ଖୋଲା ଚିଠି : ମଦର ହୋମ ଡେଲିଭରି ଏବଂ ସମାଜର ଅଧୋଗତି

ଲେଖକ ଶ୍ରୀ ମଳୟ ତ୍ରିପାଠୀ, ସଦସ୍ୟ , ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)


ନମସ୍କାର,

ମନ ବହୁତ ଆନ୍ଦୋଳିତ।ତେଣୁ ଏତେ ଡେରିରେ ବି କିଛି ମନକଥାକୁ ଲେଖୁଛି। ଟିକିଏ ଲମ୍ବା ହୋଇଥିବାରୁ ପ୍ରଥମରୁ କ୍ଷମାପ୍ରାର୍ଥୀ ହେବାସହ କାଳେ କିଛି ରାସ୍ତା ପାଇଯିବାର ଆଶା ବି ରଖୁଛି ମୁଁ।👏

ଆମ ସରକାରଙ୍କର ଏହି ମଦ ବିକ୍ରୀ କରିବାର ଆଜିର ପେଞ୍ଚ ନୀତି ଦେଖି ପ୍ରାୟ ଆମେ ସମସ୍ତେ ହତବାକ୍ ।

କରୋନା ମାଡରେ ଦେଶସାରା ୨ ମାସର ବେରୋଜଗାରୀ ଧକ୍କା ସହିବାକୁ ପ୍ରାୟ ସାଧାରଣ ଲୋକଙ୍କର ବିଶେଷ କରି ଗାଁ ରେ ଶକ୍ତି ନଥିବା ବେଳେ, ଏବେ ଘରେ ଘରେ ମଦ ପହଞ୍ଚାଇବାର ସରଳ ବ୍ୟବସ୍ଥା କରିଦେଲେ କେନ୍ଦ୍ର ଓ ରାଜ୍ଯ ସରକାର।

ଗାଁ ଗରିବଗୁରୁବା ମାନଙ୍କ ଘରେ ଆଉ ସପ୍ତାହେ ପରେ ବାସନ କୁସନ, ଧାନ ମୁଗ ବିରି, ସ୍ତ୍ରୀ ର ଗହଣା ବା ପିଲାମାନଙ୍କ ପାଠ ପଢିବାକୁ ସଞ୍ଚିତ ଅଳ୍ପ କେଇଟା ଟଙ୍କା ସୁରକ୍ଷିତ ରହିବ ତ ???

ଘରେ ଘରେ ଅନେକ ବେକାର, ହାତରେ କାମ ନାହିଁ, ତେଣୁ ରୋଜଗାର ବି ନାହିଁ। କିନ୍ତୁ ଖର୍ଚ୍ଚ ତ ଲାଗିରହିଛି।

ଏହି ସମୟରେ ସରକାରଙ୍କର ମଦ ବେପାର ଜନତାଙ୍କର କେଉଁ ଲାଭରେ ବୁଝି ହେଉନି।
କେନ୍ଦ୍ର ସରକାରଙ୍କ ମଦଲବି ସହ ବୁଝାମଣା ଧରାପଡିଲା । ଦେବାଳୟ ବନ୍ଦ(any worship place) ଏକାଠି ହେଲେ କରୋନା ମାଡି ବସିବ, କିନ୍ତୁ ମଦିରାଳୟ ଖୋଲିଦେଲେ କରୋନା ଜମା ବ୍ୟାପିବନି, ଅଇଁଠା ବୋତଲ/ଗ୍ଲାସ ଦେଖି ଡରିଯିବ କାଳେ ।😉

ରାଜ୍ୟ ସରକାରଙ୍କ ବାହାନା, ଅଧିକ ରେଟ୍ କରିଦେଲେ ବଳକା ପଇସା କରୋନା ପାଇଁ ଖର୍ଚ୍ଚ ହେବ ।

୬୦ ଦିନଧରି ଥମ୍ ପଡିଯାଇଥିବା ସବୁ ସାମାଜିକ ବିଶ୍ରୁଙ୍ଖଳା ହଠାତ୍ ଯେ କେତେ ମାତ୍ରାରେ ବଢିଯିବ ଭାବି ହେଉନି। ଆଖି ପାଉନି ସେ ଦୁରାବସ୍ଥା କଥା ଭାବିଲା ବେଳକୁ। କେତେ ଯେ ପରିବାର ଉଜୁଡ଼ି ଯିବ ତା’ର କଳନା ନାହିଁ।

ହଁ, ପରିବାର କୋଉ ଅଛି ଏବେ ତାଙ୍କର ???
ସିଏ ଅବା କାହିଁକି ବୁଝିବେ ତୁମ ପିଲା ପରିବାର ର ସମସ୍ୟା ? ???

ମାଆ/ଭାଇ ମାନେ ଆଉ ବ୍ୟସ୍ତ ହୁଅନି,
ଏବେ ଚୋରା ମବ ନୁହେଁ, ଏଥର ଆମେ ବାଛିଥିବା ସରକାରଙ୍କ ଦୟାରେ ବିଦେଶୀ ମଦ ଘରେ ଘରେ ମିଳିଯିବ ।

ତେଣିକି ସ୍ବାମୀ ପୁଅ ଦୁର୍ଘଟଣାରେ ଯାଆନ୍ତୁ ବା ରୋଗରେ, ଅଥବା ଝିଅ ବୋହୂ ରାସ୍ତାରେ ଚାଲି ନ ପାରନ୍ତୁ କିମ୍ବା ଘ୍ରୁଣ୍ୟ ପାଶବିବତାର ଶୀକାର ହୁଅନ୍ତୁ କେଉଁ ଏକ ପଡୋଶୀ ମଦୁଆ ହାତରେ , ସରକାର ଆମର କିନ୍ତୁ ବାହାବାହା ନେବାକୁ ପୁଣିଥରେ ପଚାରିବେ, “ଆପଣ ମାନେ ଖୁସି ତ” ??????
ନ ହେଲେ, କେବଳ ନିଜ “ମନ୍ କି ବାତ୍” କହି ଚାଲିଥିବେ ସେମାନେ ସିନା, ହେଲେ ଆମ ହ୍ରୁଦୟର କଥା ଶୁଣିବାକୁ କାହାରି ପାଖରେ ବେଳ ନଥିବ।

ଏବେ ନିଜ ଘର ସଂସାର ବଞ୍ଚାଇବାର ଗୁରୁ ଦାୟୀତ୍ୱ ଆପଣମାନଙ୍କ ହାତରେ, ଆପଣମାନେ ହିଁ ଏକମାତ୍ର ସାହା ଭରଷା, କାରଣ ଆପଣମାନଙ୍କ ହାତରେ ୫୦% ରୁ ଅଧିକ ଚାବିକାଠି, ତାଙ୍କରି ଚୁଟି ବି।

ଆଗକୁ ପୁଣି ଥରେ ନିର୍ବାଚନ ଆସିବ ଓ ଏମାନେ ପୁଣି ଆସି ଆମରି ଦୁଆରେ ହିଁ ଠିଆ ହେବେ, ଭୋଟ୍ ଭିକ୍ଷା ପାଇଁ । ବିଚାର ସେତିକିବେଳେ ହଉ । ଏହି କଥା ଏସ୍.ଏଚ୍.ଜି. ମାଆ ମାନେ ବିହାର ରେ ଉଠାଇଲେ ବୋଲି ବିହାର ଆଜି ମଦମୁକ୍ତ।

ଆଉ, ଏବେ ଆମ ମାଆ ଭାଇ ମାନଙ୍କ ଉତ୍ତର/ ନିର୍ଦ୍ଦେଶ ଶୁଣିବାକୁ ଅପେକ୍ଷାରେ ରହିଲୁ ଆମେ ସମସ୍ତେ, ଯେଉଁମାନେ ବର୍ଷ ବର୍ଷ ଧରି ମଦ ବିରୋଧୀ ଆନ୍ଦୋଳନ ଚଳାଇ ରଖିଛନ୍ତି ସାରା ଓଡିଶାରେ, ସରକାରଙ୍କର ଏହି ଘ୍ରୁଣ୍ୟ ମଦ ନୀତି ବିରୁଦ୍ଧରେ।

ଆସନ୍ତୁ, ଆମେ ସମସ୍ତେ ମିଶି ଗାଁ ଗାଁ ରେ, ପ୍ରତ୍ୟେକ ପଞ୍ଚାୟତରେ, ଜିଲ୍ଲା ସ୍ତରରେ ଏହାର ଦ୍ରୁଢ ପ୍ରତିବାଦ/ବିରୋଧ କରିବା ।
ବିହାର ଭଳି ବାଧ୍ଯ କରିବା ଆମ ମୂଖ୍ୟମନ୍ତ୍ରୀ ଙ୍କୁ ଓଡିଶାରେ ବିଗତ ୨ ମାସ ଧରି ବନ୍ଦ ରହିଥିବା ମଦ ବିକ୍ରୀ କୁ ସବୁଦିନପାଇଁ ବନ୍ଦ କରିଦେବାକୁ।

ପଚାରିବା କେନ୍ଦ୍ର ସରକାରଙ୍କୁ, ସମ୍ବିଧାନର କେଉଁ ପରିଚ୍ଛେଦର ଆଧାରରେ ଏ ମଦ ବିକ୍ରୀ ନୀତି ଯାହାକୁ ସେମାନେ ସମର୍ଥନ/ପ୍ରୋତ୍ସାହିତ କରୁଛନ୍ତି ????

ସବୁ ସରକାରଙ୍କୁ ଏକ ସରଳ ପ୍ରଶ୍ନ, “ଜେତେଜଣ ମରିଛନ୍ତି ଏଇ ଗତ ୨ ମାସ ଭିତରେ ମଦ ନ ପିଇ ????? କେତେ ଖବରକାଗଜରୁ ରିପୋର୍ଟ ମିଳିଛି ଏ ପର୍ୟ୍ଯନ୍ତ????

ହିସାବ ମିଳିଯିବ ନିଶ୍ଚିତ।

ଏହାପରେ କିନ୍ତୁ ଇତିହାସର ଟିପାଖାତାରେ ଲେଖାହେବାକୁ ବାକି ରହିଲା ଗୋଟିଏ କଥା, ଆଗାମୀ ୨ ମାସ ଏବଂ ତା ପରର ହିସାବ, କେତେ ହେଲା ମଦ ଜନିତ ମ୍ରୁତ୍ୟୁ, ହେଉ ଅବା ସଡକ ଦୁର୍ଘଟଣା, ରୋଗ ବୈରାଗ, ଧର୍ଷଣ ବା ଗଣ ବଳାତ୍କାର କିମ୍ବା ପାରିବାରିକ ଅଶାନ୍ତି।

ଆସନ୍ତୁ, ସମୟ ଅଛି, ଏବେ ସମସ୍ତେ ମିଶି ଦେଖାଇଦେବା ଆମର ପ୍ରକୃତ ଶକ୍ତି। ନହେଲେ ପରପିଢୀଙ୍କୁ କି ଉତ୍ତର ଦେବା ???

ଆପଣଙ୍କର,
ମଳୟ ତ୍ରିପାଠୀ,
– ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)


Share It

Comments are closed.