ଭାରତରେ ଓପୋ ଏଫ୧୧ ପ୍ରୋର ଶୁଭାରମ୍ଭ


ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ, ଓପୋ ପକ୍ଷରୁ ଏହାର ଏଫ ସିରିଜ ପୋର୍ଟଫୋଲିଓର ସମ୍ପ୍ରସାରଣଭାବେ ଭାରତରେ ଓପୋ ଏଫ୧୧ ପ୍ରୋର ଶୁଭାରମ୍ଭ କରାଯାଇଛି । ଉକ୍ତ ସ୍ମାର୍ଟଫୋନରେ ବହୁ ଅତ୍ୟାଧୁନିକ କୌଶଳ ସହିତ ନିମ୍ନ ଆଲୋକରେ ଫଟୋଗ୍ରାଫି ପାଇଁ ପୋର୍ଟରେଟ ଫଟୋଗ୍ରାଫି ସୁବିଧା ମଧ୍ୟ ରହିଛି । ଏହା ନୂତନ ୪୮ଏମପି ଅଲଟ୍ରା-କ୍ଲିୟର କ୍ୟାମେରା ସିଷ୍ଟମ, ଏକ ରାଇଜିଂ କ୍ୟାମେରା ଏବଂ ପାନୋରୋମିକ ସ୍କ୍ରିନ ସହିତ ଉପଲବ୍ଧ ଯାହା ଗ୍ରାହକମାନଙ୍କୁ ବ୍ୟବହାର କରିବା ପାଇଁ ସହଜ ଏବଂ ସେମାନଙ୍କୁ ମଧ୍ୟ ତ୍ରୁଟିହୀନ ଅନୁଭୂତି ପ୍ରଦାନ କରିପାରିବ । ଓପୋ ଏଫ୧୧ ପ୍ରୋ ଫ୍ଲିପକାର୍ଟ, ଆମାଜନ.ଇନ, ପେଟିଏମ, ସ୍ନାପଡିଲ ଏବଂ ଓପୋ ଷ୍ଟୋରରେ ୧୫ମାର୍ଚ୍ଚ ଠାରୁ ମାତ୍ର୨୪,୯୯୦ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି । ଏହା ଦୁଇଟି ଭିନ୍ନ ରଙ୍ଗ ଯେପରିକି ଥଣ୍ଡର ବ୍ଲାକ ଏବଂ ଅଫରା ଗ୍ରିନ ରଙ୍ଗରେ ଉପଲବ୍ଧ ହେବ ।
ଏହି ପରିପ୍ରେକ୍ଷୀରେ ଓପୋ ଦକ୍ଷିଣ ଏସିଆର ସିଏମଓ, ଶ୍ରୀଯୁକ୍ତ ୱିଲ ୟାଙ୍ଗ କହିଛନ୍ତି ଯେ, “ଓପୋରେ ଆମ୍ଭେମାନେ ସର୍ବଦା ଆମ୍ଭମାନଙ୍କର ଗ୍ରାହକମାନଙ୍କୁ ଶ୍ରେଣୀର ଶ୍ରେଷ୍ଠ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏକ ତ୍ରୁଟିହୀନ ସ୍ମାର୍ଟଫୋନ ଅନୁଭୂତି ଏବଂ ଶ୍ରେଷ୍ଠ ମୂଲ୍ୟରେ ଭିନ୍ନ ପ୍ରକାରର ଏକ ଡିଜାଇନ ପ୍ରଦାନ କରିବା ପାଇଁ କାର୍ଯ୍ୟରତ । ଶ୍ରେଷ୍ଠତା ସହିତ ପ୍ରସ୍ତୁତ ହୋଇଥିବା ଓପୋ ଏଫ୧୧ ପ୍ରୋର ପ୍ରାକୃତିକ ଗ୍ରାଡିଏଣ୍ଟ ଡିଜାଇନ ଏପରି ନିଦର୍ଶନ ଗ୍ରହଣ କରିଛି ଯାହା ଏହାର ବିବରଣୀ ଏବଂ ସୌନ୍ଦର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥାଏ ।”
ଏହି ଅବସରରେ ମିଡିଆ ଟେକର ଓୟାରଲେସ କମ୍ୟୁନିକେସନ ବିୟୁ, ସାଧାରଣ ପରିଚାଳକ, ଶ୍ରୀଯୁକ୍ତ ଟିଏଲ ଲି କହିଛନ୍ତି ଯେ, “ଓପୋ ସର୍ବଦା ନିଜର ଅଗ୍ରିମ ଗୁଣବତ୍ତା ଏବଂ ଅତ୍ୟାଧୁନିକ ବୈଶିଷ୍ଟ୍ୟ ପାଇଁ ପରିଚିତ । ଏଫ ୧୧ ପ୍ରୋ ସହିତ ଉଭୟ ମିଡିଆ ଟେକ ଏବଂ ଓପୋ ଗ୍ରାହକମାନଙ୍କୁ ଅଲଟ୍ରା ନାଇଟ ମୋଡ ପ୍ରଦାନ କରି ମୋବାଇଲ ଫଟୋଗ୍ରାଫିକୁ ପୁନଃପରିପ୍ରକାଶ କରିପାରିଛି । ହେଲିଓ ପି୭୦ର ଏଆଇ ଇଞ୍ଜିନ ଏବଂ ଅଲଟ୍ରା କ୍ଲିଅର ଇଞ୍ଜିନ ସିନକୁ ଚିହ୍ନଟ କରିବା ପାଇଁ ଏବଂ ଫଟୋ ସେଟିଙ୍ଗକୁ ପରିଚାଳନା କରିବା ପାଇଁ ସାହାଯ୍ୟ କରିଥାଏ । ହେଲିଓ ପି୭୦ ମଧ୍ୟ ଅତ୍ୟାଧୁନିକ ଏଆଇ ବୈଶିଷ୍ଟ୍ୟ ପ୍ରଦାନ କରିବା ସହିତ ପ୍ରଦର୍ଶନ ଏବଂ ଶକ୍ତିଶାଳୀ ବ୍ୟବହାରରେ ବିକାଶ କରିଥାଏ ।”


Share It

Comments are closed.