍ ଷ୍ଟୋରରେ ମାତ୍ର ୧୯,୯୯୦ ଟଙ୍କାରେ ବିକ୍ରି ପାଇଁ ଉପଲବ୍ଧ ହେବାକୁ ଯାଉଛି ।
ଏହି ଅବସରରେ ଓପୋ ଇଣ୍ଡିଆର ଉତ୍ପାଦ ଓ ବିତରଣ ବିଭାଗ ଉପାଧ୍ୟକ୍ଷ, ଶ୍ରୀ ସୁମିତ ୱାଲିଆ କହିଛନ୍ତି ଯେ, “ଓପୋ ଗ୍ରାହକଙ୍କୁ ବେଷ୍ଟ୍ ଇନ୍ କ୍ଲାସ୍ ଉପଭୋକ୍ତା ଅଭିଜ୍ଞତା ପ୍ରଦାନ କରିବା ଲାଗି ନିଜ ସୀମା ଆଗକୁ ବଢାଇବାରେ ବିଶ୍ୱାସ ରଖିଥାଏ । ଏହା ଯୁବ ଉପଭୋକ୍ତାଙ୍କୁ ଅଧିକ ଆକର୍ଷିତ କରିବ ବୋଲି ଆମେ ବିଶ୍ୱାସ ରଖିଛୁ ।” ଏହି ସ୍ମାର୍ଟଫୋନର ୯୦.୭%ର ସ୍କ୍ରିନ୍‌-ଟୁ-ବଡି ରେସିଓ ସହ ଏଫ୍‌ଏଚ୍‌ଡି ଯୁକ୍ତ ଆମୋଲେଡ୍ ସ୍କ୍ରିନ୍‌ର ୨୪୦୦:୧୦୮୦ ରିଜୋଲ୍ୟୁସନ ଆପଣଙ୍କୁ ଏକ ଅଲଟ୍ରା-କ୍ରିସ୍ପ ଗେମିଙ୍ଗ୍ ଓ ଏଂଟରଟେନମେଂଟ୍ ଅଭିଜ୍ଞତାରେ ସମ୍ପୂର୍ଣ୍ଣ ରୂପେ ନିମଜ୍ଜିତ କରିଥାଏ । ଏହାବାଦ ୟୁଟ୍ୟୁବ୍‌, ନେଟଫ୍ଲିକ୍ସ କିମ୍ବା ଆମାଜନ୍ ପ୍ରାଇମ୍ ଭିଡିଓ ଆଦି ଫୁଲ୍ ଏଚଡିରେ ଦେଖୁଥିବା ସମୟରେ ଆପଣଙ୍କୁ ଏକ ହାଇଡେଫିନିସନ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଓପୋ ଏଫ୍‌୧୫ ଲକ୍ଷ୍ୟ ରଖିଛି ।


Share It

Comments are closed.