ଓପିଜିସି ତରଫରୁ ତିଲିଆ ରେ ଚକ୍ଷୁ ଚିକିତ୍ସା ଶିବିର
ଇବଥର୍ମାଲ: ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ସିଏସଆର କାର୍ଯ୍ୟକ୍ରମ ଅଧୀନରେ ଆଜି ଝାରସୁଗୁଡା ଜିଲ୍ଲାର ତିଲିଆ ପଞ୍ଚାୟତ କାର୍ଯ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି| କେୟାର ନେତ୍ରମ, ଭୁବନେଶ୍ୱର ର ସହଯୋଗରେ ଏହି ଶିବିର ଆୟୋଜିତ ହୋଇଥିଲା | ଶ୍ରୀମତୀ ପୁଷ୍ପାଞ୍ଜଳି ପଧାନ ତିଲିଆ ସରପଞ୍ଚ ଙ୍କ ଦ୍ବାରା ଏହି ଶିବିର ଉଦ୍ଘାଟିତ ହୋଇଥିଲା I ବରିଷ୍ଠ ଅଧିକାରୀ ହିମାଂଶୁ ଭୂଷଣ ବେହେରା ଏବଂ କେୟାର ନେତ୍ରମ ର ମେଡିକାଲ ଟିମ ଉପସ୍ଥିତ ଥିଲେ । ଏହି ଶିବିର ସକାଳ ୯.୦୦ ଘଟିକା ରୁ ଆରମ୍ଭ ହୋଇ ଅପରାହ୍ନ ୪.୦୦ ଘଟିକା ପର୍ଯ୍ୟନ୍ତ ଚାଲିଲା I

ଆଖପାଖ ୧୧ ରୁ ଉର୍ଦ୍ଧ ଟି ଗ୍ରାମ ଯଥା ତିଲିଆ, ସିଂଘେଇଁପାଲି, ଫଟାପାଲି, କଣ୍ଟାଟିକ୍ରା, ରମେଲI, କୋଲଟିକ୍ରା, ଥୁରୁପାଲୀ, ନୂଆପଡା, ବଡ଼ସାରୁଆ ଆଦି ଗ୍ରାମ ଗୁଡ଼ିକରୁ ୩୦୯ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା I ସମୁଦାୟ ୨୭୭ ଙ୍କୁ ଦୃଷ୍ଟିଶକ୍ତି ସଂଶୋଧନ ପାଇଁ ବିନାମୂଲ୍ୟରେ ଚଷମା ଯୋଗାଇ ଦିଆଯାଇଥିଲା । ୧୧ ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ବ୍ୟବସ୍ଥା କରାଯାଇଥିଲା । ଓପିଜିସି ସିଏସଆର ଦଳର ସଦସ୍ୟ ହିମାଂଶୁ ଭୂଷଣ ବେହେରା, ତାପସ ପଣ୍ଡା, ଅମର ସିଂ, ଏହି ଶିବିରର ସଂଯୋଜନା କରିବାରେ ସାହାଯ୍ୟ କରିଥିଲେ।


Comments are closed.