ଅପରେସନ ସିନ୍ଦୁର: ଉତ୍ତରପ୍ରଦେଶରେ ରେଡ୍ ଆଲର୍ଟ ଘୋଷଣା
ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଶିବିର ବିରୋଧରେ ସଶସ୍ତ୍ର ବାହିନୀର ‘ଅପରେସନ ସିନ୍ଦୁର’ ପରେ ଉତ୍ତରପ୍ରଦେଶରେ ରେଡ୍ ଆଲର୍ଟ ଘୋଷଣା କରାଯାଇଛି ବୋଲି ୟୁପି ଡିଜିପି ଆଜି କହିଛନ୍ତି। #OperationSindoor ପରେ ଉତ୍ତରପ୍ରଦେଶରେ ରେଡ୍ ଆଲର୍ଟ ଘୋଷଣା କରାଯାଇଛି- ଆତଙ୍କବାଦୀ ଆଶ୍ରୟସ୍ଥଳୀ ଉପରେ ଭାରତୀୟ ସେନାର ଟାର୍ଗେଟ ଷ୍ଟ୍ରାଇକ୍ । ପ୍ରତିରକ୍ଷା ୟୁନିଟ୍ ସହ ସମନ୍ୱୟ ରକ୍ଷା କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକର ସୁରକ୍ଷାକୁ ସୁଦୃଢ଼ କରିବାକୁ ୟୁପି ପୁଲିସର ସମସ୍ତ ଫିଲ୍ଡ ଫର୍ମାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ୟୁପି ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ସଶସ୍ତ୍ର ବାହିନୀ ବୁଧବାର ସକାଳେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀରର ୯ଟି ଆତଙ୍କୀ ଟାର୍ଗେଟ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା, ଯେଉଁଥିରେ ଜୈଶ-ଏ-ମହମ୍ମଦର ଗଡ଼ ବାହାୱଲପୁର ଏବଂ ଲସ୍କର-ଇ-ତୋଏବାର ଘାଟି ମୁରିଦ୍କେ ସାମିଲ ଥିଲା।
#OperationSindoor ଅଧୀନରେ ଥିବା ଆତଙ୍କବାଦୀ ଆଶ୍ରୟସ୍ଥଳୀ ଉପରେ ଭାରତୀୟ ସେନା ର କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ରେଡ୍ ଆଲର୍ଟ ଘୋଷଣା କରାଯାଇଛି। ପ୍ରତିରକ୍ଷା ବାହିନୀ ସହ ସମନ୍ୱୟ ରକ୍ଷା କରିବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସୁରକ୍ଷାକୁ ସୁଦୃଢ଼ କରିବାକୁ @Uppolice ସମସ୍ତ ଫିଲ୍ଡ ୟୁନିଟକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ୟୁପି ଡିଜିପି ପ୍ରଶାନ୍ତ କୁମାର ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲରୁ କହିଛନ୍ତି।
ୟୁପି ପୋଲିସ ସତର୍କ, ସମ୍ବଳରେ ସଜ୍ଜିତ ଏବଂ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଜୟ ହିନ୍ଦ!” ବୋଲି ସେ କହିଛନ୍ତି।
Comments are closed.