ଅପରେସନ ସିନ୍ଦୁର – କସାବ ଏବଂ ହେଡଲି ଭଳି କୁଖ୍ୟାତ ଆତଙ୍କବାଦୀ ପ୍ରଶିକ୍ଷଣ ପାଇଥିବା କ୍ୟାମ୍ପକୁ ଧ୍ୱଂସ ବିଧ୍ୱସ୍ତ କଲା ଭାରତ

Share It

ନୂଆଦିଲ୍ଲୀ:୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଆତଙ୍କବାଦୀ ଅଜମଲ କସାବ ଓ ଡେଭିଡ୍ ହେଡଲିଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରକୁ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରର ୯ଟି ଆତଙ୍କବାଦୀ ଟାର୍ଗେଟ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣରେ ଧ୍ୱଂସ କରିଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ବାହାୱଲପୁରରେ ଥିବା ଜୈଶ-ଏ-ମହମ୍ମଦର ଗଡ଼ ଏବଂ ମୁରିଦ୍କେରେ ଥିବା ଲସ୍କର-ଏ-ତୋଏବାର ବେସ୍ ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିଥିଲା। ଚିହ୍ନଟ ହୋଇଥିବା ୯ଟି ଟାର୍ଗେଟ ମଧ୍ୟରୁ ୪ଟି ପାକିସ୍ତାନରେ ଥିବା ବେଳେ ବାକି ୫ଟି ପିଓକେରେ ରହିଛି।

ମରକଜ ତୈବା, ମୁରିଦ୍କେ: କସାବ ଓ ହେଡଲି ପାଇଁ ପ୍ରଶିକ୍ଷଣ କ୍ୟାମ୍ପ ପାକିସ୍ତାନର ମୁରିଦ୍କେରେ ଥିବା ମରକଜ ତୈବା ଏକ ଜଣାଶୁଣା ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ଏବଂ ହାଫିଜ୍ ସଇଦଙ୍କ ନେତୃତ୍ୱାଧୀନ ଲସ୍କର-ଇ-ତୋଏବାର ମୁଖ୍ୟାଳୟ। ଏହା ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଅବସ୍ଥିତ ।

ଏହି କେନ୍ଦ୍ରରେ ତାଲିମ ପ୍ରାପ୍ତ ଆତଙ୍କବାଦୀମାନେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମେତ ଅନେକ ବଡ଼ ଆକ୍ରମଣ ସହିତ ଜଡ଼ିତ ଅଛନ୍ତି। ମର୍କଜ୍ ତୈବା ନାମରେ ପରିଚିତ ଏହି ଆତଙ୍କବାଦୀ ଶିବିରରେ ୨୬/୧୧ ଆକ୍ରମଣକାରୀ ଅଜମଲ କସାବ ଓ ଡେଭିଡ୍ ହେଡଲି ପ୍ରଶିକ୍ଷଣ ନେଇଥିଲେ।

କର୍ଣ୍ଣେଲ ସୋଫିଆ କୁରେଶୀ ଓ ୱିଙ୍ଗ୍ କମାଣ୍ଡର ବୟୋମିକା ସିଂହଙ୍କ ସହ ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିସ୍ରି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁମ୍ବାଇ ଆକ୍ରମଣ ପରେ ଜୀବିତ ଧରାପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବ ମୁରିଦ୍କେରେ ତାଲିମ ନେଇଥିବା ସ୍ୱୀକାର କରିଛି। ମିଳିଥିବା ସୂଚନା ଅନୁଯାୟୀ, ଡେଭିଡ୍ କୋଲମ୍ୟାନ୍ ହେଡଲି ମଧ୍ୟ ଏହି ଶିବିରରେ ପ୍ରଶିକ୍ଷଣ ନେଇଥିବା ଜଣାପଡ଼ିଛି।


Share It

Comments are closed.